ନୂଆଗାଁ,(ନପ୍ର): ନୂଆଗାଁ ବ୍ଲକ୍ ଆଞ୍ଚଳିକ ସାମ୍ବାଦିକ ସଂଘର ପ୍ରଥମ ବାର୍ଷିକ ସମିଳନୀ ଏବଂ ସାମ୍ବାଦିକ ଭବନର ଶୁଭ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୂଆଗାଁ କଲେଜ ପରିସରରେ ବହୁଆଡମ୍ବରରେ ପ୍ରଥମ ବାର୍ଷିକ ସମ୍ମିଳନୀ ନୂଆଗାଁ ବ୍ଲକ୍ ଆଞ୍ଚଳିକ ସାମ୍ବାଦିକ ସଂଘ ଦ୍ଵାରା ଅନୁଷ୍ଠିତ ହୋଇଛି । ସଂଘର ସଭାପତି ଶିବଦତ ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ସାମ୍ବାଦିକମାନଙ୍କ ଗୁରୁଦାୟିତ୍ବ ବର୍ଣ୍ଣନା କରିବା ସହ ନୂଆଗାଁ ବ୍ଲକ୍ ଆଞ୍ଚଳିକ ସାମ୍ବାଦିକ ବନ୍ଧୁମାନଙ୍କ ଦାୟିତ୍ବ, କର୍ତ୍ତବ୍ୟବୋଧ ଏବଂ ଏଭଳି ଏକ କାର୍ଯ୍ୟକ୍ରମ କରି ଜିଲ୍ଲା ତଥା ରାଜ୍ୟ ସଭାପତିଙ୍କୁ ଆଣି ଏକତ୍ରିତ କରିପାରିବା ବାସ୍ତବିକ୍ ପ୍ରଶଂସନୀୟ ବୋଲି କହିଥିଲେ। ମୁଖ୍ୟ ବକ୍ତାଭାବେ ରାଜ୍ୟ ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୁତି ଭୂଷଣ କର, ସମ୍ମାନୀତ ଅତିଥି ଭାବେ ନୟାଗଡ ମୁନିସିପାଲିଟି ଅଧ୍ୟକ୍ଷା ନିରୂପମା ଖଟେଇ, ନୂଆଗାଁ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ଦଶପଲ୍ଲା ବ୍ଲକ୍ ଅଧ୍ୟକ୍ଷା ସୁନନ୍ଦା ସାହୁ, ନୟାଗଡ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ସଭାପତି ଶ୍ରୀକାନ୍ତ ଖଟେଇ, ବିଡ଼ିଓ ସଚିଦାନନ୍ଦ ମିଶ୍ର, ତହସିଲଦାର ହେମନ୍ତ କୁମାର ନାୟକ, ନୂଆଗାଁ ଥାନା ଭାରପ୍ରାପ୍ତ ଅଧିକାରୀ ପୁଷ୍ପଲତା ବେହେରା, ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ ପ୍ରମୁଖ ଯୋଗଦେଇ ନୂଆଗାଁ ବ୍ଲକ୍ ଆଞ୍ଚଳିକ ସାମ୍ବାଦିକ ସଂଘର ସଦସ୍ୟମାନେ ଯେଉଁଭଳି ଭାବେ ଏକତ୍ରିତ ହୋଇ ଏଭଳି କାର୍ଯ୍ୟକ୍ରମ କରିଛନ୍ତି ଯାହାକି ରାଜ୍ୟରେ ଖୁବ କମ ସ୍ଥାନରେ ଏଭଳି କାର୍ଯ୍ୟକ୍ରମ ହୋଇଥାଏ ବୋଲି କହିବା ସହ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ।

ତତ୍ ସହିତ ସାମ୍ବାଦିକମାନେ ବିକାଶର ବାର୍ତ୍ତା ଏବଂ ସମସ୍ତ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମକୁ ଲୋକ ଲୋଚନକୁ ଆଣିଥାନ୍ତି ସେ ଉପରେ ବକ୍ତବ୍ୟ ରଖିଥିଲେ। ସାମ୍ବାଦିକମାନଙ୍କ ପ୍ରତି ଦଶପଲ୍ଲା ବିଧାୟକଙ୍କ ସ୍ନେହ, ଶ୍ରଦ୍ଧା, ଭାଇଚାରା ମନୋଭାବ ଥିବା ଯୋଗୁଁ ବିଧାୟକ ପାଣ୍ଠିରୁ ସାମ୍ବାଦିକ ଭବନ ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିଥିବାରୁ,ବିଧାୟକଙ୍କୁ ଅତିଥିମାନେ ଏବଂ ଆଞ୍ଚଳିକ ସାମ୍ବାଦିକ ସଂଘର ସଦସ୍ୟମାନେ କୃତଜ୍ଞତା ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଦଶପଲ୍ଲା, ଗଣିଆ, ଖଣ୍ଡପଡା, ନୟାଗଡ ଏବଂ ଓଡଗାଁ ବ୍ଲକ ସମସ୍ତ ସାମ୍ବାଦିକମାନେ ଯୋଗଦେଇଥିଲେ। ଅତିଥିମାନଙ୍କୁ ଫୁଲତୋଡା, ଉତ୍ତରୀୟ ଦେଇ ଆଞ୍ଚଳିକ ସାମ୍ବାଦିକ ସଂଘର ସଦସ୍ୟମାନେ ସ୍ବାଗତ, ସମ୍ବର୍ଦ୍ଧନା କରିଥିଲେ। ଶିକ୍ଷକ ମଦନ ମୋହନ ପ୍ରଧାନଓ ଛାତ୍ରଛାତ୍ରୀଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ଗାନ କରଯାଇଥିଲା। ଦଶମ ଶ୍ରେଣୀ ମାଟ୍ରିକ ପରୀକ୍ଷାରେ ନୂଆଗାଁ ବ୍ଲକରେ A1 ଗ୍ରେଡ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ, ପେପର ହକର , ସ୍ୱେଚ୍ଛାସେବୀ, ସ୍ବାସ୍ଥ୍ୟସେବା ଯୋଗାଉଥିବା ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରି ଶେଷରେ ନୂଆଗାଁ ବ୍ଲକ୍ ଆଞ୍ଚଳିକ ସାମ୍ବାଦିକ ସଂଘ ଭବନର ଶୁଭ ଭିତ୍ତପ୍ରସ୍ତର ସ୍ଥାପନ କରିଥିଲେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ।ଳ
