ସରସ୍ୱତୀ ଶିଶୁଵିଦ୍ୟା ମନ୍ଦିର ପରିସରରେ ‘କାର୍ଯ୍ୟାଳୟ ସହାୟକ କାର୍ଯ୍ୟଶାଳା’ ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ବିଭାଗ ସ୍ତରୀୟ “କାର୍ଯ୍ୟାଳୟ ସହାୟକ କାର୍ଯ୍ୟଶାଳା ” ସ୍ଥାନୀୟ ସରସ୍ୱତୀ ଶିଶୁଵିଦ୍ୟା ମନ୍ଦିର, ନୟାଗଡ଼ ଠାରେ ଗତକାଲି ସନ୍ଧ୍ୟାରେ ଉଦ୍ଘାଟିତ ହୋଇଯାଇଛି। ଉକ୍ତ କାର୍ଯ୍ୟଶାଳାକୁ ପରିଚାଳନା ସମିତିର ଉପସଭାପତି ଶ୍ରୀଯୁକ୍ତ ଶାନ୍ତନୁ କୁମାର ସ୍ୱାଇଁ ଦ୍ୱୀପ ପ୍ରଜ୍ୱଳନ କରିଥିଲେ। ମୂଖ୍ୟ ଅତିଥିଭାବେ ଜିଲ୍ଲା ପ୍ରମୁଖ ହରେକୃଷ୍ଣ ମୁଦୁଲି ଯୋଗଦେଇ ଶିକ୍ଷାର୍ଥୀମାନେ ଶିବିରର ସମସ୍ତ କାଲାଂଶକୁ ସଦୁପଯୋଗ କରିବାକୁ ପରାମର୍ଶ ଦେଇଥିଲେ। ପରିଚାଳନା ସମିତିର ସଂପାଦକ ଭାସ୍କର ଚନ୍ଦ୍ର ସାହୁ, ପ୍ରଧାନାଚାର୍ୟ୍ଯ ଅମ୍ବିକା ପ୍ରସାଦ ପଟ୍ଟନାୟକ ଓ ପୂର୍ବ ସମ୍ଭାଗ କାର୍ଯ୍ୟାଳୟ ପ୍ରମୂଖ ପ୍ରକାଶ କୁମାର ସାହୁ ମଞ୍ଚାସିନ ଥିଲେ। ଉକ୍ତ କାର୍ଯ୍ୟଶାଳାରେ ପ୍ରାୟ ୪୦ରୁ ଉର୍ଦ୍ଧ୍ବ କାର୍ଯ୍ୟାଳୟ ସହାୟକ ଯୋଗଦାନ କରିଥିଲେ। ବିଦ୍ୟାଳୟର ବିଭିର୍ଣ୍ଣ ସରକାରୀ ନିର୍ଦ୍ଦେଶ, ନଥିପତ୍ର, ଆୟକର ଓ ବିଦ୍ୟାଳୟର ଆୟ ବ୍ୟୟ ହିସାବ ଇତ୍ୟାଦି କିପରି ନିର୍ଭୁଲ ଭାବେ କମ୍ପ୍ୟୁଟର ସାହାର୍ଯ୍ୟରେ କରାଯାଇପାରିବ ସେ ଉପରେ ପ୍ରଶିକ୍ଷକ ପ୍ରକାଶ କୁମାର ସାହୁ ପ୍ରଶିକ୍ଷଣ ଦେଇଥିଲେ।

Related posts