ଉତ୍କଳ ସାମ୍ବାଦିକ ସଂଘ ପରିଚାଳନା କମିଟି ବୈଠକ

ନୟାଗଡ଼, (ନୟାଗଡ଼ ଦର୍ପଣ): ଉତ୍କଳ ସାମ୍ବାଦିକ ସଂଘ ନୟାଗଡ଼ ଶାଖା ପରିଚାଳନା କମିଟି ବୈଠକ ଫତେଗଡ ଶ୍ରୀରାମ ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି। ସଂଘ ସମ୍ପାଦକ ବୈଦ୍ୟ ଭୂଷଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକକୁ ଭାପୁର ଶାଖା ପକ୍ଷରୁ ପରିଚାଳନା କରିଥିଲେ। ଆଗାମୀ ବର୍ଷ ପାଇଁ ସଦସ୍ୟତା ନବୀକରଣ ପ୍ରସଙ୍ଗ ଆଲୋଚନା କରାଯାଇ ବ୍ଲକ୍ ସଂଯୋଜକଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ବ୍ଲକ୍ ସଂଯୋଜକମାନେ ଚଳିତ ବର୍ଷର ସଦସ୍ୟ ତାଲିକା ଏବଂ ନବୀକରଣ ଦେୟ ବୈଠକରେ ପ୍ରଦାନ କରିଥିଲେ। ବୈଠକରେ ଜିଲ୍ଲା ଶାଖା ପରିଚାଳନା କମିଟି ପୁର୍ନଗଠନ କରାଯାଇଛି। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର ସାହୁ ନୂତନ ଜିଲ୍ଲା ଶାଖା ସଭାପତି ଭାବେ ଚିତ୍ତରଞ୍ଜନ ମିଶ୍ରଙ୍କ ନାମ ପ୍ରସ୍ତାବ ଦେଇଥିଲେ। ଏହାକୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଛି। କାର୍ଯ୍ୟକାରୀ ସଭାପତି ଭାବେ ରବୀନ୍ଦ୍ର କୁମାର ଦାସ, ଉପ ସଭାପତି ପ୍ରଫୁଲ୍ଲ କୁମାର ଦାଶ, ଶୁଭେନ୍ଦ୍ର ପଟ୍ଟନାୟକ, ସମ୍ପାଦକ ଭାବେ ବୈଦ୍ୟ ଭୂଷଣ ମହାପାତ୍ର, ଯୁଗ୍ମ ସମ୍ପାଦକ ଭାବେ ଅଶୋକ ମହାପାତ୍ର, ଅନୀଲ କୁମାର ପଣ୍ଡା, ସଂଗ୍ରାମ କେଶରୀ ପଟ୍ଟନାୟକ, କୋଷାଧ୍ୟକ୍ଷ ଭାବେ ବିଶ୍ୱଜିତ୍ ନାୟକ, ସାଂଗଠନିକ ସମ୍ପାଦକ ଭାବେ ଦେବୀ ପ୍ରସାଦ ଦାଶ, ଶିବଦତ୍ତ ପାତ୍ର, ପ୍ରଭାତ ବରାଡ଼, ଚିରଞ୍ଜିବୀ ଦାଶ, ନିହାର ପଟ୍ଟନାୟକ, ସାରସ କୁମାର ମିଶ୍ର, ସମୀକ୍ଷକ ଭାବେ ରାମକୃଷ୍ଣ ରଥ, ଚନ୍ଦ୍ର ବିଜୟୀ ମିଶ୍ର, ଗଣମାଧ୍ୟମ ସଂଯୋଜକ ଭାବେ ବିଭୂତି ଭୂଷଣ ସ୍ୱାଇଁ, ଜନ୍ମେଜୟ ଦଳେଇଙ୍କୁ ଚୟନ କରାଯାଇଛି। ଜିଲ୍ଲା ଶାଖା ଉପଦେଷ୍ଟା ଭାବେ ବରିଷ୍ଠ ସାମ୍ବାଦିକ ଏସ ଏ ମନାନ, ପ୍ରଦୀପ୍ତ ପଟ୍ଟନାୟକ, ରବୀନ୍ଦ୍ର ପଟ୍ଟନାୟକ, ସନାତନ ଷଡ଼ଙ୍ଗୀଙ୍କୁ ଚୟନ କରାଯାଇଛି। ଆଗାମୀ ଦୁଇ ବର୍ଷ ପାଇଁ ଏହି କମିଟି କାର୍ଯ୍ୟ କରିବ ବୋଲି ନିଷ୍ପତ୍ତି ହୋଇଛି। ପୂର୍ବତନ ସଭାପତି ଶ୍ରୀକାନ୍ତ ଖଟେଇ ବ୍ୟକ୍ତିଗତ କାରଣରୁ ରାଜ୍ୟ ସଭାପତିଙ୍କୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟ ଶୃଙ୍ଖଳା କମିଟି ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ ବୋଲି ରାଜ୍ୟ ସଭାପତିଙ୍କ ସହ ଆଲୋଚନା କରିଛନ୍ତି। ରାଜ୍ୟ ସଭାପତି ଭିସି ମାଧ୍ୟମରେ ବୈଠକରେ ଯୋଡ଼ି ହୋଇ ଏହି ସୂଚନା ଦେଇଥିଲେ। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର ସାହୁ ପୂର୍ବ ଭଳି କାର୍ଯ୍ୟ କରିବେ ବୋଲି ନିଷ୍ପତ୍ତି ହୋଇଛି। ରାଜ୍ୟ ସଂଘ ନିର୍ବାଚନ ଶେଷ ହେବା ପରେ ଜିଲ୍ଲା ଶାଖା ପକ୍ଷରୁ ଆସନ୍ତା ଡିସେମ୍ବର ମାସରେ ସାଧାରଣ ସଭା କରିବାକୁ ନିଷ୍ପତ୍ତି ହୋଇଛି। ପ୍ରତ୍ୟେକ ବ୍ଲକରେ ସଂଗଠନ ମଜୁବୁତ କରିବାକୁ ଆଲୋଚନା ହୋଇଛି। ତିନିମାସ ବ୍ୟବଧାନରେ ଭିନ୍ନ ଭିନ୍ନ ବ୍ଲକରେ ବୈଠକ କରିବାକୁ ଆଲୋଚନା ହୋଇଛି। ଉତ୍କଳ ସାମ୍ବାଦିକ ସଂଘ ନୟାଗଡ଼ ଜିଲ୍ଲା ଶାଖା ଆଗାମୀ ଦିନରେ ସାମ୍ବାଦିକ କଲ୍ୟାଣ ସହ ସମାଜ କଲ୍ୟାଣ ଦିଗରେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ହୋଇଛି। ବୈଠକରେ ସବୁ ବ୍ଲକ୍ ସଭାପତି ଓ ସଂଯୋଜକ ଯୋଗ ଦେଇଥିଲେ। ବୈଠକ ଶେଷରେ ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ର ପଟ୍ଟନାୟକ ଆର୍ଶିବଚନ ପ୍ରଦାନ କରିଥିଲେ।

Related posts