ଗଣିଆ,(ନୟାଗଡ଼ ଦର୍ପଣ)ବିଜୟ ଲକ୍ଷ୍ମୀ ରାଉତ: ଗଣିଆ ବ୍ଲକ ରାସଙ୍ଗ ପଞ୍ଚାୟତ ଓସ୍ତିଆ ସମବାୟ ସମିତିରେ ମିଲର ଧାନ ନ ନେବାରୁ ଉତ୍ତେଜନା ଦେଖାଦେଇଛି । ଚାଷୀ ମାନେ ଉତ୍ୟକ୍ତ ହୋଇ ସମିତିର ସଭାପତି ଭାବଗ୍ରାହୀ ସ୍ବାଇଁ ଏବଂ ଜଳଧର ରାଉଳଙ୍କୁ ସମିତି କାର୍ଯ୍ୟାଳୟ ପରିସରରେ ବନ୍ଦ କରି ରଖିବା ସହିତ ଧାନ ନ ଉଠିବା ପର୍ଯ୍ୟନ୍ତ ସେଠାରେ ବସି ରହିବେ ବୋଲି ଦାବି କରିଛନ୍ତି । ଘଟଣାରୁ ଜଣାପଡିଛି ଯେ ଯୋଗାଣ ବିଭାଗ ତରଫରୁ ୨ ତାରିଖ ଦିବା ୧୧ ଘଟିକା ମଧ୍ୟରେ ଧାନ ମଣ୍ଡିକୁ ଧାନ ଆଣିବାକୁ ଚାଷୀ ମାନଙ୍କ ପାଖକୁ ମୋବାଇଲରେ ମେସେଜ ଆସିବା ପରେ ଓସ୍ତିଆ ସମବାୟ ସମିତି ଅଧିନରେ ଥିବା ବିଭିନ୍ନ ଗ୍ରାମର ପ୍ରାୟ ୩୦ ଜଣ ଚାଷୀ ସୋମବାର ସକାଳୁ ପ୍ରାୟ ୬ଶହ କ୍ଵିଣ୍ଟାଲ ଧାନ ଆଣି ମଣ୍ଡିରେ ରଖିଥିଲେ । ଦିନ ସାରା ଅପେକ୍ଷା କରି ରହିଥିଲେ ମଧ୍ୟ ମିଲର ଧାନ ନେବାକୁ ଆସି ନଥିଲେ । ଗାଡ଼ି ଭଡ଼ା କରି ଘରୁ ଧାନ ଆଣି ମଣ୍ଡିକୁ ଆଣି ବାହାରେ ଗଦା କରି ଶୀତ କାକରରେ ପଡ଼ିଥିବା ବେଳେ ମିଲର ନ ଆସିବାରୁ ଚାଷୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଖାଦେଇଥିଲା। ଫଳରେ ସେମାନେ ଉତ୍ତେଜିତ ହୋଇ ସଭାପତି ଏବଂ ସମ୍ପାଦକଙ୍କୁ କାର୍ଯ୍ୟାଳୟ ପରିସରରେ ଅଟକ ରଖିଥିଲେ । ଯେ ପର୍ଯ୍ୟନ୍ତ ଧାନ ନ ଉଠିବ ସେ ପର୍ଯ୍ୟନ୍ତ ଚାଷୀ ମାନେ କାର୍ଯ୍ୟାଳୟରେ ତାଲା ପକାଇବା ସହିତ ବାହାରେ ବସି ରହିବେ ବୋଲି ଚେତାବନୀ ଦେଇଥିଲେ । ଏ ସମ୍ପର୍କରେ ବ୍ଳକ ଯୋଗାଣ ଅଧିକାରୀ ଏବଂ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଜଣାଇବା ପରେ ମିଲର ଆସି ଘଟଣାସ୍ଥଳରେ ପହଂଚି ଚାଷୀଙ୍କ ସହିତ ଆଲୋଚନା କରି ଆସନ୍ତାକାଲି ଧାନ ଉଠିବ ବୋଲି ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ସଭାପତି ସମ୍ପାଦକଙ୍କୁ ଛାଡ଼ିବା ସହିତ ଧାରଣାରୁ ହଟିଥିଲେ ।
Related posts
-
ନୂଆଗାଁ ବ୍ଲକର କଳା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା
February 3, 2025 Jajati Comments Off on ନୂଆଗାଁ ବ୍ଲକର କଳା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକର କଳା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ... -
ମହାବିଦ୍ୟାଳୟର କନିଷ୍ଠ କିରାଣୀଙ୍କ ବିୟୋଗରେ ଶୋକସଭା
ନୟାଗଡ଼, (ନୟାଗଡ଼ ଦର୍ପଣ): ଶ୍ରୀ ଶ୍ରୀ ରଘୁନାଥ ଜୀଉ ସ୍ନାତକ ମହାବିଦ୍ୟାଳୟର କାଯ୍ୟରତ କନିଷ୍ଠ କିରାଣୀ ଲଷ୍ମୀଧର ସାହୁଙ୍କ ଅକାଳ ବିୟୋଗ... -
ଭକ୍ତି ସଙ୍ଗୀତ ପ୍ରତିଯୋଗିତା, ଶେଷ ହେଲା ବ୍ଲକ ପର୍ଯ୍ୟାୟ ଅଡିସନ, ୫ ରେ ସେମିଫାଇନାଲ
December 28, 2024 Jajati Comments Off on ଭକ୍ତି ସଙ୍ଗୀତ ପ୍ରତିଯୋଗିତା, ଶେଷ ହେଲା ବ୍ଲକ ପର୍ଯ୍ୟାୟ ଅଡିସନ, ୫ ରେ ସେମିଫାଇନାଲନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସଙ୍ଗୀତଧାରା ପକ୍ଷରୁ ଚାଲିଥିବା ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ବ୍ଲକ ପର୍ଯ୍ୟାୟ ଅଡିସନ ଆଜି ଗଣିଆ ବ୍ଲକ ଅଡିସନ...