ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ବିଶ୍ୱ ଛେନାପୋଡ଼ ଦିବସ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟରେ ଓକିଲ ସଙ୍ଘ ସମ୍ମିଳନୀ କକ୍ଷ ଠାରେ ଧୂମଧାମରେ ବିଶ୍ୱ ଛେନାପୋଡ଼ ଦିବସ ପାଳନ କରାଯାଇଛି l ନୟାଗଡ଼ ଜିଲ୍ଲା ଜଜ ଅଜନ୍ତା ଷଡ଼ଙ୍ଗୀ ନୟାଗଡ଼ ପ୍ରସିଦ୍ଧ ଛେନାପୋଡ଼ କାଟି ଛେନାପୋଡ଼ ଦିବସ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଅତିଥି ଭାବେ ଅତିରିକ୍ତ ଜିଲ୍ଲାଜଜ ରୀଜା ରାୟ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସ୍ମୃତିସ୍ନିଗ୍ଧା ଦାଶ, ସବଜଜ ଏଲଆର ରବି ନାରାୟଣ ବେହେରା, ରେଜିଷ୍ଟ୍ରାର ସୋନାଲି ସରିତା, ଏସଡ଼ିଜେଏମ ସମାପିକା ସମଦର୍ଶିନୀ, ସିଡିଓ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର ଏବଂ ଏସ୍ଡ଼ିପିଓ ଜ୍ୟୋତିରଞ୍ଜନ ସାମନ୍ତରାୟ ପ୍ରମୁଖ ଯୋଗ ଦେଇ ଛେନାପୋଡ଼ କାଟି ଖୁସି ମୁହୂର୍ତ୍ତରେ ସାମିଲ ହୋଇଥିଲେ।

ଜିଲ୍ଲା ଓକିଲ ସଙ୍ଘ ସଭାପତି ରଣଜିତ ଦାଶ ନୟାଗଡ଼ ଛେନାପୋଡ଼ ଦିବସ ସମ୍ପର୍କରେ ସୂଚନା ପ୍ରଦାନ ପରେ ଜିଲ୍ଲାଜଜ ଛେନାପୋଡ଼ କାଟି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ସମ୍ପାଦକ ସ୍ବଦେଶ ମିଶ୍ର,ଉପସଭାପତି ପ୍ରସନ୍ନ କୁମାର ପଢ଼ିଆରୀ, ସହ ସମ୍ପାଦକ ନିରଞ୍ଜନ ମିଶ୍ର, କୋଷାଧ୍ୟକ୍ଷ୍ୟ ବିଭୁଦତ୍ତ ସାହୁ, ବରିଷ୍ଠ ଆଇନଜୀବୀ ରମେଶ ଚନ୍ଦ୍ର ଶତପଥୀ, ଦଣ୍ଡପାଣି ନାୟକ, ଦଣ୍ଡପାଣି ସ୍ୱାଇଁ, କାର୍ତିକ ନାୟକ, ଅନୱାର ମଲ୍ଲିକ, ମନୋରଞ୍ଜନ ମହାପାତ୍ର, ଅରୁଣ ମହାପାତ୍ର, ସୁମନ କୁମାର ସାହୁ, ରମାନାଥ ଦାଶ, ରମେଶ ଚନ୍ଦ୍ର ମିଶ୍ରଙ୍କ କାର୍ଯ୍ୟକାରୀ କମିଟି ସଦସ୍ୟ ଗଣଙ୍କ ସମେତ ଶତାଧିକ ଆଇନଜୀବୀ,ନୟାଗଡ଼ର ବହୁ ବୁଦ୍ଧିଜୀବୀ, ସାମ୍ବାଦିକ ଏବଂ ମୋହରିର ସଙ୍ଘ କାର୍ଯ୍ୟକର୍ତ୍ତା ମାନେ ସୁଆଦିଆ ଛେନାପୋଡ଼ ଖାଇ ମଜା ନେଇଥିଲେ। ନୟାଗଡ଼ ଛେନାପୋଡ଼କୁ ଜିଆଇ ଟ୍ୟାଗ ମାନ୍ୟତା ଦେବା ସହ କୁଟୀର ଶିଳ୍ପ ପ୍ରତ୍ସହନ କରାଗଲେ ନୟାଗଡ଼ ବ୍ରାଣ୍ଡିଙ୍ଗ ଛେନାପୋଡ଼ ଦେଶବିଦେଶ ରପ୍ତାନି ହୋଇ ପାରିବ, ଜିଲ୍ଲାରେ ନୂତନ କର୍ମନିଯୁକ୍ତି ସହିତ ଯୁବକ ମାନଙ୍କ ରୋଜଗାର ବୃଦ୍ଧିରେ ସହାୟକ ହୋଇପାରିବ ବୋଲି ଆଇନଜୀବୀ ବୁଦ୍ଧିଜୀବୀ ସ୍ତରୀୟ ଆଲୋଚନା ହୋଇଥିଲା। ଏହି ଅବସରରେ ନୟାଗଡ଼ ଛେନାପୋଡ଼ ସ୍ରଷ୍ଟା ସ୍ବର୍ଗତ ସୁଦର୍ଶନ ସାହୁଙ୍କୁ ସ୍ମରଣ କରାଯାଇ ଥିଲା।

Related posts