ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ଦେଉଳି ଲକ୍ଷ୍ମୀ ନରସିଂହ ଅଙ୍ଗନ ଠାରେ ଗୋପବନ୍ଧୁ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି। ଜିଲା ଲେଖକ ପରିଷଦର ସଭାପତି
ପ୍ରଧାନୀ ବୃନ୍ଦାବନ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆନ୍ତର୍ଜାତୀୟ ଶିଶୁ କବି ବସିରନ୍ ବିବି , ସମ୍ମାନୀତ ଅତିଥିଭାବେ ଜିଲ୍ଲା ଲେଖକ ପରିଷଦର ସମ୍ପାଦକ ଶେଖ୍ ଅବଦୁଲ ଖାଲିକ୍,ଡ. ସୁକାନ୍ତି ମହାନ୍ତି,ଡ. ଗୀତାଞ୍ଜଳୀ ମହାପାତ୍ର,ଡ. ପ୍ରିୟମ୍ବଦା ଦାଶ, ବରିଷ୍ଠ ସାମ୍ବାଦିକ ଗୋକୁଳ କୁମାର ଷଡ଼ଙ୍ଗୀ, ମହମ୍ମଦ ଆଜାଦ୍, ପଣ୍ଡିତ କୃଷ୍ଣ ଚନ୍ଦ୍ର ସାହୁ,ଅଧ୍ୟାପିକା ନିଳୀମା ନନ୍ଦ ଓ ସୁରେନ୍ଦ୍ର ନାଥ ପ୍ରଧାନ ଏବଂ ସ୍ବତନ୍ତ୍ର ଅତିଥି ଭାବେ ନିରାକାର ସ୍ବାଇଁ,ଗୋଦାବରୀ ବସନ୍ତିଆ,ପ୍ରତାପ ସାହୁ, ରବିନ୍ଦ୍ର କୁମାର ମହାପାତ୍ର,ସରୋଜ କୁମାର ସାହୁ,ପ୍ରମୁଖ ଯୋଗଦେଇ ଗୋପବନ୍ଧୁଙ୍କ ତ୍ୟାଗପୂତ ଜୀବନାଦର୍ଶ, ସାମ୍ବାଦିକକତା ଜୀବନ ଓ ତାଙ୍କର ଓଡ଼ିଆ ସ୍ବାଭିମାନର ଭାବଧାରା ଉପରେ ଆଲୋକପାତ କରିଥିଲେ। ଏହି ପରିପ୍ରେକ୍ଷୀରେ ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାର ୫୦ଜଣ କବି ଯୋଗଦେଇ ଗୋପବନ୍ଧୁଙ୍କ ଜୀବନୀ ଉପରେ
ସ୍ବରଚିତ କବିତା ପାଠ କରିଥିଲେ। ପଲଟିକାଲ ସର୍କସ ବ୍ୟଙ୍ଗ ବିଦୁଷକ ବ୍ରଜ ସୁବୁଦ୍ଧିଙ୍କ ଗୋପବନ୍ଧୁ ଦାସଙ୍କ ସେବା ସହ ଆଜିର ନେତାଙ୍କ ସେବାର ତୁଳନାତ୍ମକ କବିତା ହୃଦୟ ଜୟ କରିଥିଲା। ଡ. ସୁରେଶ ଚନ୍ଦ୍ର ବରାଡଙ୍କ “ଜରତା” ଉପନ୍ୟାସକୁ ଅତିଥି ମାନେ ଉନ୍ମୋଚନ କରିଥିଲେ। ସଭା ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମକୁ କବି ଗୋପୀନାଥ ସେଠୀ ସଂଯୋଜନା କରିଥିଲେ।ସଭା ଆରମ୍ଭ ପୂର୍ବରୁ ରଞ୍ଜନ ରଶ୍ମି ଜେନା ଓ ଲକ୍ଷ୍ମୀ ନାରାୟଣ ମିଶ୍ରଙ୍କ ସହଯୋଗରେ ବୃକ୍ଷରୋପଣ କରାଯାଇଥିଲା।
ଲକ୍ଷ୍ମୀ ନରସିଂହ ଅଙ୍ଗନରେ ଗୋପବନ୍ଧୁ ଜୟନ୍ତୀ
