ଭାପୁରରେ ସ୍ୱାଧୀନତାର ଗୌରବ ପଦଯାତ୍ରା

ଭାପୁର,(ନୟାଗଡ଼ ଦର୍ପଣ): ଭାରତବର୍ଷକୁ ଇଂରେଜ ଶାସନରୁ ମୁକ୍ତ କରି ସ୍ୱାଧୀନ ଭାରତର ନୂତନ ପରିଚୟ ପାଇଁ ଜାତୀୟ କଂଗ୍ରେସର ତ୍ୟାଗ ବଳିଦାନର ୭୫ ବର୍ଷ ପରିପ୍ରେକ୍ଷୀରେ ଆଜି ଭାପୁର ଠାରେ ପ୍ରତିକୂଳ ପାଣିପାଗ ସତ୍ୱେ ତହସିଲ କାର୍ଯ୍ୟାଳୟ ଠାରୁ ରାମଧୁନ ଜାତୀୟତାର ଗୀତ ଗାଈ ସ୍ୱାଧୀନତାର ଗୌରବ ପଦଯାତ୍ରା ଖଇରଗାଡ଼ିଆ ଦମକଳ କେନ୍ଦ୍ର ଯାଏଁ ଆସିଥିଲା। ଭାପୁର ବ୍ଲକ କଂଗ୍ରେସ ସଭାପତି ବାଙ୍କାବିହାରୀ ଧଳଏବଂ ଖଣ୍ଡପଡା ବ୍ଲକ କଂଗ୍ରେସ ସଭାପତି ଦେବବ୍ରତ ବେହେରାଙ୍କ ନେତୃତ୍ୱରେ ଆୟୋଜିତ ପଦଯାତ୍ରା କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ, ଖଣ୍ଡପଡା ଦଳୀୟ ବିଧାନସଭା ପ୍ରାର୍ଥୀ ବସନ୍ତ ମହାରଣା, ଆଇଏନଟିୟୁସି ଜିଲ୍ଲା କାର୍ଯ୍ୟକର୍ତା ପୂର୍ଣଚନ୍ଦ୍ର ପ୍ରଧାନ, ଯୁବ କଂଗ୍ରେସ ସଭାପତି ଦିଲ୍ଲୀପ ଖୁଣ୍ଟିଆ, ଦଳୀୟ ନେତା ପୂର୍ଣ୍ଣଚନ୍ଦ୍ର ସାନ୍ତ, ପ୍ରକାଶ ଖୁଣ୍ଟିଆ ପ୍ରମୁଖ ବହୁ ଦଳୀୟ କର୍ମୀମହିଳା କଂଗ୍ରେସ କାର୍ଯ୍ୟକର୍ତା, କର୍ମୀ ସାମିଲ ଥିଲେ l ଦେଶରେ ଅତ୍ୟାବଶ୍ୟକୀୟ ସାମଗ୍ରୀରମାତ୍ରାଧିକ ଦରଦାମ ବୃଦ୍ଧି ଦରଦାମ, ଜିଏସଟି ର ଅପବ୍ୟବହାର,ବେରୋଜଗାର, ମୁଦ୍ରାସ୍ଫିତି ଅଣାୟତ୍ତ ଅବସ୍ଥା ପାଇଁ କେନ୍ଦ୍ର ଏନଡିଏ ସରକାର ଦାୟୀ ବୋଲି ଜିଲ୍ଲା ସଭାପତି ଶ୍ରୀ ଦାଶ କହିଛନ୍ତି

Related posts