ରୋହିବାଙ୍କ ଉଚ୍ଚ ବିଦ୍ୟାଳୟରେ ୧୩ତମ ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୁହ ଦୌଡକୁଦ ପ୍ରତିଯୋଗିତା ଉଦଯାପିତ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ୧୩ତମ ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୁହ ଦୌଡକୁଦ ପ୍ରତିଯୋଗିତା ୨୦୨୬ ଓଡଗାଁ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ରୋହିବାଙ୍କ ଠାରେ ଅନୁଷ୍ଠିତ ହୋଇସାରିଛି। ପୁରୀ ଲୋକସଭା ସାଂସଦ ଡ଼ଃ ସମ୍ବିତ ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ପୂର୍ବତନ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ସହିତ ନୟାଗଡ଼ ଜିଲ୍ଲା ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ଗୀତାଞ୍ଜଳି ସାହୁଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଅନ୍ୟତମ ଅତିଥିଭାବେ ଓଡଗାଁ ତହସିଲଦାର ଡ଼ଃ ମାନସ ରଞ୍ଜନ ଭୋଈ, ଓଡଗାଁ ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ରାଜକିଶୋର ସାହୁ ଓ ସନ୍ତୋଷ କୁମାର କର, ରୋହିବାଙ୍କ ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ସୁରେନ୍ଦ୍ର ସେନାପତି, ପ୍ରଧାନଶିକ୍ଷୟିତ୍ରୀ ବିଷ୍ନୁପ୍ରିୟା ବାରିକ, ଓଡଗାଁ ଏକ ନମ୍ବର ଜୋନର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଉମା ଚରଣ ନାୟକ ନୟାଗଡ଼ ଜିଲ୍ଲା ଶାରୀରିକ କ୍ରୀଡା ଶିକ୍ଷାଧିକାରୀ ସନ୍ୟାସୀ ବାରିକ ପ୍ରମୁଖ ଯୋଗ ଦେଇଥିଲେ। ରୋହିବାଙ୍କ ଗ୍ରାମ ଆରାଧ୍ୟ ଦେବତା ପ୍ରଭୁ ଚଣ୍ଡେଶ୍ଵର ମହାଦେବଙ୍କ ପୀଠରୁ ମଶାଲ ଶୋଭାଯାତ୍ରା ବାହାରି ଖେଳାଳିମାନେ ଗ୍ରାମ ପରିକ୍ରମା କରି ମୁଖ୍ୟଅତିଥିଙ୍କୁ ମଶାଲ ପ୍ରଦାନ କରିଥିଲେ। ଖେଳ ଆମକୁ ଉତ୍ତମ ସ୍ୱାସ୍ଥ୍ୟ ସାଙ୍ଗକୁ, ଶୃଙ୍ଖଳା ଓ ସମ୍ମାନ ପ୍ରଦାନ କରୁଥିବା ମୁଖ୍ୟ ଅତିଥି ପ୍ରକାଶ କରିଥିବାବେଳେ ଅତିଥିମାନେ ଖେଳରେ ପରିଜିତ ବ୍ୟକ୍ତି ବିଜେତାଙ୍କ ଠାରୁ ଅଧିକ ଉଦ୍ଦୀପନା ସାଙ୍ଗକୁ ଆଗକୁ ନିଶ୍ଚିତ ସଫଳତା ପ୍ରଦାନର ବାଟ କଢ଼ାଉଥିବା ପ୍ରକାଶ କରିଥିଲେ।

ସେପ୍ଟେମ୍ବର ୨୯ ଓ ୩୦ଦୁଇଦିନ ଧରି ଚାଲୁରହିଥିବା ଦୌଡକୁଡ଼ ପ୍ରତିଯୋଗିତାରେ ଜିଲ୍ଲାର ଆଠଟି ବ୍ଲକରୁ ୧୧୫ ଜଣ ଖେଳାଳି ଓ ୨୫ ଜଣ ଖେଳ ପରିଚାଳକ ସାଙ୍ଗକୁ ୪୮ ଜଣ ଶାରୀରିକ କ୍ରୀଡା ଶିକ୍ଷକ ଯୋଗଦେଇଥିଲେ। ସେଥି ମଧ୍ୟରୁ ମୋଟ ୧୬ ଜଣ ଖେଳାଳି ରାଜ୍ୟସ୍ତରକୁ ଉନ୍ନୀତ ହୋଇଥିବା ଜଣା ପଡିଛି। ସେମାନେ ହେଲେ ୧୪ ବର୍ଷରୁ କମ ବୟସର ବାଳିକା ବର୍ଗରୁ ଓଡଗାଁ ବ୍ଲକ ମଗରବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ତୃପ୍ତିମୟୀ ଗୁରୁ ଓ କେଶପାନିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୁ ଶୁଭଲଷ୍ମୀ ବିଶ୍ୱାଳ, ରଣପୁର ବ୍ଲକ ଓଏଭି ବଳରାମପୁର ବିଦ୍ୟାଳୟରୁ ଚିତ୍ରାଙ୍ଗନା ସାହୁ, ନୂଆଗାଁ ବ୍ଲକ ଡ଼ିମିରିପଲ୍ଲୀ ଉଚ୍ଚ ବିଦ୍ୟାଳୟରୁ ମୋନାଲିସା ପ୍ରଧାନ ଏବଂ ୧୭ବର୍ଷରୁ କମ ବାଳିକା ବର୍ଗରୁ ଓଡଗାଁ ବ୍ଲକ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟ ରୁ ଗୁଡ଼ୁଲି ନାୟକ ଜନଶକ୍ତି ଦେଓଗାଁ ଭାଲିଆଡ଼ିହି ଉଚ୍ଚ ବିଦ୍ୟାଳୟ ରୁ ଅନ୍ଵେଷା ପାତ୍ର ସହିତସରସ୍ୱତୀ ଶିଶୁଵିଦ୍ୟାମନ୍ଦିର ଓଡଗାଁ ଦେବସ୍ମିତା ସାହୁ, ନୂଆଗାଁ ବ୍ଲକ ଓଏଭି ନୂଆଗାଁ ରୁ ସ୍ୱୟଂପ୍ରଭା ରଥ।

ସେହିପରି ୧୪ ବର୍ଷରୁ କମ ବାଳକ ବର୍ଗରୁ ଓଡଗାଁ ବ୍ଲକ ଲୋକନୋଡାଲ ବିଦ୍ୟପୀଠ ପି ମାନପୁର ରୁ ଓମ ପ୍ରକାଶ ପ୍ରଧାନ, ଗୋଡିପଡା ଉଚ୍ଚ ବିଦ୍ୟାଳୟ ଓଡଗାଁ ରୁ ଉଭୟ ଶୁଭମ ସମ୍ବିତ ନାୟକ ଓ ସ୍ୱାଗତ ସାମନ୍ତରାୟ, ଖଣ୍ଡପଡା ବ୍ଲକ ନୀଳମାଧଵ ଉଚ୍ଚ ବିଦ୍ୟାଳୟରୁ ଓମ ପ୍ରକାଶ ବାରିକ। ସେହିପରି ୧୭ ବର୍ଷରୁ କମ ବାଳିକ ବର୍ଗରୁ ଦଶପଲ୍ଲା ବ୍ଲକ କୁଳୁରୁକୁମ୍ପା ଉଚ୍ଚ ବିଦ୍ୟାଳୟରୁ କରନ ମଲ୍ଲିକ  ଓ ଅର୍ଜୁନ ମଲ୍ଲିକ, ସେହି ବ୍ଲକ ନଛିପୁର ଉଚ୍ଚ ବିଦ୍ୟାଳୟରୁ ଆକାଶ ନାୟକ, ନୂଆଗାଁ ବ୍ଲକ ଡ଼ିମିରିପଲ୍ଲୀ ଉଚ୍ଚ ବିଦ୍ୟାଳୟରୁ ଚନ୍ଦନ ପ୍ରଧାନ ଉନ୍ନୀତ ହୋଇଥିବା ଜଣାପଡିଛି। ସମସ୍ତ କାର୍ଯ୍ୟକ୍ରମକୁ ଓଡଗାଁ ବ୍ଲକ ପିଇଟି ସଙ୍ଘ ସୁଚାରୁରୂପେ ସମ୍ପାଦନା କରିଥିବାବେଳ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁରେନ୍ଦ୍ର ସେନାପତିଙ୍କ ସମେତ ସମସ୍ତ ସଭ୍ୟାସଭ୍ୟ ସହଯୋଗ କରି ଥିବା ଜଣାପଡିଛି।

Related posts