ନୟାଗଡ଼,(ନୟାଗଡ଼ ଦର୍ପଣ): ନୂଆବର୍ଷ ଉପଲକ୍ଷେ ବରିଷ୍ଠ ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ, ସଙ୍ଗୀତ ନିର୍ଦ୍ଦେଶକ ତଥା ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦଙ୍କ ଦ୍ୱାରା ଭିଡିଓ ସଙ୍ଗୀତ ‘ପାପଭାର ମୋର ବଳିଗଲା ବୋଲି ତୋ ସିଂହ ଦୁଆର କରିଲୁ ମନା’ ତାଙ୍କ ନୂଆଦିଲ୍ଲୀ ସ୍ଥିତ ବାସ ଭବନରେ ଲୋକାର୍ପିତ ହୋଇଯାଇଛି । ନୟାଗଡ଼ ଜିଲ୍ଲାର ଯୁବପ୍ରତିଭା ତଥା ଦୂରଦର୍ଶନ ଏବଂ ଆକାଶବାଣୀ କେନ୍ଦ୍ରର ସ୍ୱୀକୃତୀପ୍ରାପ୍ତ କଣ୍ଠଶିଳ୍ପୀ ପ୍ରଶାନ୍ତ ଦାଶ ଏହି ଭଜନରେ କଣ୍ଠଦାନ କରିଥିବା ବେଳେ ଗୀତିକାର ସୁବାସ ନାୟକ ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଇଣ୍ଡିଆନ ମ୍ୟୁଜିକ କ୍ରିଏସନ ଦ୍ୱାରା ପ୍ରଯୋଜିତ ଏହି ଭିଡିଓ ସଙ୍ଗୀତର ପରିଚାଳନା ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଅଞ୍ଜନ କୁମାର କରିଛନ୍ତି । ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ଶ୍ରୀଯୁକ୍ତ ଦାଶଙ୍କ ସମେତ ଲକ୍ଷ୍ମୀଧର ସାହୁ, ପ୍ରଶାନ୍ତ ପଟ୍ଟନାୟକ, ଦୀନବନ୍ଧୁ ସାହୁ, ଶରତ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ । ମିଛମାୟା ସଂସାରରେ ସତ୍ୟ ପଥରେ ରହୁଥିବା ଭକ୍ତଟିଏ ଯାହା କାର୍ଯ୍ୟ କଲେ ମଧ୍ୟ ତାକୁ ବହୁ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିଥାଏ । ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ ପାଇଁ ଆତୁର ଭକ୍ତପାଇଁ ବଡ଼ ଦୁଆର ବନ୍ଦ ରହୁଥିବା ଭକ୍ତଟି ଅନୁଭବ କରି କାଳେ ତା’ର ପାପଭାର ବଢ଼ି ଗଲା ବୋଲି ସେ ଭଗବାନଙ୍କୁ ଗୁହାରି କରୁଛି । ଏପରି ଏକ ପରିକଳ୍ପନାରେ ରଚନା କରାଯାଇଥିବା ଏହି ଗୀତଟି ବେଶ ଶୃତିମଧୁର ହୋଇଥିବା ବେଳେ ଏହା ଲୋକମାନଙ୍କ ମଧ୍ୟରେ ବେଶ ଜନାଦୃତି ହୋଇପାରିବ ବୋଲି ଉପସ୍ଥିତ ସଙ୍ଗୀତପ୍ରେମୀ ମାନେ ମତବ୍ୟକ୍ତ କରିଥିଲେ ।
Related posts
-
ଶିଶୁ ଦିବସ ଉପଲକ୍ଷେ ସ୍ୱାତୀଲଗ୍ନା ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା
ନୟାଗଡ଼, (ନୟାଗଡ଼ ଦର୍ପଣ): ଶିଶୁ ଦିବସ ଉପଲକ୍ଷେ ସ୍ୱାତୀଲଗ୍ନା ଇ ପତ୍ରିକା ଆନୁକୂଲ୍ୟରେ ୧୨. ୧୧.୨୦୨୪ରିଖ ସନ୍ଧ୍ୟା ୭ଟାରେ ଅନଲାଇନ ମାଧ୍ୟମରେ... -
ନୟାଗଡ଼ର ପ୍ରସିଦ୍ଧ ବୋଇତ ବନ୍ଦାଣ ଉତ୍ସବ ଉଦଘାଟିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ପୁରୁଣାସହର ଅଧିଷ୍ଠାତ୍ରୀ ଦେବୀ ମା ଦକ୍ଷିଣକାଳୀ ମନ୍ଦିର ପଡ଼ିଆଠାରେ ବୋଇତ ବନ୍ଦାଣ ଉତ୍ସବ-୨୦୨୪ ଉଦଘାଟିତ ହୋଇଯାଇଛି।... -
ଭାପୁରରେ ସଙ୍ଗୀତଧାରା ଭକ୍ତିସଙ୍ଗୀତ ପ୍ରତିଯୋଗିତା
ନୟାଗଡ଼, (ନୟାଗଡ଼ ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ସରସ୍ବତୀ ଶିଶୁ ମନ୍ଦିର, ଭାପୁର...