ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ବହୁମୂଖୀ ସ୍ବାସ୍ଥ୍ୟକର୍ମୀ ମହାସଂଘ ଶାଖାର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାସଂଘର ସଭାପତି ରାଧେଶ୍ୟାମ ପ୍ରଧାନଙ୍କର ଅଧ୍ୟକ୍ଷତାରେ ପଠାଣି ସାମନ୍ତ ଅଡିଟୋରିୟମ ଠାରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ସଂଘର କର୍ମକର୍ତ୍ତା ନିରଞ୍ଜନ ଦାଶ, ପ୍ରଭାକର ପଲେଇ, କାଞ୍ଚନବାଳା ମହାରଣା, ଚକ୍ରଧର ଛୋଟରାୟ, ରାଜ୍ୟ ସଂଘର କର୍ମକର୍ତ୍ତା ପ୍ରଶନ୍ନ କୁମାର ସାହୁ ଏବଂ ଦୟାନିଧି ଦାଶ ଉପସ୍ଥିତ ଥିଲେ । ସ୍ବାସ୍ଥ୍ୟ ପରିଦର୍ଶକ ଭାସ୍କର ନାରାୟଣ ମହାରଣା ସଭା ପରିଚାଳନା କରିଥିଲେ । ସଂଘ ପକ୍ଷରୁ ପାଞ୍ଚ ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ପ୍ରତ୍ୟେକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ପ୍ରଦାନ କରାଯାଇଥିବା ସମ୍ପର୍କରେ ଆଲୋଚନା କରାଯାଇ ଥିଲା। ଦାବି ଗୁଡ଼ିକ ମଧ୍ୟରେ କ୍ୟାଡ଼ର ପୁନଃର୍ଗଠନ ପ୍ରମୁଖ ଥିଲା । ବର୍ତ୍ତମାନ ସଂଘ ପକ୍ଷରୁ ପ୍ରତ୍ୟେକ ସଦସ୍ୟ ୭ତାରିଖ ଠାରୁ କଳାବ୍ୟାଚ ପରିଧାନ କରିଛନ୍ତି ଏବଂ ୧୪ ତାରିଖ ଠାରୁ ସମସ୍ତେ କାର୍ଯ୍ୟ କରିବେ । ରିପୋର୍ଟ ଦେବେ ନାହିଁ ତଥାପି ଯଦି ଦାବି ପୁରଣ ନହୁଏ ତାହେଲେ ଆସନ୍ତା ୨୧.୧୨.୨୦୨୨ ଠାରୁ ସମ୍ପୂର୍ଣ୍ଣ କାର୍ଯ୍ୟ ବନ୍ଦ କରିବା ସହିତ ପ୍ରତ୍ୟେକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଠାରେ ଧାରଣା ଦେବା ପାଇଁ ଆଜିର ବୈଠକରେ ନିଷ୍ପତି ନିଆଯାଇଛି ।
Related posts
-
ବିତର୍କ ପ୍ରତିଯୋଗିତା; ବରିଷ୍ଠରେ ଶୁଭାଶିଷ, କନିଷ୍ଠରେ ପ୍ରିୟରଞ୍ଜନ ପ୍ରଥମ
ନୟାଗଡ଼,(ନୟାଗଡ଼ ଦର୍ପଣ): ଦୈନିକ ଖବରକାଗଜ ‘ସକାଳ’ ୪ର୍ଥ ସ୍ୱନ୍ନକ୍ଷତ୍ର ଦିବସ ଉପଲକ୍ଷେ ନୟାଗଡ଼ ଜିଲ୍ଲାସ୍ତରୀୟ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।... -
ଜିଲ୍ଲା ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା କାର୍ଯ୍ୟକ୍ରମ
ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରଜ୍ଞାନ ମିଶନ, ଓଡ଼ିଶାଦ୍ଵାରା ଜିଲ୍ଲାସ୍ତରୀୟ ଗୀତା ସୁଗୀତା କର୍ତ୍ତବ୍ୟା କାର୍ଯ୍ୟକ୍ରମ ତଥା ଗୀତା ଆବୃତ୍ତି ପ୍ରତିଯୋଗିତା ସ୍ଥାନୀୟ... -
ପାଣିପୋଇଲା ସରସ୍ୱତୀ ଶିଶୁମନ୍ଦିରର ବାର୍ଷିକ ଉତ୍ସବ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ୍ ପାଣିପୋଇଲା ସରସ୍ୱତୀ ଶିଶୁବିଦ୍ୟାମନ୍ଦିରର ପଂଚଦଶ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି । ବିଦ୍ୟାମନ୍ଦିରର ସଂପାଦକ...