ନୟାଗଡ଼,(ନୟାଗଡ଼ ଦର୍ପଣ): ରାସ୍ତାରୋକ, ପୁଲିସକୁ ମାଡ଼ ମାରିବା, ଯୌତୁକ ନିର୍ଯ୍ୟାତନା ଓ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତଥିବା ୬ଜଣ ୱାରେଣ୍ଟି ଗିରଫ। ନୟାଗଡ଼ ବ୍ଲକ ଅନ୍ତର୍ଗତ କାଳିକାପ୍ରସାଦ ଗ୍ରାମ ପଞ୍ଚାୟତ ସିପାହି ଅସୁରିଢିପା ଗ୍ରାମର ୬ଜଣ ୱାରେଣ୍ଟି ଗିରଫ ହୋଇଛନ୍ତି। ନୟାଗଡ଼ ସଦର ଥାନା ଅଧିକାରୀ ଦିପକ ଖଣ୍ଡାୟତରାୟଙ୍କ ନେତୃତ୍ବରେ ପୋଲିସ ଏହି ୱାରେଣ୍ଟିମାନଙ୍କୁ ଧରିବାକୁ ଚଢ଼ାଉ ଜାରି ରଖିଥିଲେ। ସିପାହି ଅସୁରଢିପା ଗ୍ରାମର ମଧୁ ଗୌଡଙ୍କ ପୁଅ ହରସ ଗୌଡ, ଫକିର ଗୌଡଙ୍କ ପୁଅ ମଧୁ ଗୌଡ, ରଥି ମହାପାତ୍ରଙ୍କ ପୁଅ ଅସୁନି ମହାପାତ୍ର, ମଧୁ ଗୌଡଙ୍କ ପତ୍ନୀ ସାବି ଗୌଡ, ମୀନା ଗୌଡ ଓ ରୀନା ଗୌଡକୁ ଗିରଫ କରାଯାଇଛି । ଏମାନଙ୍କ ନାମରେ ବିଭିନ୍ନ ଅଭିଯୋଗମାନ ହୋଇଥିଲା । ଆଜି ସେମାନଙ୍କୁ କୋର୍ଟ ଫରୱାର୍ଡ କରାଯାଇଛି।
Related posts
-
ବ୍ଲକସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ବ୍ଲକ ସ୍ତରୀୟ ନିପୁଣ ଓଡ଼ିଶା ମେଳା-୨୦୨୫ ବ୍ରଜେନ୍ଦ୍ର ହାଇସ୍କୁଲ, ନୟାଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମରୁ ତୃତୀୟ... -
ପଞ୍ଚୁପାଣ୍ଡବ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ମନମୋହିଲା ସାନ ବଡ଼ ଘୁଡୁକା ଲୋକନୃତ୍ୟ ଏବଂ ନୂଆଗାଁ ବନ୍ଦନା
ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକର କଳା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୫ର... -
ନୂଆଗାଁ ବ୍ଲକର କଳା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା
February 3, 2025 Jajati Comments Off on ନୂଆଗାଁ ବ୍ଲକର କଳା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକର କଳା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ...