ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ନୟାଗଡ଼ ଜିଲ୍ଲାରେ ନାରୀ ସଶକ୍ତିକରଣର ବାର୍ତ୍ତା ନେଇ ସେବା ସଙ୍କଳ୍ପ ଅଭିଯାନ-୨୦୨୬ ଶୁଭାରମ୍ଭ ହୋଇଯାଇଛି । ଏହି ଅଭିଯାନର ପ୍ରଥମ ଦିନରେ ମା’ ଦକ୍ଷିଣକାଳୀ ମନ୍ଦିର ସମ୍ମୁଖରେ ସନ୍ଧ୍ୟା ୭ଘଟିକା ସମୟରେ ଏକ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ‘ଆଶୀର୍ବାଦର ଦୀପ’ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ, ପୂର୍ବତନ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ, ପୌର ପରିଷଦ ଅଧକ୍ଷା ନିରୁପମା ଖଟେଇ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ସାହୁ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, କର୍ମଚାରୀ, ଗଣମାଧ୍ୟମର ପ୍ରତିନିଧି ଓ ବହୁ ସଂଖ୍ୟାରେ ଜନ ସାଧାରଣ ଉପସ୍ଥିତ ଥିଲେ। ଜିଲ୍ଲା ପ୍ରଶାସନ, ନୟାଗଡ଼ ଓ ମିଶନ ଶକ୍ତି ବିଭାଗର…
Read MoreDay: September 17, 2026
ରୋହିବାଙ୍କ ଇକୋକ୍ଲବ ଛାତ୍ର ଛାତ୍ରୀଙ୍କ ଦ୍ୱାରା ବୃକ୍ଷରୋପଣ
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ରାଜ୍ୟସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓ ନୟାଗଡ଼ ତଥା ଓଡଗାଁ ବ୍ଲକ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ଓଡଗାଁ ବ୍ଲକ ରୋହିବାଙ୍କ ପଞ୍ଚାୟତ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ରୋହିବାଙ୍କ ରେ ଯଶସ୍ବୀ ପ୍ରଧାନ ମନ୍ତ୍ରୀନରେନ୍ଦ୍ର ମୋଦିଙ୍କ ଙ୍କ ୭୬ତମ ଜନ୍ମବାର୍ଷିକ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ସହକାରୀ ଜଙ୍ଗଲ ସଂରକ୍ଷକ ଡ଼ଃ ସତ୍ୟଜିତ କର ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ, ସମ୍ମାନିତ ଅତିଥିଭାବେ ଓଡଗାଁ ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲ୍ଲିକ, ଓଡଗାଁ ବନପାଳ ସରିତା ବରାଳ, ବନପାଳ ଜ୍ୟୋତିର୍ମୟୀ ସାମନ୍ତରାୟ, ଲାଉଖାଳ ବନରଖି ଦିପ୍ତିମୟୀ ରାଉତ, କୋମଣ୍ଡ ସାଧାନକେନ୍ଦ୍ର ସଂଯୋଜକ ଲଳିତମୋହନ ମିଶ୍ର ପ୍ରମୁଖ ଯୋଗଦେଇଥିଲେ। ପ୍ରଧାନଶିକ୍ଷୟିତ୍ରୀ ବିଷ୍ନୁପ୍ରିୟା ବାରିକ ସମସ୍ତଙ୍କୁ ସ୍ୱାଗତ କରି ଥିବାବେଳେ ସମସ୍ତ…
Read Moreନୟାଗଡ଼ରେ ବିଜେପିର ବିଶାଳ ମିଶ୍ରଣ ପର୍ବ: ପଦ୍ମ ଧରିଲେ ବିରୁଡ଼ା ପଞ୍ଚାୟତର ହଜାରରୁ ଊର୍ଦ୍ଧ୍ୱ ବିଜେଡି କର୍ମୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ବିଜେଡ଼ିର ଗଡ଼ କୁହାଯାଉଥିବା ବିରୁଡ଼ା ପଞ୍ଚାୟତରେ ଏବେ ପଦ୍ମ ଫୁଟିଛି। ନୟାଗଡ଼ ପୁରୁଣା ରାଜବାଟୀସ୍ଥିତ ବିଜେପି କାର୍ଯ୍ୟାଳୟଠାରେ ଆୟୋଜିତ ଏକ ବିଶାଳ ମିଶ୍ରଣ ପର୍ବରେ ବିରୁଡ଼ା ପଞ୍ଚାୟତର ୧୦୦୦ରୁ ଊର୍ଦ୍ଧ୍ୱ ବିଜେଡ଼ି ନେତା ଓ କର୍ମୀ ବିଜେପିରେ ଯୋଗଦାନ କରିଥିଲେ। ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ସରକାରର ଲୋକାଭିମୁଖୀ ଶାସନ ଓ ବିକାଶମୁଖୀ ନୀତି ପ୍ରତି ଆକୃଷ୍ଟ ହୋଇ ବିରୁଡ଼ା ଗ୍ରାମ ପଞ୍ଚାୟତର ବର୍ତ୍ତମାନର ସରପଞ୍ଚ ବିଷ୍ଣୁପ୍ରିୟା ସ୍ୱାଇଁ, ସମିତି ସଭ୍ୟା ଶୁଭଲକ୍ଷ୍ମୀ ସାହୁ, ନାଏବ ସରପଞ୍ଚ ସସ୍ମିତା ବିଶ୍ୱାଳଙ୍କ ସମେତ ୧୩ ଜଣ ୱାର୍ଡ ମେମ୍ବର ଏବଂ ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ୱ ବିଜେଡି କର୍ମୀ ବିଜୁ ଜନତା ଦଳ ପରିତ୍ୟାଗ…
Read More