ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ଚଣ୍ଡୀ ସରକାରୀ ଉଚ୍ଚ ବିଦ୍ୟାଳୟର ୫୯ତମ ପ୍ରତିଷ୍ଠା ଦିବସ ଡିଆରଡିଏ ସୃଜନ ସଭା ଗୃହରେ ଆଜି ପୂର୍ବାହ୍ନରେ ପାଳିତ ହୋଇଯାଇଛି । ଏଥିରେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଉଦଘାଟକ ହିସାବରେ ଯୋଗଦାନ କରି ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଏବଂ ପ୍ରଦୀପ ପ୍ରଜ୍ଜଳନ କରି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଦ୍ୟୁମ୍ନ ନନ୍ଦଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଏବଂ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷା ଯୁଗ୍ମ ନିର୍ଦ୍ଦେଶିକା ଡ.ପ୍ରୀତି ପ୍ରତିଭା ଭୋଳ ଯୋଗଦାନ ୍କରିଥବା ବେଳେ ସମ୍ମାନୀତ ଅତିଥିଭାବେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ସାହୁ,ଶିକ୍ଷକ ସଂଗଠନ ଓଷ୍ଟାର ପ୍ରାକ୍ତନ ସଭାପତି ପଦ୍ମନାଭ ବିଶ୍ୱାଳ,ଜିଲ୍ଲା ପରିଶଦ ସଦସ୍ୟ ସୁବାସ କହଁର,ବାଲୁଗାଁ ସରପଞ୍ଚ ମନୋଜ ନାୟକ ,ଏବଂ ସମିତି ସଭ୍ୟା କବିତା ନାୟକ ପ୍ରମୁଖ ଯୋଗଦାନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଶିକ୍ଷାଦାନ କରିଥଥିବା ପୂର୍ବତନ ଶିକ୍ଷକ ସଂଗ୍ରାମ କେଶରୀ ସାହୁ ଏବଂ କିଶୋର ଚନ୍ଦ୍ର ସେନାପତିଙ୍କୁ ସ୍ୱତନ୍ତ୍ରଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ବିଦ୍ୟାଳୟର ୨୦୨୨ ମାଟ୍ରିକ ଟପ୍ପର ରାଜକିଶୋର ଗୁଡ଼ୁ ଏବଂ ୨୦୨୩ ମାଟ୍ରିକ ଟପ୍ପର ସୁଚିତ୍ରା ସାମନ୍ତରାୟ ପ୍ରତ୍ୟେକଙ୍କୁ ୫ ହଜାର ଟଙ୍କା ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇ ଥିଲା । ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
ଚଣ୍ଡୀ ସରକାରୀ ଉଚ୍ଚ ବିଦ୍ୟାଳୟର ୫୯ତମ ପ୍ରତିଷ୍ଠା ଦିବସ
