ନୟାଗଡ଼ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜିର ବୈଷୟିକ ଯୁଗରେ ମଣିଷର ସାମାଜିକ ଜୀବନ ଓ ସାମାଜିକ ଦାଇତ୍ବ ପ୍ରତି ଅବହେଳା ଦେଖାଦେଇଛି। ଏହି ବୈଷୟିକ ଜ୍ଞାନର ପରିସର ବାହାରେ ମଧ୍ୟ ଏକ ସୁନ୍ଦର ଦୁନିଆ ଅଛି; ଏହାକୁ କେହି ଆଉ ହୃଦୟଙ୍ଗମ କରିଲା ଭଳି ଜଣାପଡୁନାହିଁ । ଏହି ପରିପ୍ରେକ୍ଷୀରେ ନୟାଗଡ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ ଶ୍ରୀ ଆନନ୍ଦ ନାରାୟଣ ମହାରଣାଙ୍କ ଅନୁମତିକ୍ରମେ ଖେଡପଡା ସ୍ଥିତ ମିଲେନିୟମ ଶିକ୍ଷା ଅନୁଷ୍ଠାନରେ ପୋକସୋ ଏବଂ ବାଳ ଅପରାଧ ଆଇନ ଉପରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଅଛି । ଅନୁଷ୍ଠାନର ଅଧ୍ୟକ୍ଷ ବିଭୁତି ଭୂଷଣ ପଟ୍ଟନାୟକ ଅତିଥି ସ୍ବାଗତ ସହିତ, ସଚେତନତାର ଆଭିମୁଖ୍ୟ
ଦର୍ଶାଇଥିଲେ । ପ୍ରାଧିକରଣ ସଚିବ ତଥା ବରିଷ୍ଠ ବର୍ଗର ବିଚାରପତି ବିଶେଷ କୁମାର ସାହୁ ପୋକସୋ ଏବଂ ବାଳ ଅପରାଧ ଆଇନ ବିଷୟରେ ସଚେତନତା କରିଥିଲେ । ଯୁବ ସମାଜର ରଙ୍ଗୀନ ସ୍ବପ୍ନ ଏବଂ ବାସ୍ତବତାର ସଠିକ ତାଳମେଳ ଉପରେ ଗୁରୁତ୍ଵ ଦର୍ଶାଇଥିଲେ । ସଦସ୍ୟ ମହମ୍ମଦ ଓମର ମାଲ୍ଲିକ ଭାରତୀୟ ଜାତୀୟତା ଏବଂ ଛାତ୍ର ସମାଜର ଶୃଙ୍ଖଳାର ଆବଶ୍ୟକତା ଦର୍ଶାଇଥିଲେ । ଅନୁଷ୍ଠାନର ଅଧିବକ୍ତା ରମେଶ ଚନ୍ଦ୍ର ମହାରଣା ଆଇନ ସେବା ପ୍ରାଧିକରଣ ମାଧ୍ୟମରେ ବୀନା ଖର୍ଚରେ ତ୍ବରିତ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ବ ଆରୋପ କରିଥିଲେ । ଶତାଧିକ ଛାତ୍ରଛାତ୍ରୀ ପ୍ରଶ୍ନୋତ୍ତର ମାଧ୍ୟମରେ ସଚେତନତାକୁ ହୃଦୟଙ୍ଗମ କରିଥିଲେ । ପରିଶେଷରେ ଅନୁଷ୍ଠାନର ଉପାଧକ୍ଷ ଦିଲ୍ଲୀପ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Related posts