ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପୁରୁଣା ରାଜବାଟୀସ୍ଥିତ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ ଇଟାମାଟି ଜୋନର ୧୫ଟି ସ୍ୱୟଂ ସହାୟକ ଗୋଷ୍ଠୀ ବିଜେପି ପ୍ରତି ସମର୍ଥନ ଜଣାଇ ଦଳର ସମର୍ଥକ ଭାବେ ସାମିଲ ହୋଇଥିଲେ। ପୃଥିବୀର ସର୍ବବୃହତ୍ତ ଗଣତାନ୍ତ୍ରିକ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କ ମହିଳା ସଶକ୍ତିକରଣ, ସ୍ୱାବଲମ୍ବନ ଓ ଜନକଲ୍ୟାଣମୂଳକ ଯୋଜନା ଦ୍ୱାରା ଅନୁପ୍ରାଣିତ ହୋଇ ସେମାନେ ଭାରତୀୟ ଜନତା ପାର୍ଟି ପ୍ରତି ସମର୍ଥନ ପ୍ରକାଶ କରିଥିଲେ। ନୟାଗଡ଼ ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ (ରାଣୀ ମା)ଙ୍କ ଉପସ୍ଥିତିରେ ମଣ୍ଡଳ ସଭାପତି, ମଣ୍ଡଳ ପ୍ରତିନିଧି, ମଣ୍ଡଳ ପ୍ରଭାରୀ ଏବଂ ବରିଷ୍ଠ ପଦାଧିକାରୀମାନେ ଏହି ନୂତନ ସଦସ୍ୟମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ ଓ ଅଭିନନ୍ଦନ ଜଣାଇଥିଲେ। ଦଳୀୟ ନେତୃବୃନ୍ଦଙ୍କ ମତରେ, ମହିଳାମାନଙ୍କ ଏହି ସମର୍ଥନ ନୟାଗଡ଼ରେ ଭାରତୀୟ ଜନତା ପାର୍ଟିର ସଂଗଠନକୁ ଆହୁରି ସୁଦୃଢ଼ କରିବା ସହ ବିକଶିତ ନୟାଗଡ଼ ଓ ବିକଶିତ ଓଡ଼ିଶା ଗଠନ ଦିଗରେ ଏକ ସକାରାତ୍ମକ ପଦକ୍ଷେପ ସାବ୍ୟସ୍ତ ହେବ ।
ଇଟାମାଟି ଜୋନର ୧୫ଟି ସ୍ୱୟଂ ସହାୟକ ଗୋଷ୍ଠୀ ବିଜେପିକୁ ସମର୍ଥନ ଜଣାଇଲେ
