ନୟାଗଡ଼ରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଗୁଡିକର ଜିଲ୍ଲା ସ୍ତରୀୟ କନଭେନସନ

ନୟାଗଡ଼,(ନୟାଗଡ଼ ଦର୍ପଣ): ବିଜେପି ନେତୃତ୍ୱାଧୀନ କେନ୍ଦ୍ର ମୋଦୀ ସରକାରର ଶ୍ରମିକ ମାରଣ ନୀତି ଓ ଜନ ବିରୋଧୀ ନୀତି ବିରୋଧରେ ଆଜି ସି ଆଇ ଟି ୟୁ ନେତୃତ୍ୱରେ ଆଇ ଏନ ଟି ୟୁ ସି ଏବଂ ଏ ଆଇ ଟି ୟୁ ସି ତରଫରୁ ଏକ ଜିଲ୍ଲା ସ୍ତରୀୟ ମିଳିତ କନଭେନସେନ ନୟାଗଡ଼ ଆଞ୍ଚଳିକ ସମବାୟ ବାଣିଜ୍ୟିକ ସମିତି (RCMS) ସଭା କକ୍ଷରେ ବରିଷ୍ଠ ଶ୍ରମିକ ନେତା ସାଥୀ ବିଶ୍ଵନାଥ ମହାପାତ୍ରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ସରକାରଙ୍କ ଶ୍ରମିକ ଶୋଷଣ ନୀତି ଓ ପୁଞ୍ଜିପତି ତୋଷଣ ନୀତି କୁ ବକ୍ତା ମାନେ ତୀବ୍ର ନିନ୍ଦା କରିବା ସହ ପ୍ରସ୍ତାବିତ ୧୪ ଟି ଦାବୀ ଉପରେ ପୁଙ୍ଖାନୁ ପୁଙ୍ଖ ରାଜ୍ୟ ନେତା ମାନେ ଆଲୋଚନା କରିଥିଲେ। ୪୪ଟି ଶ୍ରମିକ ଆଇନ କୁ ବାତିଲ କରି ଦାନ୍ତ ବିହୀନ ୪ଟି ଶ୍ରମ କୋର୍ଡ କେନ୍ଦ୍ର ସରକାର ଆଣି ଶ୍ରମିକଙ୍କ ଅଧିକାର କୁ ସଙ୍କୁଚିତ କରିଛନ୍ତି। ଠିକା ନିଯୁକ୍ତି, ଛଟେଇ,ଦରବୃଦ୍ଧି, ଯୋଗୁଁ ଲୋକେ ଶ୍ରମିକ କୁଳ ନାହିଁ ନ ଥିବା ହଇରାଣ ହେଉଛନ୍ତି । ସେହିଭଳି ବିଭିନ୍ନ ଲାଭଜନକ ସରକାରୀ କ୍ଷେତ୍ର ରାଷ୍ଟ୍ରାୟତ ଶିଳ୍ପ,ରେଳ,ବନ୍ଦର,ଏୟାର ପୋର୍ଟ,ରେଳଷ୍ଟେସନ, ଆଦିକୁ ଗୋଡିମାଟି ଦରରେ ଆଦାନୀ ଆମ୍ବାନୀ ହାତକୁ ଟେକି ଦେଉଛନ୍ତି ବୋଲି ବକ୍ତା ମାନେ କହିଥିଲେ। ସରକାରଙ୍କ ଏଭଳି ଘରୋଇକରଣ ନୀତି ବିରୋଧରେ ଶ୍ରମିକଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ସ୍କିମି ଶ୍ରମିକଙ୍କ ମାସିକ ୨୬ହଜାର ଟଙ୍କା,ସ୍ଥାୟୀ କର୍ମଚାରିର ମାନ୍ୟତା,ସାମାଜିକ ସୁରକ୍ଷା, ନିର୍ମାଣ ଶ୍ରମିକ ର ପଞ୍ଜି କୃତ ଓ ସହାୟତା,ମଜୁରିଆ କୁ ବର୍ଷରେ ୨୦୦ଦିନ କାର୍ଯ୍ୟ ଓ ଦୈନିକ ମଜୁରୀ ୬୦୦ ଟଙ୍କା, ୪୫ ଓ ୪୬ ତମ ଶ୍ରମ ସମ୍ମିଳନୀ ର ନିଷ୍ପତି କୁ କାର୍ଯ୍ୟକାରୀ, ସମସ୍ତ ଶ୍ରମିକ କୁ ମାସିକ ୧୦ଟଙ୍କା ପେନସନ ଆଦି ଦାବୀରେ ଆସନ୍ତା କ୍ରାନ୍ତି ଦିବସ ଅଗଷ୍ଟ ୯ ଓ ୧୦ତାରିଖ ଦୁଇ ଦିନ ଧରି ରାଜ୍ୟ ସ୍ତରରେ ମାହାଧାରଣା ଓ ବ୍ଲକ ଓ ଜିଲ୍ଲା ସ୍ତରରେ ଗଣଧାରଣାକୁ କୁ ସଫଳ କରିବାକୁ ସକଳ କ୍ଷେତ୍ରର ଶ୍ରମିକ ମାନଙ୍କୁ ଆହ୍ବାନ ଦେଇଥିଲେ।ସେହିଭଳି ସ୍ବାଧୀନତା ଦିବସର ପୂର୍ବଦିନ ଅଗଷ୍ଟ ୧୪ ତାରିଖରେ ବ୍ଲକ ଓ ଜିଲ୍ଲା ସ୍ତରରେ ସନ୍ଧ୍ୟାରୁ ରାତ୍ରି ଜାଗରଣ କାର୍ଯ୍ୟ କ୍ରମ କୁ ସଫଳ କରିବାକୁ ମଧ୍ୟ ଆହ୍ବାନ ଦେଇଥିଲେ।ଶତାଧିକ ଶ୍ରମିକ ଆଶା,ପାଚିକା ଓ ନିର୍ମାଣ ଶ୍ରମିକ ମଧ୍ୟ ଯୋଗ ଦେଇଥିଲେ। ଏହି କନଭେନସନରେ cituର ରାଜ୍ୟ ନେତା ଲୋଭାକାନ୍ତ ସ୍ବାଇଁ,ବିଶ୍ଵନାଥ ମହାପାତ୍ର, ଶରତ ବେହେରା,intuc ର ରାଜ୍ୟ ନେତା ରଣଜିତ ଦାସ,ସତ୍ୟବ୍ରତ ନାୟକ,aituc ଜୟନ୍ତ ଦାସ,ଅମୀୟ ପଟ୍ଟନାୟକ,ଶ୍ରମିକ ନେତା ସୁରେଶ ସ୍ବାଇଁ,ପବିତ୍ର ଇନ୍ଦ୍ରଜିତ,ସଂଯୁକ୍ତା ସେଠୀ, ଚାପ ଧାରୀ ରାଉତ,ଆଲୋକ ପ୍ରଧାନ ପ୍ରମ୍ମୁଖ ଆଲୋଚନା କରିଥିଲେ।। ଉକ୍ତ ଖବରଟି ପ୍ରକାଶନ ଓ ପ୍ରସାରଣ ପାଇଁ ନିବେଦନ।

Related posts