ଜଳ ସଂରକ୍ଷଣ ଉପରେ ସଚେତନତା ସଭା

ନୟାଗଡ଼,(ନୟାଗଡ଼ ଦର୍ପଣ); ଅନନ୍ୟା ଫାଉଣ୍ଡେସନ୍ ଓ ନେହେରୁ ଯୁବ କେନ୍ଦ୍ର, ନୟାଗଡ଼ ତରଫରୁ ଆଜି ବୋଲଗଡ଼ ସ୍ଥିତ ସଚିଦେବା ବିଜ୍ଞାନ କୋଚିଂ ସେଣ୍ଟରରେ ଜଳ ସଂରକ୍ଷଣ ଉପରେ ଏକ ସଚେତନତା ସଭା ଓ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମ ଆରମ୍ଭରେ ଅନନ୍ୟା ଫାଉଣ୍ଡେସନ ତରଫରୁ ଆଶୁତୋଷ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମାନସ କୁମାର ମହାପାତ୍ର, ଗାନ୍ଧି କୁମାର ସାହୁ ଓ ବିକାଶ ଷଡ଼ଙ୍ଗୀ ଅତିଥି ଭାବେ ଯୋଗ ଦେଇଥିଲେ। ଜଳ ସଂରକ୍ଷଣ ଉପରେ ଅତିଥିମାନେ ସମ୍ୟକ ସୂଚନା ଦେବା ପରେ ପ୍ରତିଯୋଗୀମାନେ ଜଳ ସଂରକ୍ଷଣ ଉପରେ ନିଜର ଅଭିଭାଷଣ ରଖି ପୁରସ୍କାର ଗ୍ରହଣ କରିଥିଲେ। ପ୍ରଜ୍ଞା ପରମିତା ଦାସ, ସାହାନା ଅକ୍ତର୍, ନୀଳମାଧଵ ପରିଡ଼ା ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଶେଷରେ ଅନନ୍ୟା ଫାଉଣ୍ଡେସନ ତରଫରୁ ସନ୍ତୋଷ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିବା ସହ ସଭା ସାଙ୍ଗ କରାଯାଇଥିଲା। ସୂଚନାଯୋଗ୍ୟଯେ ଗତ କିଛି ଦିନ ପୂର୍ବରୁ ଜଳ ସଂରକ୍ଷଣ ଉପରେ ଏକ ସଚେତନତା ଶିବିର ସେମିଓଟିକ୍ ଶିକ୍ଷାନୁଷ୍ଠାନ, ନୟାଗଡ଼ଠାରେ ଆୟୋଜିତ ହୋଇଥିଲା। ଆଗାମୀ ଦିନ ମାନଙ୍କରେ ଏଭଳି ସଚେତନତା ଶିବିର ଜାରି ରହିବ ବୋଲି ଅନନ୍ୟା ଫାଉଣ୍ଡେସନ୍ ସୂଚନା ଦିଆଯାଇଛି।

Related posts