ନୟାଗଡ଼,(୧୫/୮):- ନୟାଗଡ଼ସ୍ଥିତ ଖଣ୍ଡପଡ଼ା ରୋଡ଼ରେ ଥିବା ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ସୋହମ”ର ପ୍ରତିଷ୍ଠା ଦିବସ ସହ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ସଂଗଠନର ସଭାପତି ଡା. କବିତା ମିଶ୍ର “ସୋହମ” ପରିସରରେ ବୃକ୍ଷରୋପଣ କରି ବାର୍ଷିକ ଉତ୍ସବକୁ ଉଦଘାଟନ କରିଥିଲେ । ସଙ୍ଗଠନର ସମ୍ପାଦକ ଶ୍ରୀଯୁକ୍ତ କାମାକ୍ଷା ପ୍ରସାଦ ଦାଶ ବାର୍ଷିକ ବିବରଣୀ ପାଠ କରିଥିଲେ । ବିଗତ କରୋନା ସମୟରେ ସୋହମ ସଙ୍ଗଠନ ଦ୍ବାରା ଗ୍ରାମାଞ୍ଚଳମାନଙ୍କରେ କୋଭିଡ କିଟ ବଣ୍ଟନ ପୂର୍ବକ ସାମାଜିକ ଦୂରତା ବଜାୟ ରଖିବାକୁ ସଚେତନତା ସୃଷ୍ଟି କରାଯାଇଥିବାର ସୂଚନା ଦେଇଥିଲେ। ଏହି ଉତ୍ସବରେ ପରିବେଶ ସାଥୀ ଶ୍ରୀଯୁକ୍ତ ସୁକାନ୍ତ ଚନ୍ଦ୍ର ଚୌଧୁରୀଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଦର୍ଶନାଧ୍ୟାପକ ଶ୍ରୀଯୁକ୍ତ ବିଜୟାନନ୍ଦ ଶତପଥୀଙ୍କ ଦ୍ବାରା ସଭା ସଂଯୋଜନା କରାଯାଇଥିଲା। ସଂଗଠନର ଉପସଭାପତି ଶ୍ରୀଯୁକ୍ତ ଅନାଦି ଚରଣ ମହାନ୍ତି, ପ୍ରମୁଖ ସ୍ବେଚ୍ଛାସେବୀ ଆଡଭୋକେଟ ମନ୍ମୟ ଦାଶ , ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରସନ୍ନ ଦାଶ, ସ୍ବେଚ୍ଛାସେବୀ ରବି ନାରାୟଣ ପରିଡା, ଶୁଭକାନ୍ତ ରଣସିଂହ, ଲଳିତ ମୋହନ ମିଶ୍ର, ରଘୁନାଥ ଦାଶ, ଚରଣ ଗୁରୁ, ଲଷ୍ମୀ ନାରାୟଣ ଦାଶ ପ୍ରମୁଖ ଯୋଗଦେଇ ଉତ୍ସବଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ।

