ଇନ୍ନର ହ୍ୟୁଲି କ୍ଲବ ଦ୍ଵାରା ଆୟୋଜିତ ଆନ୍ତର୍ଜାତୀୟ ମହିଳା ଦିବସ ଧୂମଧାମରେ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ), ନୟାଗଡ଼ ରୋଟାରୀ କ୍ଳବ ପରିସରରେ ଇନ୍ନର ହ୍ୟୁଲି କ୍ଲବ ଦ୍ଵାରା ଆୟୋଜିତ ଆନ୍ତର୍ଜାତୀୟ ମହିଳା ଦିବସ ଧୂମଧାମରେ ପାଳନ କରାଯାଇଅଛି । କ୍ଲବର ସଭାପତି ସ୍ନିଗ୍ଧାରାଣୀ ପଟ୍ଟନାୟକଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଇନର ହ୍ୟୁଲି କ୍ଳବର ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ଜିଲ୍ଲା ଆଇନସେବା ପ୍ରାଧିକରଣର ସଚ଼ିବ ଅଞ୍ଜଳି ମଛଖଣ୍ଡ, ନୟାଗଡ଼ ପୌରପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲେ। କ୍ଳବର ସଭାପତି ଶ୍ରୀମତୀ ପଟ୍ଟନାୟକ ସ୍ୱାଗତ ଭାଷଣ ଦେବା ସହିତ ନିମନ୍ତ୍ରିତ ଅତିଥି ମାନଙ୍କ ପରିଚ଼ୟ ପ୍ରଦାନ କରିଥିଲେ। ସମ୍ପାଦିକା ରଶ୍ଚିତା ଚୌଧୁରୀ ବାର୍ଷିକ ବିବରଣୀ ପାଠ କରିଥିଲେ। କ୍ଲବର ଚ଼୍ୟାଟର ସେକ୍ରେଟାରୀ ସୌଦାମିନୀ ସ୍ୱାଇଁ ଅତିଥିମାନଙ୍କୁ ମଞ୍ଚକୁ ଆହ୍ବାନ କରିଥିଲେ।

ଜିଲ୍ଲାପାଳ ଶ୍ରୀମତୀ ରଥ ମହିଳା କ୍ଲବ ଦ୍ୱାରା ଆୟୋଜନ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଖୁବ ପ୍ରଶଂସା କରିଥିଲେ ଏବଂ ମହିଳା କ୍ଲବର ସମସ୍ତ ସଦସ୍ୟା କିପରି ଏକାଠି ହୋଇ ସମାଜର ବିଭିନ୍ନ କ୍ଷେତ୍ରରେ ଉନ୍ନତି, ପ୍ରଗତୀ କରାଯାଇ ପାରିବ ତତ ସହିତ ନାରୀମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଅତ୍ୟାଚାରକୁ ରୋକିବା ସହ ସେମାନଙ୍କୁ ସାହାଯ୍ୟ ସହଯୋଗ କରିବା ପାଇଁ ପ୍ରେରଣା ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ କ୍ଳବ ସଭାପତି ସ୍ନିଗ୍ଧାରାଣୀ ପଟ୍ଟନାୟକଙ୍କ କାର୍ଯ୍ୟକାଳରେ ଜିଲ୍ଲାର କୋଣ ଅନୁକୋଣରେ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିବାରୁ ଅତିଥିମାନେ ପ୍ରଶଂସା କରିଥିଲେ। ସମସ୍ତେ ଏକଜୁଟ ହୋଇ ଆଗକୁ ଏହିଭଳି ସେବାକାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଥିଲେ।

ପରିଶେଷରେ କ୍ଲବର ସଭାପତି ସ୍ନିଗ୍ଧାରାଣୀ ପଟ୍ଟନାୟକ ଅତିଥିମାନକୁ ଉତ୍ତରୀୟ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।  ଅତିଥିମାନଙ୍କ ଦ୍ୱାରା କ୍ଲବର ବରିଷ୍ଠ ସଦସ୍ୟା ଜ୍ୟୋତ୍ସମୟୀ ପଟ୍ଟନାୟକ ଏବଂ ଗୀତାଞ୍ଜଳି ମହାପାତ୍ରଙ୍କୁ ସମ୍ମାନିତ କରାଯାଇଥିଲା । ତତ୍ ସହିତ ଲ୍ କ୍ଲବର ଆକ୍ଟିଭ୍ ସଦସ୍ୟା ସାଗରିକା ଶତପଥି ଏବଂ ତପସ୍ଵିନୀ ପଟ୍ଟନାୟକଙ୍କୁ ସମ୍ମାନିତ କରାଯାଇଥିଲା। କ୍ଳବରେ ନୂତନଭାବେ ଯୋଗଦାନ କରିଥିବା ରଞ୍ଜିତା ପଣ୍ଡାଙ୍କୁ ସମ୍ମାନିତ କରାଯାଇଥିଲା । ଉକ୍ତ ଦିବସରେ ଦୁଇଜଣ ଅତିଥିଙ୍କୁ ମଧ୍ୟ ଉପହାର ଦେଇ ସମ୍ମାନିତ କରାଯାଇଥିଲା। ଶେଷରେ କ୍ଲବରେ ଉପସ୍ଥିତ ଥିବା ୨୦ଜଣ ସଦସ୍ୟାଙ୍କୁ ଉପହାର ପ୍ରଦାନ କରାଯାଇଥିଲା।

Related posts