ରାଜ୍ୟର ପ୍ରଥମ ଛତୁ ପ୍ରକ୍ରିୟାକରଣ କେନ୍ଦ୍ରର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କଲେ କୃଷି ମନ୍ତ୍ରୀ

ଅଧିକରୁ ଅଧିକ ରୋଜଗାର ଦେବ ଛତୁ ଚାଷ: କୃଷି ମନ୍ତ୍ରୀ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ରାଜ୍ୟର ପ୍ରଥମ ଛତୁ ପ୍ରକ୍ରିୟାକରଣ କେନ୍ଦ୍ରର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ନୟାଗଡ଼ ବିଧାୟକ ତଥା କୃଷିମନ୍ତ୍ରୀ ଡ. ଅରୁଣ କୁମାର ସାହୁ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ରାବେରା ପଂଚାୟତ କାର୍ଯ୍ୟାଳୟ ଠାରେ ୨କୋଟି ୫୪ଲକ୍ଷ ଟଙ୍କା ବ୍ୟୟରେ ଉକ୍ତ ଛତୁ ପ୍ରକଳ୍ପର କାର୍ଯ୍ୟ ଯଥାଶୀଘ୍ର ତ୍ୱରାନ୍ନିତ ହେବାକୁ ଯାଉଥିବାବେଳେ ସାରା ଭାରତ ବର୍ଷରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ଆତ୍ମ ନିର୍ଭରଶୀଳ ହେବା ସହ ସ୍ୱାବଲମ୍ବି ହେବା ପାଇଁ ପାଳଛତୁ ଚାଷ ଏକ ଭଲ ଲାଭଜନକ ପନ୍ଥା ବୋଲି ଡ. ସାହୁ କହିଥିଲେ। ମହିଳାମାନେ କିପରି ସଶକ୍ତ ହେବେ ସେଥିପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଥିବାବେଳେ ଏହାକୁ ଆଖି ଆଗରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ଗାଁ ଅଂଚଳର ମା’ ମାନଙ୍କର ବିକାଶ ପାଇଁ ଏହି ଛତୁ ପ୍ରକଳ୍ପର ପରିକଳ୍ପନା କରିଛନ୍ତି ବୋଲି ମନ୍ତ୍ରୀ ଡ଼ଃ. ସାହୁ କହିଥିଲେ। ଛତୁ ପ୍ରକଳ୍ପ ହେଲେ ମଞ୍ଜି ପ୍ରକିୟାକରଣ ଠାରୁ ଆରମ୍ଭ କରି ଅତ୍ୟାଧୁନିକ ଯନ୍ତ୍ରପାତି ସାହାର୍ଯ୍ୟରେ ମହିଳାମାନଙ୍କୁ ସ୍ୱାବଲମ୍ବି କରାଯାଇପାରିବ। ଏଥିରେ ଜିଲ୍ଳାପାଳ ଡା. ପୋମୁ ଟୁଡୁ, ପିଡି ସୁବାଷ ଚନ୍ଦ୍ର ରାୟ, ଓଡ଼ଗାଁ ବ୍ଳକ ଅଧ୍ୟକ୍ଷା ମମତା ବେହେରା, ଜିଲ୍ଲାପରିଷଦ ସଭ୍ୟ ଲୋକନାଥ ସାହୁ ପ୍ରମୁଖ ଯୋଗଦେଇଥିଲେ।

ମା’ ମାନଙ୍କ ବିକାଶ ପାଇଁ ଛତୁ ପ୍ରକଳ୍ପର ପରିକଳ୍ପନା:
କୃଷିମନ୍ତ୍ରୀ ଡ଼ଃ. ଅରୁଣ କୁମାର ସାହୁ

ଏଥିସହିତ କୃଷିମନ୍ତ୍ରୀ ଡ଼ଃ. ସାହୁ ୩୦କୋଟି ବ୍ୟୟରେ ଓଡ଼ଗାଁ ଏନଏସି ପାଇଁ ଜଳଯୋଗାଣ ବ୍ୟବସ୍ଥା, ୬କୋଟି ବ୍ୟୟରେ ଓଡ଼ଗାଁରେ ଇନ୍‌ଡୋର ଷ୍ଟାଡିୟମ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ, ୨୩ ଲକ୍ଷ ବ୍ୟୟରେ ହୋଇଥିବା ନୂଆ ପିଡବ୍ଲୁଡି ବଙ୍ଗଳାର ଶୁଭ ଉଦ୍‌ଘାଟନ, ୧କୋଟି ୧୫ଲକ୍ଷ ବ୍ୟୟରେ ହେବାକୁ ଥିବା ଗୋଡ଼ିପଲ୍ଲୀ-କୁରାଳ ବ୍ରିଜ୍‌ର ଭିତ୍ତିପ୍ରସ୍ତର ସ୍ଥାପନା କରିଥିଲେ।

Related posts