ନୟାଗଡ଼, (ନୟାଗଡ଼ ଦର୍ପଣ): ସୁଚନା ଥାଉକି ନୟାଗଡ଼ ଜିଲ୍ଲା ଗଣିଆ ତହସିଲରେ ବର୍ତମାନ କାର୍ଯ୍ୟରତ ଅତିରିକ୍ତ ତହସିଲଦାର ବନମାଳୀ ପରିଡ଼ା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଆଜି ସକାଳେ ବନମାଳିଙ୍କୁ ଗଣିଆ ତହସିଲ କଲେନିରୁ ଉଠାଇ ନେଇଛି ଭିଜିଲାନ୍ସ। ଗୋଟେ ବାଲି ବୋଝେଇ ହାଇୱା ଗାଡ଼ି ଛାଡ଼ିବାପାଇଁ ୧୫ ହଯାର ଟଙ୍କା ନେବାପାଇଁ ଜିଦି ଧରି ୧୩ ହଜାର ଟଙ୍କାରେ ଡିଲ ଫାଇନାଲ କରିଥିଲେ ଏବଂ ୧୦ ହଜାର ଟଙ୍କା ନଗଦ ନେଇଥିବା ବେଳେ ବାକି ୩ ହଜାର ଟଙ୍କା ଆଜି ନେଉଥିବା ସମୟରେ ନୟାଗଡ଼ ଓ ଭୁବନେଶ୍ୱର ଭିଜିଲାନ୍ସର ମିଳିତ ସହଯୋଗରେ ଧରା ପଡ଼ିଛନ୍ତି। ତାଙ୍କ ଠାରୁ ଅଧିକ ତଥ୍ୟ ପାଇଁ ଭିଜିଲାନ୍ସ ଅଧିକାରୀ ମାନେ ତଦନ୍ତ ଜାରି ରଖିଛନ୍ତି l
ଭିଜିଲାନ୍ସ ହାତରେ ଗଣିଆ ଅତିରିକ୍ତ ତହସିଲଦାର
