ନୟାଗଡ଼, (ନୟାଗଡ଼ ଦର୍ପଣ): ରୋଟାରି କ୍ଲବ ନୟାଗଡ ଓ ବ୍ରହ୍ମପୁର ଇଷ୍ଟ ମିଳିତ ଆନୁକୂଲ୍ୟରେ ଏବଂ ବିଜୁ ମହାବୀର ଫୂଟ ସେଣ୍ଟର ସହଯୋଗ କ୍ରମେ ଓଡିଶା ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ପରିଚାଳିତ କୃତିମ ଅଙ୍ଗ ପ୍ରତିରୋପଣ, ଶ୍ରବଣ ବାଧିତ କର୍ଣ୍ଣଯନ୍ତ୍ର, ଦୃଷ୍ଟି ହୀନ ମାନଙ୍କ ପାଇଁ ଆଶାବାଡ଼ି ଇତ୍ୟାଦି ବହୁବିଧ ସେବା କାର୍ଯ୍ୟ “ସକ୍ଷମ” କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଉଛି l ଓଡିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରାୟ ଦୁଇ ଶହ ରୁ ଉର୍ଦ୍ଧ ଭିନ୍ନକ୍ଷମ ଏହି ସେବାପାଇଁ ଆଜି ପଞ୍ଜିକରଣ କରିଥିଲେ l ସେବା ଶିବିରର ପ୍ରଥମ ଦିନରେ ପନ୍ଦର ଜଣ ଦୃଷ୍ଟି ବାଧିତ ବ୍ୟକ୍ତି, ଶ୍ରବଣ ବାଧିତ ୯୭ଜଣ ବ୍ୟକ୍ତି, ୨୮ ଜଣଙ୍କର କୃତିମ ଅଙ୍ଗ (ଗୋଡ଼, ହାତ )ପ୍ରତିରୋପଣ, ୧୮ ଜଣଙ୍କୁ ଆଶାବାଡି ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମ ନଭେମ୍ବର ତିନ ତାରିଖରୁ ନଭେମ୍ବର ସାତ ତାରିଖ ପର୍ଯ୍ୟନ୍ତ ସକାଳ ୯ ଟା ରୁ ଅପରାହ୍ନ ଘ ୪ଟା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଆୟୋଜକ ମାନେ ସୂଚନା ପ୍ରଦାନ କରିଛନ୍ତି। ଏହି ଅବସରରେ ଏକ ସାଧାରଣ ସଭା ରୋଟାରୀ କ୍ଳବ୍ ନୟାଗଡ଼ ର ସଭାପତି ବସିରନ ବିବି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୂଖ୍ୟ ଅତିଥି ଭାବେ ଲୋକସଭା ସାଂସଦ ଡ଼ଃ. ସମ୍ବିତ ପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ, ରୋଟାରୀ ଜିଲ୍ଲା ଗଭର୍ଣ୍ଣର ରୋଟାରୀଆନ ମନୋଜ ତ୍ରିପାଠୀ, ପ୍ରାକ୍ତନ ରୋଟାରି ଗଭର୍ଣ୍ଣର ରୋଟାରୀଆନ ଅଜୟ ଅଗ୍ରୱାଲ, ପୂର୍ବତନ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ବେରୀ ସିଂହ, ମୁନିସିପାଲଟି ଅଧ୍ୟକ୍ଷା ଶ୍ରୀମତୀ ନିରୁପମା ଖଟେଇ ବ୍ରହ୍ମପୁର ଇଷ୍ଟ କ୍ଲବ ର ସଭାପତି, ରୋଟାରିଆନ ପ୍ରଦୀପ୍ତ ପଟ୍ଟନାୟକ ଏବଂ ରୋଟାରୀ ଜିଲ୍ଲା ର ଭିନ୍ନକ୍ଷମ କାର୍ଯ୍ୟକ୍ରମ ର ଚେୟାରମ୍ୟାନ ରୋଟାରିଆନ ଅଜିତ ପୃଷ୍ଟି ଏହି କାର୍ଯ୍ୟକ୍ରମ ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମଟି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସର୍ବେଶ୍ଵର ପାଣିଗ୍ରାହୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା ରୋଟାରୀଆନ ପ୍ରବୀର ପୃଷ୍ଟି ଓ ରୋଟାରିଆନ ପ୍ରଶନ୍ନ ବସନ୍ତିଆ ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିବା ବେଳେ କ୍ଲବ୍ ସଂପାଦକ ଅବିନାଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
