“ଓଡ଼ିଆ ଗୌରବ” ସମ୍ମାନରେ ସମ୍ମାନିତ ହେବେ ଆମ ନୟାଗଡ଼ର ବ୍ୟଙ୍ଗ କବି ତଥା ଅଭିନେତା ରବୀନ୍ଦ୍ର ରାଉତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଆମ ନୟାଗଡ଼ ଜିଲ୍ଲାର ବିଶିଷ୍ଟ ବ୍ୟଙ୍ଗ କବି ତଥା ଅଭିନେତା ରବୀନ୍ଦ୍ର ରାଉତଙ୍କୁ ମଧ୍ୟପ୍ରଦେଶ ଇନ୍ଦୋର ଠାରେ “ଇନ୍ଦୋର ପ୍ରବାସୀ ଓଡ଼ିଆ ସମାଜ” ଦ୍ୱାରା ଉତ୍କଳ ଦିବସ ଅବସରରେ “ଓଡ଼ିଆ ଗୌରବ ୨୦୨୬”  ସମ୍ମାନ ଏପ୍ରିଲ ୫ ତାରିଖରେ ସମ୍ମାନୀତ କରିବା ପାଇଁ ଅନୁଷ୍ଠାନ ତରଫରୁ ଘୋଷଣା କରାଯାଇଅଛି। ରବୀନ୍ଦ୍ର ଏହା ପୂର୍ବରୁ ରାଜ୍ୟ ବାହାରେ ମୁମ୍ବାଇ ଓ ଚେନ୍ନାଇ ଠାରେ ମଧ୍ୟ ସମ୍ମାନୀତ ହୋଇଛନ୍ତି।  ନୟାଗଡ଼ ସହରତଳି ଗାଁ ମୁକ୍ତାପୁରରେ ଏକ କ୍ଷୁଦ୍ର ଚାଷୀ ପରିବାରରେ ଜନ୍ମ ଗ୍ରହଣ କରିଥିବା ରବୀନ୍ଦ୍ର ୨୦୧୦ ମସିହାରେ ପଲି୍ଟିକାଲ ସର୍କସରେ ଭାଗନେଇ ସେହିବର୍ଷ ରାଜ୍ୟସ୍ତରରେ ବିଜୟୀ ହୋଇ ନୟାଗଡ଼ ଜିଲ୍ଲାକୁ ଗୌରାବାନ୍ୱିତ କରିଥିଲେ। ରବିନ୍ଦ୍ର ଅନେକ ଓଡ଼ିଆ ଧାରାବାହିକ ଓ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ପାଇଛନ୍ତି। ଏହା ସହ “ବ୍ୟଙ୍ଗ କଲମ” ଭଳି ଏକ ମାସିକ ହାସ୍ୟ ବ୍ୟଙ୍ଗ ପତ୍ରିକାର ସମ୍ପାଦନା କାର୍ଯ୍ୟ ତୁଲାଉଛନ୍ତି । ପୁରସ୍କାର ଘୋଷଣା ପରେ ରବୀନ୍ଦ୍ରଙ୍କୁ ସବୁ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

Related posts