ଚାରିଅଟ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ହାଟସାହି ନିକଟସ୍ଥ ଚାରିଅଟ ପବ୍ଲିକ ସ୍କୁଲର ୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ପରିଷଦ ଅଧକ୍ଷ ଦେବାଶିଷ ପଟନାୟକ, ମୁଖ୍ୟବକ୍ତାଭାବେ ବ୍ଲକ ଅଧକ୍ଷା ନିର୍ମଳା ବେହେରା, ସମ୍ମାନନୀୟ ଅତିଥିଭାବେ ରଣପୁର ବିଜ୍ଞାପିତ ପରିଷଦ ଅଧ୍ୟକ୍ଷା ରଂଗୀନ ମହାନ୍ତି, ବ୍ଲକ ଶିକ୍ଷା ବିଭାଗ ଅଧିକାରୀ ବନାଲତା ବେହେରା, ସ୍କୁଲର ଟ୍ରଷ୍ଟି ସୁପ୍ରଭା ପ୍ରଧାନ ଆୟୋଜକ ପ୍ରଭାତ କୁମାର ପ୍ରଧାନ, ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ପ୍ରଧାନ ଆଦି ଯୋଗ ଦେଇଥିଲେ। ଉକ୍ତ ସ୍କୁଲର ପ୍ରତିଷ୍ଠାତା ତଥା ପୂର୍ବତନ ସରପଞ୍ଚ ପ୍ରଭାତ କୁମାର ପ୍ରଧାନ ଏବଂ ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ପ୍ରଧାନଙ୍କ ଅକ୍ଲାନ୍ତ ପରିଶ୍ରମରେ ସ୍କୁଲର ଉନ୍ନତି ସମ୍ଭବ ହୋଇପାରିଛି। ଛାତ୍ରଛାତ୍ରୀମାନେ ଶିକ୍ଷାରେ କିପରି ଉନ୍ନତି କରିବେ ଆମ ଜିଲ୍ଲା ତଥା ରାଜ୍ୟ ପାଇଁ ଗର୍ବ ଆଉ ଗୌରବ ଆଣିପାରିବେ ସେ ବିଷୟରେ ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା କହିଥିଲେ। ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରା ଶିକ୍ଷା ବ୍ୟବସ୍ଥାକୁ ସୃଦୁଢ କରିବା ସଂଗେ ସଂଗେ ସରକାରୀ ଶିକ୍ଷା ଅନୁଷ୍ଠାନ ଗୁଡିକୁ ସମାନ୍ତରାଳ ଭାବେ ଦୃଷ୍ଟି ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ। ୪ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ବିଶିଷ୍ଟ ନିଜସ୍ୱ ଜାଗାରେ ଘରୋଇ ଶିକ୍ଷା ଅନୁଷ୍ଠାନଟି ନୂତନ ଶିକ୍ଷା ପ୍ରଣାଳୀରେ ଯୋଗଶିକ୍ଷା, ନାଚ, ଗୀତ, ଇଂରାଜୀରେ ନିର୍ଭୁଲ ଭାବରେ ଛାତ୍ରଛାତ୍ରୀଙ୍କର ବାର୍ତାଳାପ, କୁନି କୁନି ପିଲାଙ୍କର ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କୁ ବେଶ ଆନନ୍ଦିତ କରିଥିଲା। ପରିଶେଷରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରା ଏବଂ ଟ୍ରଷ୍ଟି ସୁପ୍ରଭା ପ୍ରଧାନ ଟ୍ରଫି ଏବଂ ସାର୍ଟିଫିକେଟ ପ୍ରଦାନ କରିଥିଲେ। ଆୟୋଜକ ପ୍ରଭାତ ପ୍ରଧାନ ଶିକ୍ଷାନୁଷ୍ଠାନଟିର କିପରି ବିକାଶ ଏବଂ ଛାତ୍ରଛାତ୍ରୀଙ୍କର ଉଜ୍ୱଳ ଭବିଷ୍ୟତ ପାଇଁ ସମସ୍ତ ଅଭିଭାବକଙ୍କ ସହଯୋଗ କାମନା କରିଥିଲେ।

Related posts