ନୟାଗଡ଼ କପ୍ ଉଦଘାଟିତ: ୧-୦ ଗୋଲରେ ଭଞ୍ଜନଗର ବିଜୟୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ରଙ୍ଗାରଙ୍ଗ ପରିବେଶ ଏବଂ ଆକର୍ଷଣୀୟ ସୁସଜ୍ଜିତ ଖେଳପଡିଆ ମଧ୍ୟରେ ଆଜି ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ନୟାଗଡ଼ କପ୍-୨୦୨୬ ଉଦଘାଟିତ ହୋଇଯାଇଛି। ସମାଜସେବୀ ଇରାନୀ ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତତୋଳନ କରି ଆଜିର ଏହି ଉଦଘାଟନୀ ମ୍ୟାଚକୁ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥିଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଞ୍ଜିନିୟର ଦେବାଶିଷ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ନୟାଗଡ଼ ପୌରାଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁ ପ୍ରସାଦ ଜେନା, ତହସିଲଦାର ରାଜେଶ୍ କେଶରୀ ସ୍ବାଇଁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜ୍ୟୋତି ରଞ୍ଜନ ସାମନ୍ତରାୟ, ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଜାତା ସାହୁ, ସମାଜସେବୀ ମମତାଜ ବେଗମ୍ ପ୍ରମୁଖ ଯୋଗଦେଇଥିଲେ। 786 ଆଥଲେଟିକ୍ ଆସୋସିଏସନ୍ ସଭାପତି ସେଖ ୟୁସୁବ, ସମ୍ପାଦକ ଅନୱର ଅଲ୍ଲୀ, ସଂଗଠନ ସମ୍ପାଦକ ହଜରତ ଅଲ୍ଲୀ ଖାଁ ଉପସ୍ଥିତ ରହି ଉଦଘାଟନୀ ମ୍ୟାଚକୁ ସୁଚାରୁରୂପେ ପରିଚାଳନା କରିଥିଲେ। ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ଧାରା ବିବରଣୀ ପାଠ କରିଥିଲେ।

ଖେଳ ଆରମ୍ଭ ପୂର୍ବରୁ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟଜିତ ହୋଇଥିଲା। ପପୁଲାର ଏଫସି ଢେଙ୍କାନାଳ ଏବଂ ମରାଠା ୧୧ ଏଫସି ଭଞ୍ଜନଗର ଦୁଇ ଶକ୍ତିଶାଳୀ ଦଳ ପରସ୍ପରକୁ ଭେଟିଥିଲେ। ଆରମ୍ଭରୁ ଖେଳ ପ୍ରବଳ ସଂଘର୍ଷପୂର୍ଣ୍ଣ ହୋଇଥିଲା ଏବଂ ପ୍ରଥମାର୍ଦ୍ଧ ପର୍ଯ୍ୟନ୍ତ କେହି କାହାକୁ ଗୋଲ ଦେଇ ପାରିନଥିଲେ। ମୁଖ୍ୟ ରେଫରି ଭାବେ ରାଜୁ ମହାନ୍ତି ଖେଳ ପରିଚାଳନା କରିଥିଲେ ଏବଂ ରେଫରୀ ପ୍ରସନ୍ନ ନାୟକ ଓ ଶରତ ମହାରଣା ଉଭୟ ପଟେ ଲାଇନରେ ରହି ତାଙ୍କୁ ସହାୟତା କରିଥିଲେ। ଖେଳର ଅନ୍ତିମ ମୁହୂର୍ତ୍ତରେ ଭଞ୍ଜନଗର ଦଳର ୫ ନମ୍ବର ଖେଳାଳି ସିମି ଗୋଟିଏ ଆକର୍ଷଣୀୟ ଗୋଲ ଦେଇ ଦଳକୁ ବିଜୟୀ କରିଥିଲେ।

Related posts