ନୟାଗଡ଼,(ନୟାଗଡ଼ ଦର୍ପଣ): ପରମ୍ପରା ସାହିତ୍ୟ ଓ ସଂସ୍କୃତି ପରିଷଦ, ନୟାଗଡ଼ ପକ୍ଷରୁ ୨ ଦିନ ବ୍ୟାପି ଅନୁଷ୍ଠିତ ନୟାଗଡ଼ ସାହିତ୍ୟ ମହାକୁମ୍ଭ ଆଜି ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟ ସଭାଗୃହରେ ଉଦଯାପିତ ହୋଇଯାଇଛି। ପ୍ରଥମ ଦିବସରେ ଅତିଥିଭାବେ ନୟାଗଡ଼ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନ, ଗାଳ୍ପିକ ସୁରେଶ ଛୋଟରାୟ, କଥାକାର ତପନ ମହାପାତ୍ର, ଯୁବ କଥାକାର/ସାମ୍ବାଦିକ ଶୁଭ୍ରାଂଶୁ ପଣ୍ଡା, ହାଡ଼ିବନ୍ଧୁ ମହାକୁଢ଼, ଡ.ଅଶୁତୋଷ ମିଶ୍ର, ଅଧ୍ୟାପକ ରବି ଶତପଥୀ, ଅଶୋକ ମଲ୍ଲ, ଗୋଦାବରିଶ ମିଶ୍ର, ପ୍ରଭାତ ମିଶ୍ର ପ୍ରମୁଖ ଯୋଗଦାନ କରି ଗଳ୍ପ ଓ କବିତା କାହିଁକି ଓ କିପରି ଲେଖା ଯାଏ ସେ ସମ୍ପର୍କରେ ଆଲୋଚନା କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଅନୁଷ୍ଠିତ ବ୍ୟଙ୍ଗ ଦରବାର କାର୍ଯକ୍ରମରେ ଅତିଥିଭାବେ ବ୍ୟଙ୍ଗକାର ଶ୍ରୀଯୁକ୍ତ ସତ୍ୟାନାଶ, ବ୍ରଜ ସୁବୁଦ୍ଧି, ରବିନ୍ଦ୍ର ରାଉତ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଅପରାହଣରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସାଂସ୍କୃତିକ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ସାହିତ୍ୟ ମହାକୁମ୍ଭର ଦ୍ବିତୀୟ ଦିବସରେ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ, ସାହିତ୍ୟ ଏକାଡେମୀ ସଦସ୍ୟ ଅଧ୍ୟାପକ ଅଶୋକ ନାୟକ ପ୍ରମୁଖ ଯୋଗଦାନ କରିଥିଲେ । ପରମ୍ପରା ସାହିତ୍ୟାନୁଷ୍ଠାର ସଭାପତି ଡ. ସୁକାନ୍ତି ମହାନ୍ତିଙ୍କ ପୌରହିତ୍ୟରେ ଆୟୋଜିତ ସାହିତ୍ୟ ମହାକୁମ୍ଭରେ ସମ୍ପାଦକ କବି ନିର୍ମଳଚନ୍ଦ୍ର ଶୂରଦେଓ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ୨୯ଜଣ ପ୍ରତିଭୂଙ୍କୁ ବିଭିନ୍ନ ସମ୍ମାନରେ ସମ୍ମାନୀତ କରାଯାଇଥିଲା ।
Related posts
-
ଧରିତ୍ରୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନର ଜିଲ୍ଲାସ୍ତରୀୟ ପରାମର୍ଶ ବୈଠକ “ମନ୍ଥନ ଶିବିର”
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଦିଲିପ କୁମାର ବଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଧରିତ୍ରୀ ଆବା ଜନଜାତୀୟ... -
ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ବିଜୁ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ ଅବସରରେ ଆଜି ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ପାଳନ... -
ଯେଉଁମାନେ ଆମ ଜିଲ୍ଲାର ଅସ୍ମିତା ସେହି ମହାପୁରୁଷଙ୍କୁ ନୟାଗଡ଼ ଜିଲ୍ଲା ମହୋତ୍ସବରେ ସ୍ଥାନ ନାହିଁ
December 24, 2024 Jajati Comments Off on ଯେଉଁମାନେ ଆମ ଜିଲ୍ଲାର ଅସ୍ମିତା ସେହି ମହାପୁରୁଷଙ୍କୁ ନୟାଗଡ଼ ଜିଲ୍ଲା ମହୋତ୍ସବରେ ସ୍ଥାନ ନାହିଁନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର କଳା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ଉଜ୍ଜିବିତ କରିବା ପାଇଁ ପାଳନ ହୋଇ ଆସୁଛି...