ଡିସେମ୍ବର ୨୪ରେ ମା’ ଦକ୍ଷିଣକାଳୀଙ୍କ ମନ୍ଦିର ସାମ୍‌ନାରେ ଜାତୀୟ ରାଜପଥ ଅବରୋଧ ପାଇଁ ଚେତାବନୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ମା’ ଦକ୍ଷିଣକାଳୀ ମନ୍ଦିର ପରିଚାଳନା କାର୍ଯ୍ୟକାରୀ କମିଟିର ଏକ ଜରୁରୀ ବୈଠକ ବସି ଠିକାଦାର ଏବଂ ପୂର୍ତ୍ତ ବିଭାଗର ଅବହେଳା, ଅସହଯୋଗ ଏବଂ ସର୍ବପରି ଖାମଖିଆଲି ନୀତିର ତୀବ୍ର ନିନ୍ଦା କରିବା ସହ ପୂର୍ତ୍ତ ବିଭାଗକୁ ଦେଲେ ଚେତାବନୀ। ବାରମ୍ବାର ଅନୁରୋଧ ଏବଂ ସାକ୍ଷାତ ଆଲୋଚନା କରିବା ପରେ ମଧ୍ୟ ବିଭାଗ ତରଫରୁ ସହଯୋଗ ମିଳିଲା ନାହିଁ । ମା’ ଦକ୍ଷିଣକାଳୀଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ ନିମନ୍ତେ ସରକାର ୩କୋଟି ୫୦ ଲକ୍ଷ ଟଙ୍କା ଅର୍ଥରାଶି ଅନୁଦାନ ଆକାରରେ ପ୍ରଦାନ କରିଥିଲେ । କାର୍ଯ୍ୟରତ ଠିକାଦାର ମନ୍ଦିର କାମ କଲାବେଳେ ବ୍ୟବହୃତ ଜେସିବି ମେସିନ୍, ପଥର ନେବାଆଣିବା ଏବଂ ପଥର ମନ୍ଦିର ଉପରକୁ ଉଠାଇ କାମ କଲାବେଳେ ମନ୍ଦିର ଭିତର ପାର୍ଶ୍ଵ ଚଟାଣ ଭାଙ୍ଗି ନଷ୍ଟ ହୋଇଯାଇଥିଲା । ମନ୍ଦିର କାମ ସରିବା ପରେ ନଷ୍ଟ ହୋଇଥିବା ଚଟାଣର କାମ କରିଦେବା ପାଇଁ ଠିକାଦାର ଏବଂ ପୂର୍ତ୍ତ ବିଭାଗ କହିଥିଲେ ହେଁ ଏପର୍ଯ୍ୟନ୍ତ କଲେନାହିଁ । ଏବାବଦରେ ପ୍ରଶ୍ନ ପଚାରିଲାବେଳେ “ ପୂର୍ତ୍ତ ବିଭାଗ ଉତ୍ତର ହେଉଛି ଟଙ୍କା ସରିଗଲା ଚଟାଣ କାମ କିଭଳି ହେବ’’ ?
ଠିକାଦାର ବାଙ୍ଗିଥିବା ଚଟାଣ ନିର୍ମାଣ ପାଇଁ ଟଙ୍କା ନରଖି କିଭଳି ଭାବେ ସମସ୍ତ ଟଙ୍କା ଖର୍ଚ୍ଚ କରିଦେଲେ ?

୩କୋଟି ୫୦ ଲକ୍ଷ ଟଙ୍କା ଆପଣଙ୍କ ବିଭାଗକୁ ଅଣ୍ଟିଲା ନାହିଁ। ଆଉକେତେ ଟଙ୍କା ହୋଇଥିଲେ ଠିକାଦାର ଆଉ ପୂର୍ତ୍ତ ବିଭାଗ ସନ୍ତୁଷ୍ଟ ହୋଇଥାନ୍ତେ ? ସାଧାରଣ ଲୋକଟିଏ ଦେଖ‌ିଲେ ମଧ୍ୟ ଆପଣ ଖର୍ଚ୍ଚ କରିଥିବା ସମସ୍ତ ଟଙ୍କା ଉପରେ ସନ୍ତୋଷ ପ୍ରକାଶ କରିବ ନାହିଁ ବରଂ ନିସନ୍ଦେହରେ ପ୍ରଶ୍ନ ଉଠାଇବ।

ମା’ ଦକ୍ଷିଣକାଳୀଙ୍କ ମନ୍ଦିର ନିକଟରେ ଥିବା ଶ୍ରୀଗୋପୀନାଥ ଜୀଉଙ୍କ ମନ୍ଦିରକୁ ମାଗିଯାଚି ଟଙ୍କା ଆଦାୟ କରି କିଭଳି ସୌନ୍ଦର୍ଯ୍ୟ ସହ ରାତ୍ରିରେ ଆଲୋକୀକରଣ କରିଛନ୍ତି ଥରେ ଅନୁଧ୍ୟାନ କରନ୍ତୁ ଏବଂ ପୂର୍ତ୍ତ ବିଭାଗ ନିର୍ମାଣ କରିଥିବା ମା’ ଦକ୍ଷିଣକାଳୀ ମନ୍ଦିରର ସୌନ୍ଦର୍ଯ୍ୟକରଣ ଭିତରେ କେତେ ବାସ୍ତବତା ଅଛି ? ତାହା ସାଧାରଣରେ ଚର୍ଚ୍ଚା ଚାଲିଛି।
କୋଟି କୋଟି ଟଙ୍କା ଖର୍ଚ୍ଚ ହେଲା ପରେ ମଧ୍ୟ ମନ୍ଦିର ଉପରେ ପତାକା ଉଡ଼ିପାରିଲା ନାହିଁ କିମ୍ବା ସମ୍ପୂର୍ଣ ହୋଇପାରିଲା ନାହିଁ । କଥା କଥାରେ କେବଳ ବିଭାଗକୁ କୋଟି କୋଟି ଟଙ୍କା ଦରକାର ବୋଲି ପ୍ରଶ୍ନ କଲେ ମନ୍ଦିର ପରିଚାଳନା କମିଟି ସଭାପତି ପ୍ରମୋଦ ପଟ୍ଟନାୟକ। ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ ଚଟାଣ କାର୍ଯ୍ୟ ସମ୍ପୂର୍ଣ ହେବା ପରେ ମନ୍ଦିର ପ୍ରତିଷ୍ଠା ଉତ୍ସବ କରାଯିବ।

ଚଳିତ ମାସ ୧୪ ତାରିଖ ସନ୍ଧ୍ୟା ୭ଟା ସମୟରେ ମା’ ଦକ୍ଷିଣକାଳୀ ମନ୍ଦିର ପରିଚାଳନା କାର୍ଯ୍ୟକାରୀ କମିଟିର ଏକ ଜରୁରୀ ବୈଠକ ବସି ଠିକାଦାର ଏବଂ ପୂର୍ତ୍ତ ବିଭାଗର ଅବହେଳା, ଅସହଯୋଗ ଏବଂ ସର୍ବପରି ଖାମଖିଆଲି ନୀତିର ତୀବ୍ର ନିନ୍ଦା କରିବା ସଙ୍ଗେ ସଙ୍ଗେ ନିଷ୍ପତ୍ତି ନେଇଛନ୍ତି ଯେ, ଯଦି ଚଟାଣ କାର୍ଯ୍ୟ ସମ୍ପର୍କରେ କିଛି ସଂପୃକ୍ତ ବିଭାଗ ଠୋସ୍ ନିଷ୍ପଭି ଚଳିତ ମାସ ୨୧ ତାରିଖ ରବିବାର ସୁଦ୍ଧା ନନିଅନ୍ତି ତେବେ ବାଧ୍ୟହୋଇ ନୟାଗଡ଼ ପୁରୁଣାସହରବାସୀ ଏବଂ ପରିଚାଳନା କମିଟିର ସଭ୍ୟମାନେ ମନ୍ଦିର ସାମ୍‌ନା ଜାତୀୟ ରାଜପଥକୁ ୨୪ ତାରିଖ (ବୁଧବାର) ସକାଳ ୧୦ଟା ସମୟରୁ ଅବରୋଧ କରିବେ ଆଉ ଏଥିପାଇଁ ପୂର୍ତ୍ତ ବିଭାଗ ସମ୍ପୂର୍ଣ ଦାୟୀ ରହିବ ବୋଲି ଚେତାବନୀ ଦେଇଛନ୍ତି।

Related posts