ନୟାଗଡ଼ ଜିଲ୍ଲା ଲେଖକ ପରିଷଦର ନୂତନ କର୍ମକର୍ତ୍ତା ଚୟନ ଓ ଅଣୁ କବିତା ଆସର

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଲେଖକ ପରିଷଦର ତ୍ରୟବାର୍ଷିକ ସାମ୍ବିଧାନିକ ବୈଠକ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହେବା ସହିତ ଅଣୁ କବିତା ଆସର ଆୟୋଜିତ ହେଇଥିଲା। ଆଜିର ପ୍ରଥମାର୍ଦ୍ଧ ଅଣୁ କବିତା ଆସରରେ ପରିଷଦର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବରେ ନୟାଗଡ଼ ଜିଲ୍ଳା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଡ.ଜ୍ୟୋତିରଞ୍ଜନ ସାମନ୍ତରାୟ ଓ ମୁଖ୍ୟବକ୍ତା ଭାବରେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟାପିକା ଡ. ବିନ୍ଦୁଲତା ଷଣ୍ଢ ଯୋଗଦେଇ ଥିବା ବେଳେ ଶତାଧିକ କବି/କବୟିତ୍ରୀ ଉପସ୍ଥିତ ହୋଇ ନିଜର ସ୍ୱରଚିତ ଅଣୁ କବିତା ପାଠ କରିଥିଲେ। ସେଥିମଧ୍ୟରୁ ଶ୍ରେଷ୍ଠ ତିନୋଟି କବିତାକୁ ଚୟନ କରାଯାଇ କବି ମାନଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା।ଶ୍ରେଷ୍ଠ କବିତା ପାଇଁ ସମ୍ବର୍ଦ୍ଧିତ ହେଲେ କବୟିତ୍ରୀ ଡ.ସୁକାନ୍ତି ମହାନ୍ତି, ଡ.ସୀତୁ ପ୍ରକାଶ ରଥ ଓ ପ୍ରିୟଦର୍ଶିନୀ ମହାପାତ୍ର।

କବିତା ଆସରରେ ବିଚାରପତି ଭାବରେ ବିଶିଷ୍ଟ ସାରସ୍ୱତ ସାଧକ ପ୍ରଫୁଲ୍ଲ କୁମାର୍ ମାଝୀ, ଓଡ଼ଗାଁ ଓ ଡକ୍ଟର ବିଧୁତ୍ ଶେଖର ମିଶ୍ର, ଶ୍ରୀକ୍ଷେତ୍ର, ପୁରୀ ଦାୟିତ୍ବ ନିର୍ବାହ କରିଥିଲେ। ପ୍ରଥମ ପର୍ଯ୍ୟାୟ କବିତା ଆସର ପରେ ବିଗତ ତିନିବର୍ଷର କାର୍ଯ୍ୟକ୍ରମ ଉପରେ ସବିଶେଷ ତଥ୍ୟ ସମ୍ପାଦକ ଶେଖ୍ ଅବଦୁଲ୍ ଖାଲିକ୍ ଉପସ୍ଥାପନ କରିବା ପରେ ସଭାପତି ଗତ କମିଟିକୁ ଭଙ୍ଗକରି ନୂତନ କମିଟି ଚୟନ ପାଇଁ ପ୍ରସ୍ତାବ ଦେଇଥିଲେ। ସଭାପତିଙ୍କ ପ୍ରସ୍ତାବ କ୍ରମେ ବରିଷ୍ଠ କବି ପ୍ରଫୁଲ୍ଲ କୁମାର୍ ମାଝୀଙ୍କୁ ଅସ୍ଥାୟୀ ସଭାପତିର ଦାୟିତ୍ବ ଦିଆଯାଇଥିଲା। ନୂତନ କର୍ମକର୍ତ୍ତା ଚୟନ ପ୍ରସ୍ତାବ ଉପରେ ବରିଷ୍ଠ କବି ଗୋଦାବରୀ ବସନ୍ତିଆ ପ୍ରସ୍ତାବ ଆଗତ କରି କହିଥିଲେ ଯେ, ପୁରାତନ କମିଟି ସମ୍ପୂର୍ଣ୍ଣ ଭାବରେ ନିଷ୍ଠାର କାମ କରୁଥିବାରୁ ଉକ୍ତ କମିଟିରେ ଥିବା କର୍ମକର୍ତ୍ତାଙ୍କୁ ପୁନଃ ଦାୟିତ୍ବ ଦିଆଯାଉ।

କବି ଗୋଦାବଗରୀ ବସନ୍ତିଆଙ୍କ ପ୍ରସ୍ତାବକୁ ସଭିଁଏ କରତାଳି ଦେଇ ସମର୍ଥନ କରିବାରୁ ସାମାନ୍ୟ ପରିବର୍ତ୍ତନ ସହିତ ଯଥାକ୍ରମେ ସଭାପତି ଭାବରେ ପୁନର୍ବାର ପ୍ରଧାନୀ ବୃନ୍ଦାବନ ମହାପାତ୍ର, ବରିଷ୍ଠ ଉପସଭାନେତ୍ରୀ ଭାବରେ ଡ. ସୁକାନ୍ତି ମହାନ୍ତି, ଉପସଭାପତି ଭାବରେ ହାଡ଼ିବନ୍ଧୁ ମହାଖୁଡ଼, ନୀଳିମା ନନ୍ଦ, ସୀମାଞ୍ଚଳ ଦାଶ ଓ ପ୍ରଶାନ୍ତ କୁମାର୍ ଦାଶ, ସଂପାଦକ ଭାବରେ ପୁନର୍ବାର ଶେଖ୍ ଅବଦୁଲ୍ ଖାଲିକ୍, ସାଧାରଣ ସମ୍ପାଦକ ଭାବରେ ନିରାକାର ସ୍ବାଇଁ, ସ୍ନିଗ୍ଧାରାଣୀ ପଟ୍ଟନାୟକ, କୋଷାଧକ୍ଷ ଭାବରେ ଗୋପିନାଥ ପରିଡ଼ା, ସାଂସ୍କୃତିକ ସମ୍ପାଦକ ପଦବୀରେ ଡ. ସୀତୁ ପ୍ରକାଶ ରଥ ଓ ଗୋପୀନାଥ ସେଠୀ, ଗଣମାଧ୍ୟମ ସଂଯୋଜକ ଭାବରେ ଗୋକୁଳ କୁମାର୍ ଷଡ଼ଙ୍ଗୀ ମନୋନୀତ ହୋଇଥିବା ବେଳେ ବିଭିନ୍ନ ବ୍ଲକ୍ ସଂଯୋଜକ ଭାବରେ ଯଥାକ୍ରମେ ଓଡ଼ଗାଁ ବ୍ଲକ୍ ପାଇଁ ଗୋଦାବରୀ ବସନ୍ତିଆ, ରଣପୁର ବ୍ଲକ୍ ନବକିଶୋର ସାମନ୍ତରାୟ, ନୂଆଗାଁ ବ୍ଲକ୍ ଦୁର୍ଯ୍ୟୋଧନ ସାହୁ, ଗଣିଆ ବ୍ଲକ୍ ପୂର୍ଣ୍ଣଚନ୍ଦ୍ର ସାହୁ, ଭାପୁର ବ୍ଲକ୍ ନାରାୟଣ ଶୁକ୍ଳା, ଖଣ୍ଡପଡ଼ା ବ୍ଲକ୍ ଦେବେନ୍ଦ୍ର ପ୍ରସାଦ ପରମଗୁରୁ, ଦଶପଲ୍ଲା ବ୍ଲକ୍ ବିଘ୍ନେଶ୍ୱର ବେହେରା ଓ ନୟାଗଡ଼ ବ୍ଲକ୍ ପାଇଁ ପ୍ରତାପ କୁମାର୍ ସାହୁ ପ୍ରମୁଖ ମନୋନୀତ ହେଲେ। ସେହିପରି ପରିଷଦର ଉପଦେଷ୍ଟା ମଣ୍ଡଳୀରେ ବରିଷ୍ଠ କବୟିତ୍ରୀ ବସିରନ୍ ବିବି, ପ୍ରଫୁଲ୍ଲ କୁମାର୍ ମାଝୀ, ନିରଞ୍ଜନ ନାୟକ, ସୁଦର୍ଶନ ପ୍ରଧାନ ଓ ସୌଦାମିନୀ ସ୍ୱାଇଁ ସ୍ଥାନ ପାଇଛନ୍ତି। ଆଜିର ଉଭୟ କାର୍ଯ୍ଯକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିବାରୁ ଉଭୟ ସୋପାନର ସଭାପତି ଓ ଉପସ୍ଥିତ କବି କବୟିତ୍ରୀଙ୍କୁ ସାଧାରଣ ସମ୍ପାଦକ ନିରାକାର ସ୍ବାଇଁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Related posts