ବିଶାଳ ପରିବେଶ ସଚେତନତା ଶୋଭାଯାତ୍ରା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ବନ ମହୋତ୍ସବ- ୨୦୨୩ ଅବସରରେ ନୟାଗଡ଼ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ମା ଫାଉଣ୍ଡେସନ୍ ର ସଂପାଦକ ରଂଜନ ରଶ୍ମି ଜେନା ଓ ଡି.ଏ.ଭି. ପଵ୍ଳିକ ସ୍କୁଲ୍, ନୟାଗଡ଼ର ଅଧ୍ୟକ୍ଷ ସରୋଜ କୁମାର ମିଶ୍ରଙ୍କ ପୌରୋହିତ୍ୟରେ ଏକ ବିଶାଳ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଡିଏଭି ପବ୍ଲିକ ସ୍କୁଲର ଶିକ୍ଷକ ସରୋଜ କୁମାର ସାହୁ ସମାଜସେବୀ, ଗୋପୀନାଥ ସେଠୀ ଓ ବିଜୟାନନ୍ଦ ମହାପାତ୍ରଙ୍କ ତତ୍ବାବଧାନରେ ଆୟୋଜିତ ବିଶାଳ ସଚେତନତା ଶୋଭାଯାତ୍ରା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଓ ବିଶିଷ୍ଟ ଅତିଥି ଭାବେ ବରିଷ୍ଠ ସମାଜସେବୀ ଦାମୋଦର ସାହୁ ଯୋଗ ଦେଇ ଵନ ମହୋତ୍ସବ -20230କୁ ପ୍ଳାକ୍ ଦେଖାଇ ଶୁଭାରମ୍ଭ କରିଵା ସହ ସଚେତନତା ଶୋଭାଯାତ୍ରାରେ ସାମିଲ ହେଵାସହ ଗୋଟାଏ ଲେଖାଏଁ ବୃକ୍ଷ ରୋପଣ କରିଥିଲେ।

ଏହି ଅବସରରେ ଆୟୋଜିତ ସଚେତନତା ଶୋଭାଯାତ୍ରାରେ ଡିଏଭି ପବ୍ଲିକ୍ ସ୍କୁଲ୍ ର ଶିକ୍ଷକ/ଶିକ୍ଷୟିତ୍ରୀ, ଶତାଧିକ ଛାତ୍ରଛାତ୍ରୀ, ବନ ବିଭାଗର କର୍ମଚାରୀ ଓ ମା ଫାଉଣ୍ଡେସନ, ନୟାଗଡ଼ର ସଦସ୍ୟ ଛାଟିକି ସାର୍ ,ଵିପ୍ଳଵ ସତ୍ୟସୁନ୍ଦର, କାଳୁ ପଡଙ୍ଗୀ, ଟୁଆଁ, ରଵି ଖୁଣ୍ଟିଆ, ଗୁନ, ଯୋଗୀ, ବୁଲବୁଲ, ସତ୍ୟବ୍ରତ ଲେଙ୍କା, ସଂଜୟ ପରିଡା, ଛବି ପରିଡାଙ୍କ ସମେତ ବହୁ ସ୍ବେଚ୍ଛାସେବୀ ଓ ପରିବେଶବିତ୍ ଯୋଗ ଦେଇଥିଲେ। ସଚେତନତା ଶୋଭାଯାତ୍ରା ଡିଏଭି ସ୍କୁଲ୍ ଠାରୁ ଆରମ୍ଭ ହୋଇ ମୁଖ୍ୟ ବଜାର ଦେଇ ତ୍ରିନାଥ ଛକ ପର୍ଯ୍ୟନ୍ତ ଯାଇଥିଲା। ଏହି ଅବସରରେ ପରିବେଶ ସୁରକ୍ଷା ଓ ଗଛର ଉପକାରିତା ବିଷୟରେ ଜନ ସଚେତନତା କରାଇବା ସହିତ ଛାତ୍ରଛାତ୍ରୀଙ୍କ ଦ୍ବାରା ଚାରା ବଣ୍ଟନ ମଧ୍ଯ କରାଯାଇଥିଲା। ନୟାଗଡ଼ ପୈ।ରାଞ୍ଚଳ ୧୪ ନଂ ଓ୍ବାର୍ଡ ସ୍ଥିତ ଫାର୍ମ ପୋଖରୀ ହୁଡ଼ା ଓ ଜଜାଙ୍ଗୀ ପାହାଡ଼ ନିକଟସ୍ଥ ଖାଲି ଯାଗାରେ ପଚାଣ ଟି କଦମ୍ବ, ବଉଳ, ଓ କୃଷ୍ଣଚୂଡ଼ା ଗଛ ଲଗା ଯାଇଥିଲା। ତାର ଜାଲି ଦେଇ ଗଛ ଗୁଡିକର ସୁରକ୍ଷା ଓ ଯତ୍ନ ନେବା ସହିତ ଆଗାମୀ ଦିନରେ ଆହୁରି ଅଧିକ ବୃକ୍ଷ ରୋପଣ କରି ନୟାଗଡ଼କୁ ସବୁଜ ସୁନ୍ଦର କରିବା ପାଇଁ ମା ଫାଉଣ୍ଡେସନ୍ ର ସମସ୍ତ କର୍ମକର୍ତ୍ତା ସଂକଳ୍ପ ନେଇଥିଲେ। ଏହି ମହତ କାର୍ଯ୍ୟକୁ ନୟାଗଡ଼ର ଜନସାଧାରଣ ବହୁ ପ୍ରଶଂସା କରିବା ସହିତ ସହରବାସୀଙ୍କ ତରଫରୁ ଅନୁଷ୍ଠାନ ଦୁଇଟି ନିକଟରେ କୃତଜ୍ଞତା ବ୍ଯକ୍ତ କରିଛନ୍ତି।

Related posts