ପ୍ରାଥମିକ ସହାୟତା ପ୍ରଶିକ୍ଷଣ

ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ପ୍ରାଥମିକ ସହାୟତା ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଅମ୍ବିକା ପ୍ରସାଦ ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ଉଦ୍ଘାଟନ ସଭାରେ ଶିକ୍ଷକ ଅକ୍ରୁର ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥଲେ। ଜିଲ୍ଲା ଜୁନିଅର ରେଡକ୍ରସ ଅଧିକାରୀ ଘନଶ୍ୟାମ ରାଉତଙ୍କ ସହଯୋଗରେ ପ୍ରଶିକ୍ଷକ ଗୋସ୍ଵାମୀ ଦାସ ଓ ନିରଞ୍ଜନ ପ୍ରଧାନ ଏହି ତାଲିମ ଶିବିର ପରିଚାଳନା କରିଥିଲେ। ଶିବିରରେ ଅଷ୍ଟମ ଓ ନବମ ଶ୍ରେଣୀର ପ୍ରାୟ ଶହେରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଭାଗନେଇଥିଲେ। ଏଥିରେ ରିକଭରି ପୋଜିସନ୍, ସି.ପି.ଆର, ସାପ କାମୁଡ଼ା, କୁକୁର କାମୁଡ଼ା, ମହୁମାଛି ଦଂଶନ, ରକ୍ତସ୍ରାବ, ଅସ୍ଥିଭଗ୍ନ, ଆମ୍ବୁଲାନ୍ସ ସହାୟତା ଇତ୍ୟାଦି ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା।

Related posts