ଖଣ୍ଡପଡ଼ା, (ନୟାଗଡ଼ ଦର୍ପଣ): ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ନଗର ସମ୍ମିଳନୀ ସ୍ଥାନୀୟ ପଠାଣୀ ସାମନ୍ତ କ୍ଲବ ଠାରେ ଅୟୋଜିତ ହୋଇଯାଇଛି। ସ୍ଵାମୀ ବିବେକାନନ୍ଦଙ୍କ ୧୬୪ ତମ ଜନ୍ମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଯୁବ ଦିବସ କୁ ଦେଶ ବ୍ୟାପି ଏବିଭିପି ଏକ ସପ୍ତାହ ପାଇଁ ପାଳନ କରୁଛି। ଏହି ଅବସରରେ ଖଣ୍ଡପଡ଼ାରେ ମଧ୍ୟ ଯୁବ ଦିବସ ପାଳନ ସହ ନଗରର ନୂତନ କାର୍ଯ୍ୟକାରିଣୀ ଘୋଷଣା ହୋଇଛି।
ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ରୂପରେ ଏବିଭିପି ଓଡ଼ିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ସଂଗଠନ ମନ୍ତ୍ରୀ ଶ୍ରୀ ବୁଦ୍ଧଦେବ ବାଘ ଯୋଗ ଦେଇଥିଲେ। ଏବିଭିପିର ଲକ୍ଷ୍ୟ ଆଦର୍ଶ ଓ ସ୍ଵାମୀ ବିବେକାନନ୍ଦଙ୍କ ଜୀବନାଦର୍ଶ ଉପରେ ବକ୍ତବ୍ୟ ରଖିଥିଲେ। ଜିଲ୍ଲା ସହ ସଂଯୋଜକ ଶ୍ରୀ ମଙ୍ଗୁଳିଆ ବେହେରା ସ୍ଵାଗତ ଭାଷଣ ରଖିବା ସହ ନୂତନ ନଗର ସଭାପତି ଓ ସମ୍ପାଦକଙ୍କ ନାମ ଘୋଷଣା କରିଥିଲେ। ନୂତନ ନଗର ସଭାପତି ରୂପେ ଅଧ୍ୟାପକ ବିନାୟକ ସାହୁ ଓ ସମ୍ପାଦକ ରୂପେ ଭାଗବତ ପ୍ରଧାନ ଦାୟିତ୍ଵ ପାଇଛନ୍ତି। ବିଭାଗ ସଂଗଠନ ମନ୍ତ୍ରୀ ଅରିଜିତ ପଟ୍ଟନାୟକ ସମାରୋପ ବକ୍ତବ୍ଯ ରଖିଥିଲେ। କାର୍ଯ୍ୟକ୍ରମ ସଂଚାଳନ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସନ୍ତୋଷିନି ମନ୍ତ୍ରୀ କରିଥିଲେ। ନୂତନ ନଗର ସଭାପତି ଅଧ୍ୟାପକ ବିନାୟକ ନୂତନ ନଗର କାର୍ଯ୍ୟକାରିଣୀ ଘୋଷଣା କରିଲେ ସହ ସମ୍ପାଦକ ରୂପେ ସୂର୍ଯ୍ୟକାନ୍ତୀ ସ୍ଵାଈଁ, ସିବୁନା ଭଞ୍ଜ, ମନୋସ୍ମିତା ସାହୁ, ସୁଭଶ୍ରୀ ସାହୁ ,ଏସ୍ଏଫ୍ଏସ୍- ଚାମେଲି ସେଠି,ଖେଲୋ ଭାରତ୍ – ଚିତନ୍ ପ୍ରଧାନ,ଏସ୍ଏଫ୍ ଡି- ଗାୟତ୍ରୀ ମହାରଣା, ସିଡିଡି – ସୁଭଶ୍ରୀ ସାହୁ ଙ୍କ ସହ କାର୍ଯ୍ୟକାରିଣୀ ଘୋଷଣା ହେଲା ଏହି କାର୍ଯ୍ୟକ୍ରମରେ ନୀଳମାଧବ ମହାବିଦ୍ୟାଳୟ, ପଠାଣି ସାମନ୍ତ ମହାବିଦ୍ୟାଳୟ, ଖଣ୍ଡପଡ଼ା ମହିଳା ମହାବିଦ୍ୟାଳୟ, ITI ରୁ ବିଦ୍ୟାର୍ଥୀ ମାନେ ଯୋଗଦେଇଥିଲେ।
