ମଗରବନ୍ଧ ବିଶ୍ଵଶାନ୍ତି ମହାଯଜ୍ଞରେ ସୁରମା ପାଢ଼ୀ ଓ ଇରାନୀ ରାୟ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ଅନ୍ତର୍ଗତ ମଗରବନ୍ଧ ଗ୍ରାମର ମା ବ୍ରାହ୍ମଣୀ ଦେବି ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞ ବେସ୍ ଧୁମଧାମରେ ପାଳିତ ହୋଇଯାଇଛି। ଏହି ଯଜ୍ଞ ପ୍ରତିବର୍ଷ ଶ୍ରୀ ପଞ୍ଚମୀ ଠାରୁ ଆରମ୍ଭ ହୋଇ ପାଞ୍ଚଦିନ ପଯ୍ୟନ୍ତ ହୋଇଥାଏ। ମଗରବନ୍ଧ ଗ୍ରାମର ଗ୍ରାମବାସୀଙ୍କ ସମ୍ପୁର୍ଣ୍ଣ ସହଯୋଗରେ ଯଜ୍ଞଟି ହୋଇଥାଏ। ପାଞ୍ଚଦିନ ବ୍ୟାପି ହେଉଥିବା ଏହି ଯଜ୍ଞରେ ପ୍ରତ୍ୟେକ ଦିନ ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ ହୋଇଥାଏ। ବିଭିନ୍ନ ସ୍ଥାନରୁ ସାଧୁସନ୍ଥ, ପଣ୍ଡିତ, ଆଚାର୍ଯ୍ୟମାନଙ୍କୁ ନିମନ୍ତ୍ରିତ କରି ଯଜ୍ଞରେ ପୂଜା କାର୍ଯ୍ୟ ହୋଇଥାଏ। ଅନ୍ତିମ ଦିବସରେ ମଗରବନ୍ଧ ଗ୍ରାମ ଗୋଡିସାହିର କଳାକାରଙ୍କୁ ନେଇ ଏକ ସାମାଜିକ ନାଟକ (ଲୁହରେ ଲେଖା ମୋ କପାଳ ରେଖା) ପରିବେଷଣ କରାଯାଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ବିଜେପି ନେତ୍ରୀ ସୁରମା ପାଢୀ ଓ ଇରାନୀ ରାୟ ଯୋଗ ଦେଇଥିଲେ। ସଭାକାର୍ଯ୍ୟ ପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହୋଇଥିଲା ଓ ପରେ ସାମାଜିକ ନାଟକ ପରିବେଷଣ କରାଯାଇଥିଲା। ଏହାକୁ ସାରା ରାତି ଦର୍ଶକ ମନଭରି ଉପଭୋଗ କରିଥିଲେ।

Related posts