ନୟାଗଡ଼ ଜିଲ୍ଲା ମହୋତ୍ସବ, ପଲ୍ଲୀଶ୍ରୀ ମେଳା, କୃଷି ଯନ୍ତ୍ରପାତି ମେଳା ଓ ପୁସ୍ତକ ମେଳା -୨୦୨୫ ନିମନ୍ତେ ପ୍ରସ୍ତୁତି ବୈଠକ

ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜି ଜିଲ୍ଲା ପରିଷଦ ସଭାଗୃହ (ସୃଜନ)ଠାରେ ନୟାଗଡ଼ ଜିଲ୍ଲା ମହୋତ୍ସବ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ଡଃ ଅରୁଣ କୁମାର ସାହୁ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବିଜୟାନନ୍ଦ ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଉପ-ଜିଲ୍ଲାପାଳ କର୍ଣ୍ଣଦେଵ ସମାଦାର ପ୍ରମୁଖ ଏଥିରେ ଯୋଗ ଦେଇଥିଲେ। ଏବର୍ଷ ନୟାଗଡ଼ ଜିଲ୍ଲା ମହୋତ୍ସବ ଡିସେମ୍ବର ମାସ ୨୪ ତାରିଖରେ ଆରମ୍ଭ ହୋଇ ୨୮ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ବ୍ୟାପି ନୟାଗଡ଼ ‌ଷ୍ଟାଡିଅମରେ ଅନୁଷ୍ଠିତ ହେବ।
       ‌

ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ଏଥିରେ ଅଧ୍ୟକ୍ଷତା କରିଥିଲେ। ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ସ୍ୱାଗତ ଭାଷଣ ରଖିଥିଲେ। ପୂର୍ଵ‌ବର୍ଷର ପ୍ରୋସିଡିଙ୍ଗ ଉପସ୍ଥାପନା କରିଥିଲେ ମୂଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଲଗ୍ନଜିତ ରାଉତ। ସମସ୍ତ କମିଟି ବିଷୟରେ ଆଲୋଚନା କରାଯାଇଥିଲା । ଏହାକୁ କିପରି ‌ସରସ ସୁନ୍ଦର କରାଯାଇପାରିବ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କୁ ଦାୟିତ୍ଵ ନ୍ୟସ୍ତ  କରାଗଲା। ବୈଠକରେ ଉପସ୍ଥିତ ବିଭିନ୍ନ ମତାମତ ପରବର୍ତ୍ତୀ ସମୟରେ ଆଲୋଚନା କରାଯାଇ କାର୍ଯ୍ୟକାରୀ କରିବାକୁ ମଞ୍ଚାସୀନ ଅତିଥିମାନେ ମତବ୍ୟକ୍ତ କରିଥିଲେ। ନୟାଗଡ଼ ବିଧାୟକ ଡ଼ଃ ସାହୁ କହିଲେ ଜିଲ୍ଲା ‌ ମହୋତ୍ସବରେ ବିଭିନ୍ନ କମିଟିର ସଦସ୍ୟମାନଙ୍କୁ ଇନଭଲଭ/ ନିୟୋଜିତ କରିବା ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ ।

ସେହିପରି ଦଶପଲ୍ଲା ବିଧାୟକ ଶ୍ରୀଯୁକ୍ତ ବେହେରା ଭାଇଚାରାର ମହୋତ୍ସବ ହେଉଛି ନୟାଗଡ଼ ଜିଲ୍ଲା ମହୋତ୍ସବ ‌ବୋଲି ମତବ୍ୟକ୍ତ କରିଥିଲେ।

ଖଣ୍ଡପଡ଼ା ବିଧାୟକ ଶ୍ରୀଯୁକ୍ତ ସ୍ୱାଇଁ ମଧ୍ୟ ସହଯୋଗ ପୁର୍ଣ୍ଣ ମାତ୍ରାରେ ରହିବ ‌ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନନୀୟ ଜିଲ୍ଲାପାଳ ସମସ୍ତଙ୍କ ସହାୟତାରେ ପୁର୍ବ ବର୍ଷ ଭଲ ହୋଇଥିଲା ଏବର୍ଷ ୫ଦିନ ବ୍ୟାପି ହେବାକୁ ଥିବା ମହୋତ୍ସବଟି ଆହୁରି ଭଲ ଭାବେ ପାଳନ କରିବା ପାଇଁ ସହଯୋଗ ମାଗିଥିଲେ। ଆଜିର ଏହି ପ୍ରସ୍ତୁତି ବୈଠକରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବୁଦ୍ଧିଜୀବୀ, ସ୍ୱେଚ୍ଛାସେବୀ ସଂଗଠନ ପ୍ରମୁଖ ଉପସ୍ଥିତ ଥିଲେ ।

Related posts