ଓଡ଼ିଆ ପକ୍ଷ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ଅପରାହ୍ନ ଘ. ୪. ୩୦ମି. ସମୟରେ ସମ୍ମାନୀୟ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ୦୧. ୦୪. ୨୦୨୬ ରୁ ୧୪. ୦୪. ୨୦୨୬ ପଣା ସଂକ୍ରାନ୍ତି ପର୍ଯ୍ୟନ୍ତ ଓଡ଼ିଆ ନବବର୍ଷ ସମୟକୁ “ଓଡ଼ିଆ ପକ୍ଷ ” ପାଳନ କରାଯିବାକୁ ନିର୍ଦେଶ ରହିଥିବାରୁ ନୟାଗଡ଼ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ କିପରି ସୁଚାରୁରୂପେ କରାଯିବ ସେଥିପାଇଁ ଆଲୋଚନା କରାଗଲା l ଏହି ସବୁ କାର୍ଯ୍ୟକ୍ରମରେ  କିପରି ଜନସାଧାରଣ ସାମିଲ ହୋଇ ପାରିବେ ସେ ବିଷୟରେ ଆଲୋଚନା କରାଗଲା l ବ୍ଲକସ୍ତରରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ପ୍ରତ୍ୟେକ କାର୍ଯ୍ୟକ୍ରମ ଲୋକାଭିମୁଖୀ କରାଯିବାକୁ ସମ୍ମାନୀୟା ଜିଲ୍ଳାପାଳଙ୍କର ପରାମର୍ଶ ରହିଲା l ଏହି କାର୍ଯ୍ୟକ୍ରମରେ  ଏଥିରେ  ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୌର ପରିଷଦ ଅଧକ୍ଷା, ନୟାଗଡ଼ ନିରୁପମା ଖଟେଇଆରକ୍ଷୀ ଅଧିକ୍ଷକ ଏସ. ସୁଶ୍ରୀ, ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ ) ରୋଜିନା ଦାସ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ ) ବିଜୟାନନ୍ଦ ନାୟକ, ଉପ-ଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, , ଡେପୁଟି କଲେକ୍ଟର, ରେଡ଼କ୍ରସ ତପତି ରାଜ, ବିଡ଼ିଓ, ନିର୍ବାହୀ ଅଧିକାରୀ, ସ୍ନେହଲତା ଆଚାର୍ଯ୍ୟ, ଜିଲ୍ଲାର ସମସ୍ତ ନିର୍ବାହୀ ଅଧିକାରୀ, ଶ୍ରମ ବିଭାଗ, ଜିଲ୍ଲା କ୍ରୀଡା ଅଧିକାରୀ, ସୁଜାତା କୁମାରୀ ସାହୁ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ  ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ l

Related posts