ଜିଲ୍ଲାସ୍ତରୀୟ ଶିଶୁ ଉତ୍ସବ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ସ୍ତରିୟ ଶିଶୁ ଉତ୍ସବ ପାଳିତ ହୋଇଯାଇଛି । ପାଣିପୋଇଲା ସ୍ଥିତ ନୟାଗଡ଼ କଳା ପରିଷଦ ଶିଶୁ ପରିଚର୍ଯ୍ୟା କେନ୍ଦ୍ରରେ ଉକ୍ତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଜିଲ୍ଲାପାଳ ଡ.ପୋମା ଟୁଡୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ପିଲାମାନଙ୍କ ସାଙ୍ଗରେ ବାର୍ତ୍ତାଳାପ କରିବା ସଙ୍ଗେସଙ୍ଗେ ସେମାନଙ୍କ ଭିତରେ ଥିବା ଅନ୍ତର୍ନିହିତ ଗୁଣ ଗୁଡିକୁ ପ୍ରକାଶ କରିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କ ଉପରେ ନିର୍ଭର ନକରି ନିଜେ ନିଜର ବ୍ୟକ୍ତିତ୍ୱ ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଥିଲେ ।

ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଶିଶୁମାନଙ୍କୁ ପରାମର୍ଶ ଦେଇଥିଲେ । ସେମାନଙ୍କର ଖାଦ୍ୟ ପାନୀୟ, ପୋଷାକ, ଶିକ୍ଷା ଓ ସ୍ୱାସ୍ଥ୍ୟରେ କିଭଳି ସର୍ବୋତ୍ତମ ସେବା ଯୋଗାଇ ଦିଆଯାଇ ପାରିବ ସେ ସମ୍ବନ୍ଧରେ ଜିଲ୍ଲା ଶିଶୁ ଶୁରକ୍ଷା ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଏଥିରେ ତପସ୍ୟା ଶିଶୁ ଗୃହର ୧୪ ଜଣ ଓ ନୟାଗଡ଼ କଳା ପରିଷଦ ଶିଶୁ ପରିଚର୍ଯ୍ୟା କେନ୍ଦ୍ରର ୨୫ ଜଣ ଓ ସେମାନଙ୍କ ସାଙ୍ଗରେ ଆସିଥିବା ଅଭିଭାବକ ଏଭଳି ସର୍ବ ମୋଟ ୫୦ ଜଣ ଏହି ଉତ୍ସବରେ ଯୋଗଦାନ କରିଥିଲେ । ଜିଲ୍ଲା ଶିଶୁ ଅଧିକାରୀ ଉପେନ୍ଦ୍ରନାଥ ବଡ଼ଜେନା ପିଲାମାନଙ୍କ ପାଇଁ ବକ୍ତୃତା, ପ୍ରବନ୍ଧ, କୁଇଜ, ଚିତ୍ରାଙ୍କନ, ମ୍ୟୁଜିକ ଚେୟାର, ଗ୍ରୁପଡ୍ୟାନ୍ସ ଭଳି ବିଭିନ୍ନ ପ୍ରତିଯୋଗିତା କରି ସେମାନଙ୍କୁ ଉତ୍ସାହିତ କରିଥିଲେ । ଆନୁଷ୍ଠାନିକ ଯତ୍ନ ସୁରକ୍ଷା ଅଧିକାରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏବଂ ସାମାଜିକ କର୍ମୀ ସୁନିତା ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

Related posts