ଇଦ୍ ମୁବାରକ

ଇଦ୍ ମୁବାରକ୍
ଇଦ୍ ମୁବାରକ୍ ତୁମକୁ ଭାଇ
ଇଦ୍ ମୁବାରକ୍ ତୁମକୁ ଭାଇ
ପ୍ରଥମ ଜହ୍ନର ଅବଲୋକନରେ
ହସନ୍ତି ଜଗତ ଜନ,
ସେହିପରି ଶିହରଣ ଆଣୁଥାଏ
ପାର୍ବଣର ରମଜାନ ।
କଳାବଉଦରେ ଲୁଚିଲୁଚି ଆସେ
ରମଜାନ ରୂପେଲି ଜହ୍ନ,
ମକା ମଦିନାର ଚୂଳ ଛୁଇଁଯାଏ
ରଖିଛି ଜାତିର ମାନ ।
ଆମେନା ନନ୍ଦନ ଇସଲାମର ଜ୍ୟୋତି
କରିଗଲେ କେତେ ପଣ,
ବିଜୟ କରିଲେ ଜଗତର ମନ
ପରାଣେ ତୋଳି ସ୍ପନ୍ଦନ ।
କିଶୋର କିଶୋରୀ ମେହେନ୍ଦି ସଜାଇ
ମୁବାରକ ଉଚ୍ଚାରଣେ,
ଶୁଭାଶିଷ ଦିଆନିଆ ଚାଲିଥାଏ
ଏହି ମଧୁ ପାରବଣେ ।
ହେ ଜଗତଜିତା ତୁମେ ପରମାତ୍ମା
ସଂସାରରେ ପଏଗମ୍ବର
ତୁମ ଚଲାପଥ ଆଦରି ନେଇଛୁ
ତୁମେ ଏକା ଆପଣାର ।
ଇଦ୍ ମୁବାରକ୍ ତୁମକୁ ଭାଇ
ଇଦ୍ ମୁବାରକ୍ ତୁମକୁ ଭାଇ ।

(ଏମ.ଆଉରଙ୍ଗଜେବ)

Related posts