ଟାଉନ ଥାନା ପୁଲିସ ଦ୍ୱାରା ୧୨.୧୮୦ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଟାଉନ୍ ପୁଲିସ ଆଜି ସନ୍ଧ୍ୟା ସମୟରେ ପାଟ୍ରୋଲିଂ କରୁଥିବା ବେଳେ ଚୋରା ମଦ ବ୍ୟବସାୟୀ ବିଜୟ ସିଂ (୩୯)ଙ୍କୁ ଗିରଫ କରିଛି। ନୟାଗଡ଼ ସଦର ଥାନା ଅନ୍ତର୍ଗତ ବୋଦାପଡ଼ା ଗ୍ରାମର ବିଜୟ ଚୋରାରେ ବିଦେଶୀ ମଦ ବିକ୍ରି କରୁଥିବା ଖବର ପାଇ ଟାଉନ ଥାନା ଏସ.ଆଇ ସଂଜୟ ମଲ୍ଲିକଙ୍କ ନେତୃତ୍ୱରେ ପୁଲିସ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ବିଜୟ ନିକଟରୁ ୧୨.୧୮୦ ଲିଟର ବିଦେଶୀ ମଦ ଜବତ କରାଯାଇଥିଲା। ନୟାଗଡ଼ ପୁଲିସ ୨୪୫/୨୧ରେ ମାମଲା ରୁଜୁ କରି ବିଜୟକୁ ଗିରଫ କରାଯାଇଛି। ତେବେ ଆସନ୍ତାକାଲି କୋର୍ଟଚାଲଣ କରାଯିବ ବୋଲି ଟାଉନ ଥାନା ଅଧିକାରିଣୀ ପ୍ରଜ୍ଞା ପାରମିତା ଜେନା ସୂଚନା ଦେଇଛନ୍ତି।

Related posts