ନୟାଗଡ଼, (ନୟାଗଡ଼ ଦର୍ପଣ): ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ ନୟାଗଡ଼ ପକ୍ଷରୁ ଜିଲ୍ଲା ସ୍ତରୀୟ ସଂସ୍କୃତ ଦିବସ ଜିଲ୍ଲା ସଦର ମହକୁମାରସ୍ଥିତ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟଠାରେ ରବିବାର ପାଳିତ ହୋଇ ଯାଇଛି। ଜିଲ୍ଲା ସଂସ୍କୃତ ଶିକ୍ଷକ ସଂଘ ସଭାପତି ଶ୍ରୀଯୁକ୍ତ ବିକାଶ ଚନ୍ଦ୍ର ପଣ୍ଡା ସଭାରେ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ, ଭୁବନେଶ୍ୱରର ପୂର୍ବତନ ସାଧାରଣ ସମ୍ପାଦକ ନରସିଂହ ଜେନା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସଂସ୍କୃତ ଭାଷାର ମହତ୍ତ୍ଵ ବିଷୟରେ ବକ୍ତବ୍ୟ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଳାର ବରିଷ୍ଠ ସଂସ୍କୃତ ଶିକ୍ଷକ ମନମୋହନ ଚମ୍ପତି, କୋଷାଧ୍ୟକ୍ଷ ଶ୍ରୀହର୍ଷ ମହାପାତ୍ର କାର୍ଯ୍ୟକାରୀ ସଭାପତି ଅଖିଳ କୁମାର ସାହୁ ସଂସ୍କୃତ ଭାଷାର ସୁରକ୍ଷା ଏବଂ ଜିଲ୍ଲା ସଂସ୍କୃତ ଶିକ୍ଷକ ସଂଗଠନକୁ ସୁଦୃଢ଼ କରିବା ପାଇଁ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ। ଜିଲ୍ଲା ସଙ୍ଘର ଯୁଗ୍ମ ସମ୍ପାଦକ ସନ୍ତୋଷ କୁମାର ବାରିକ
ସଭା ପରିଚାଳନା କରିଥିଲେ। ଜିଲ୍ଲାରେ ନୂତନ ଭାବେ ଯୋଗଦେଇଥିବା ସଂସ୍କୃତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସଂଘ ପକ୍ଷରୁ ସ୍ବାଗତ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଲାଭ କରିଥିବା ଜିଲ୍ଳାର ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ତଥା ଜିଲ୍ଲା ସଂଘର ଉପସଭାପତି ଯୋଗମାୟା ମହାପାତ୍ରଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ।ଜିଲ୍ଳାର ଅନେକ ସଂସ୍କୃତ ଶିକ୍ଷକ ଶିକ୍ଷୟିତ୍ରୀ ସମ୍ମିଳନୀରେ ଯୋଗ ଦେଇଥିଲେ । ପରିଶେଷରେ ଜିଲ୍ଲା ସଂସ୍କୃତ ଶିକ୍ଷକ ସଂଘର ସମ୍ପାଦକ ରାଜେଶ କୁମାର ପଣ୍ଡା ଧନ୍ୟବାଦ୍ ଅର୍ପଣପୂର୍ବକ ସଭାସାଙ୍ଗ କରିଥିଲେ।
