ଦ୍ୱିତୀୟ ସନ୍ଧ୍ୟାରେ ରଣପୁର ମହୋତ୍ସବ “ଅର୍ଜୁନ”

ସଂସ୍କୃତି ଓ ସୃଜନଶୀଳତାର ଆଲୋକମୟ ଉତ୍ସବ

ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ମହୋତ୍ସବ “ଅର୍ଜୁନ”ର ଦ୍ୱିତୀୟ ସନ୍ଧ୍ୟା ଦର୍ଶକମାନଙ୍କ ପାଇଁ ଏକ ସ୍ମରଣୀୟ ଓ ଆନନ୍ଦମୟ ଅନୁଭୂତି ନେଇଆସିଲା। ଆଲୋକ, ସଙ୍ଗୀତ ଓ ସଂସ୍କୃତିର ସମନ୍ୱୟରେ ସମଗ୍ର ପରିବେଶ ଉତ୍ସବମୟ ହୋଇଉଠିଥିଲା।
ସନ୍ଧ୍ୟାର କାର୍ଯ୍ୟକ୍ରମରେ ଓଡ଼ିଶାର ଲୋକନୃତ୍ୟ, ଲୋକସଙ୍ଗୀତ, ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକମାନଙ୍କୁ ମନମୁଗ୍ଧ କରିଥିଲା। ସ୍ଥାନୀୟ କଳାକାରଙ୍କ ସହିତ ଆମନ୍ତ୍ରିତ ଶିଳ୍ପୀମାନଙ୍କ ପ୍ରଦର୍ଶନୀ ମଞ୍ଚକୁ ଆହୁରି ଜୀବନ୍ତ କରିଥିଲା।

ମହୋତ୍ସବ ର ଦ୍ଵିତୀୟ ସନ୍ଧ୍ୟା ଶହୀଦ ରଘୁନାଥ ମହାନ୍ତିଙ୍କ ଉଦ୍ଦେଶ୍ୟ ରେ ଉତ୍ସାର୍ଗୀକୃତ କରାଯାଇଛି। ଦର୍ଶକମାନଙ୍କ ଭିଡ଼ ଓ ଉତ୍ସାହ ମହୋତ୍ସବର ସଫଳତାକୁ ସ୍ପଷ୍ଟ କରିଥିଲା।

ସନ୍ଧ୍ୟାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ମହାକାଳପଡା ବିଧାୟକ ଦୁର୍ଗା ପ୍ରସନ ନାୟକ, ଦଶପଲ୍ଲା ବିଧାୟକ ରମେଶ ବେହେରା, ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ, ରଣପୁର ତହସିଲଦାର ଆର୍ଯ୍ୟ କୁମାର ସର୍ବଦାମନ ପ୍ରମୁଖ ଯୋଗ ଦେଇଥିଲେ। ସଭାକାର୍ଯ୍ୟ ଓଡ଼ିଶାର ବାଚସ୍ପତି ସୁରମା ପାଢ଼ୀଙ୍କର ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା। ଶିକ୍ଷକ ଜ୍ୟୋତି ରଞ୍ଜନ ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅଧ୍ୟାପକ ସତ୍ୟ ନାରାୟଣ ମହାପାତ୍ର ସଭାକାର୍ଯ୍ୟ ସଂଚାଳନ କରିଥିଲେ।

ସଭାକାର୍ଯ୍ୟ ପରେ କଟକର ସିଂଘମ ଡ୍ୟାନ୍ସ ଏକାଡେମୀ, ନୃତ୍ୟଶ୍ରୀ ଡ୍ୟାନ୍ସ ଏକାଡେମୀ, ଆରାଧନା ଡ୍ୟାନ୍ସ ଏକାଡେମୀର ଗୋଟିପୁଅ ନୃତ୍ୟ ଓ ବରଗଡ଼ର ଦୂଲଦୁଲି ସାଂସ୍କୃତିକ କାର୍ଯ୍ୟ ଦର୍ଶକ ଙ୍କୁ ଆକର୍ଷିତ କରିଥିଲା।

ଆୟୋଜକ ସମିତିର ସୁଚାରୁ ପରିଚାଳନା ଓ ସ୍ୱଚ୍ଛ, ସୁରକ୍ଷିତ ବ୍ୟବସ୍ଥା ଯୋଗୁଁ କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଥିଲା। ରଣପୁର ମହୋତ୍ସବ “ଅର୍ଜୁନ”ର ଦ୍ୱିତୀୟ ସନ୍ଧ୍ୟା ରଣପୁରର ସାଂସ୍କୃତିକ ପରିଚୟକୁ ନୂତନ ଉଚ୍ଚତା ଦେଇଥିବା ଦେଖାଗଲା।


ସଭାକାର୍ଯ୍ୟ ପରେ କଟକର ସିଂଘମ ଡ୍ୟାନ୍ସ ଏକାଡେମୀ, ନୃତ୍ୟଶ୍ରୀ ଡ୍ୟାନ୍ସ ଏକାଡେମୀ, ଆରାଧନା ଡ୍ୟାନ୍ସ ଏକାଡେମୀର ମନୋରମ ଗୋଟିପୁଅ ନୃତ୍ୟ ସହ ବରଗଡ଼ର ପ୍ରସିଦ୍ଧ ଦୂଲଦୁଲି ନୃତ୍ୟ ଦର୍ଶକମାନଙ୍କୁ ଦୀର୍ଘ ସମୟ ଧରି ମନୋରଞ୍ଜନ କରିଥିଲା।

ଆୟୋଜକ ସମିତିର ସୁଚାରୁ ପରିଚାଳନା, ସୁସଂଗଠିତ ମଞ୍ଚ ବ୍ୟବସ୍ଥା, ସ୍ୱଚ୍ଛତା ଓ ସୁରକ୍ଷା ବ୍ୟବସ୍ଥା ଯୋଗୁଁ ସମଗ୍ର କାର୍ଯ୍ୟକ୍ରମ ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଥିଲା। ରଣପୁର ମହୋତ୍ସବ “ଅର୍ଜୁନ”ର ଦ୍ୱିତୀୟ ସନ୍ଧ୍ୟା ରଣପୁରର ସାଂସ୍କୃତିକ ପରିଚୟକୁ ରାଜ୍ୟସ୍ତରରେ ଆହୁରି ସୁଦୃଢ଼ କରିଥିବା ମତ ପ୍ରକାଶ ପାଇଛି।

Related posts