ନୟାଗଡ଼ ଛେନାପୋଡ଼କୁ GI Tag ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ ପୁରୀ ସାଂସଦ ସମ୍ବିତ ପାତ୍ର

ନୟାଗଡ଼, (ନୟାଗଡ଼ ଦର୍ପଣ): ଛେନାପୋଡ଼ ଦିବସ ଅବସରରେ ନୟାଗଡ଼ର ଗର୍ବ ଓ ଗୌରବ ‘ଛେନାପୋଡ଼’ ପାଇଁ ଏକ ଶୁଭ ସୂଚନା ମିଳିଛି। ବିଶ୍ୱ ପ୍ରସିଦ୍ଧ ଏହି ମିଠାକୁ GI (Geographical Indication) ଟ୍ୟାଗ୍ ମାନ୍ୟତା ପ୍ରଦାନ କରିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ପୁରୀ ସାଂସଦ ଡାକ୍ତର ସମ୍ବିତ ପାତ୍ର, ମାନ୍ୟବର କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ପିୟୁଷ ଗୋୟଲଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।



ସାଂସଦଙ୍କ ଦାବିକୁ ଗମ୍ଭୀରତାର ସହ ଗ୍ରହଣ କରି ମାନ୍ୟବର କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ନୟାଗଡ଼ ଛେନାପୋଡ଼ାକୁ GI ଟ୍ୟାଗ୍ ମାନ୍ୟତା ପ୍ରଦାନ ଦିଗରେ ଯଥାଶୀଘ୍ର ଉପଯୁକ୍ତ ପଦକ୍ଷେପ ନିଆଯିବ। ଏନେଇ ଆସନ୍ତା ମେ ମାସ ୨୮ ଓ ୨୯ତାରିଖରେ ଏକ ବୈଠକ ବସିବ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ସମସ୍ତ ଓଡ଼ିଶାବାସୀଙ୍କୁ ‘ଛେନାପୋଡ଼ ଦିବସ’ର ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି।

ଦୀର୍ଘ ଦିନରୁ ନୟାଗଡ଼ବାସୀଙ୍କ ଏହି ଦାବି ରହିଆସିଥିବା ବେଳେ, GI ଟ୍ୟାଗ୍ ମିଳିବା ଦ୍ୱାରା ଏହି ସ୍ୱାଦିଷ୍ଟ ଖାଦ୍ୟର ଏକ ସ୍ୱତନ୍ତ୍ର ବ୍ରାଣ୍ଡିଂ ହେବା ସହ ବିଶ୍ୱ ବଜାରରେ ଏହାର ଚାହିଦା ଓ ଗୁଣବତ୍ତା ଆହୁରି ବଢ଼ିବ।

Related posts