ନୟାଗଡ଼ରେ ସଡ଼କ ସୁରକ୍ଷା ସଚେତନତା ସହ ମାଗଣା ହେଲମେଟ ବଣ୍ଟନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି  ନୟାଗଡ଼ ଜିଲ୍ଲା ସଦର ମହକୁମା ସ୍ଥିତ ଗୋଲେଇ ଛକଠାରେ  ସେବା ସଂକଳ୍ପ ଅଭିଯାନ-୨୦୨୬  ଅବସରରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ,ନୟାଗଡ଼ ତରଫରୁ ସଡ଼କ ସୁରକ୍ଷା ସଚେତନତା ଓ ମାଗଣା ହେଲମେଟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁବାଷ ଚନ୍ଦ୍ର ପଣ୍ଡା, ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ବିଭୁ ରଞ୍ଜନ ନାୟକ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ  ଶ୍ରୀ ପ୍ରଦୀପ୍ତ କୁମାର ସେନାପତି ଉପସ୍ଥିତ ରହି ଜନସାଧାରଣଙ୍କୁ ସଡ଼କ ସୁରକ୍ଷା ନେଇ ସଚେତନ କରିଥିଲେ।

ଦୁଇଚକିଆ ଯାନ ଚାଳନା ସମୟରେ ହେଲମେଟ ପିନ୍ଧିବା, ଅତ୍ୟଧିକ ବେଗରେ ଯାନ ନ ଚଳାଇବା, ମଦ୍ୟପାନ କରି ଗାଡ଼ି ନ ଚଳାଇବା ଏବଂ ଗାଡ଼ି ଚଳାଇବା ସମୟରେ ମୋବାଇଲ୍‌ ଫୋନ୍‌ ବ୍ୟବହାର ନ କରିବା ଆଦି ଟ୍ରାଫିକ୍‌ ନିୟମ ପାଳନ ଉପରେ ଅଧିକାରୀମାନେ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲାପାଳ ଉପସ୍ଥିତ ଥିବା ସମସ୍ତ ଜନସାଧାରଣଙ୍କୁ ସଡ଼କ ସୁରକ୍ଷା ସଚେତନତା ଉପରେ ଏକ ଶପଥ ପାଠ ମଧ୍ୟ କରାଇଥିଲେ l

ଏହି ଅବସରରେ କୁଇଜ ମାଧ୍ୟମରେ ସଠିକ ଉତ୍ତର ଦେଇଥିବା ଯୋଗ୍ୟ ଦୁଇଚକିଆ ଯାନ ଚାଳକମାନଙ୍କୁ ମାଗଣା ହେଲମେଟ ବଣ୍ଟନ କରାଯାଇଥିଲା।

ସଡ଼କ ଦୁର୍ଘଟଣା ରୋକିବା ସହ ଅମୂଲ୍ୟ ଜୀବନର ସୁରକ୍ଷା ପାଇଁ ପ୍ରତ୍ୟେକ ନାଗରିକ ଟ୍ରାଫିକ୍‌ ନିୟମକୁ ଦାୟିତ୍ୱର ସହ ପାଳନ କରିବାକୁ ଏହି ଅବସରରେ ଆହ୍ୱାନ କରାଯାଇଥିଲା।

Related posts