ନୟାଗଡ଼ ଜିଲ୍ଲା ଲେଖକ ପରିଷଦର ବାର୍ଷିକଉତ୍ସବ ଉପଲକ୍ଷେ ପ୍ରସ୍ତୁତି ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଲେଖକ ପରିଷଦର ୨୮ତମ ବାର୍ଷିକଉତ୍ସବ ଉପଲକ୍ଷେ ପରିଷଦର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ରଙ୍କ ସଭାପତିତ୍ୱରେ ଦେଉଳି ଗ୍ରାମରେ ଥିବା କୃଷି ଉଦ୍ୟାନ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି l ପ୍ରାରମ୍ଭରେ ପରିଷଦର ସମ୍ପାଦକ ସଭିଙ୍କୁ ସ୍ବାଗତକରି ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l କରୋନା ସଙ୍କଟ ଯୋଗୁଁ ଗତ ଦୁଇବର୍ଷ ହେଲା ବାର୍ଷିକଉତ୍ସବ ଆୟୋଜିତ ହୋଇନଥିବା ଏବଂ କାର୍ଯ୍ୟକାରୀ କମିଟିର କାର୍ଯ୍ୟକାଳ ପୁରା ହେଇସାରିଥିବା ବେଳେ ନୂତନ କମିଟି ଗଠନ ଉପଲକ୍ଷେ ସାମ୍ବିଧାନିକ ବୈଠକ ଉପରେ ଆଲୋଚନା ପାଇଁ ପ୍ରସ୍ତାବ ରଖିଥିଲେ l ସମ୍ପାଦକଙ୍କ ପ୍ରସ୍ତାବ ଅନୁଯାୟୀ ଆଗାମୀ ନଭେମ୍ବର ୨0 ତାରିଖ ରବିବାର ଦିନ ବାର୍ଷିକ ଉତ୍ସବ ପାଇଁ ଦିନ ଧାର୍ଯ୍ୟ କରାଯିବା ସହିତ ଡିସେମ୍ବର ୧୧ ତାରିଖରେ ସାମ୍ବିଧାନିକ ବୈଠକ ଡକାଯାଇ ପରିଷଦର ନୂତନ କର୍ମକର୍ତ୍ତା ଚୟନ ପାଇଁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ କରାଗଲା l ସାହିତ୍ୟ କଳା ସଂସ୍କୃତି କ୍ଷେତ୍ରରେ ପାରଦର୍ଶିତା ଲାଭକରିଥିବା ନୟାଗଡ଼ ଜିଲ୍ଲାର ପ୍ରତିଭାମାନଙ୍କୁ ନବଗଡ଼ର ଯୋଗଜନ୍ମା ସାରସ୍ୱତ ସାଧକଙ୍କ ନାମରେ ସ୍ମୃତି ସମ୍ମାନ ପ୍ରଦାନ ପାଇଁ ପ୍ରସ୍ତାବ ଗୃହୀତ ହେବା ସହିତ ପରିଷଦର ମୁଖପତ୍ର ପ୍ରକାଶ ପାଇଁ ସହମତି ପାଇଲା l ବାର୍ଷିକ ଉତ୍ସବ ପୂର୍ବରୁ ଜିଲ୍ଲା ସ୍ତରୀୟ ରକ୍ତଦାନ ଶିବିର ଓ ପରିବେଶ ସୁରକ୍ଷା ନିମନ୍ତେ ଗଛ ପାଇଁ ଗୋଟିଏ ଦିନ କାର୍ଯ୍ୟକ୍ରମ ଆୟୋଜନ ପାଇଁ ପ୍ରସ୍ତାବ ଗୃହୀତ ହେଲା l ବିଗତ ଉତ୍ସବ ଆୟୋଜନ ପରି ପରିଷଦର ସମସ୍ତ ସଦସ୍ୟ / ସଦସ୍ୟା ସହଯୋଗ ନିମନ୍ତେ ଅନୁରୋଧ ରଖାଗଲା l ପ୍ରସ୍ତୁତି ବୈଠକରେ ପରିଷଦର ଉପଦେଷ୍ଟା ଲୋକନାଥ ମିଶ୍ର, ଗୋଲଖ ବିହାରୀ ନାୟକ, ହୃଷିକେଶ ଦାଶ, ନିର୍ମଳ ଶୂରଦେଓ, ସଂପାଦକ ଏସ.ଏ ଖାଲିକ, ଉପସଭାନେତ୍ରୀ ଡ.ସୁକାନ୍ତି ମହାନ୍ତି, କୋଷାଧ୍ୟକ୍ଷ ଅଶୋକ ମଲ୍ଲଙ୍କ ସମେତ କବୟିତ୍ରୀ ସୌଦାମିନୀ ସ୍ୱାଇଁ, ପ୍ରଶାନ୍ତ ଦାଶ, ବିଭୁତି ମିଶ୍ର, ଲଷ୍ମୀଧର ସାହୁ, ଜ୍ୟୋତିରଞ୍ଜନ ଦାଶ, ଗୋଦାବରୀ ବସନ୍ତିଆ, ନିରାକାର ସ୍ୱାଇଁ ଓ ରଞ୍ଜନ ରଶ୍ମି ଜେନା ପ୍ରମୁଖ କର୍ମକର୍ତ୍ତା ଯୋଗଦେଇଥିଲେ l ପରିଶେଷରେ ସହ ସମ୍ପାଦିକା ସୌଦାମିନୀ ସ୍ୱାଇଁ ଧନ୍ୟବାଦ ଦେଇଥିଲେ।

Related posts