ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପୁଲିସରେ ୧୧ଜଣ ଏସ୍ଆଇରୁ ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି ପାଇଥିବା ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଲେ ନୟାଗଡ ଏସପି ଏସ ସୁଶ୍ରୀ। ନୟାଗଡ଼ ଜିଲ୍ଲାର କାର୍ଯ୍ୟରତ ୧୧ ଜଣ ଏସ୍ ଆଇ ଇନ୍ସପେକ୍ଟର ସ୍ତରକୁ ପଦୋନ୍ନତି ପାଇଛନ୍ତି। ଏହି ପଦୋନ୍ନତି ତାଲିକାରେ ଓଡ଼ିଶାରେ ୪୨୭ ଜଣ ଏସ୍ଆଇଙ୍କୁ ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି ମିଳିଛି ।
ଏହି ପଦୋନ୍ନତି ତାଲିକାରେ ନୟାଗଡ଼ ଜିଲ୍ଲାରେ କାର୍ଯ୍ୟରତ ୧୧ ଜଣ ଏସ୍ଆଇଙ୍କ ନାମ ରହିଛି। ନୟାଗଡ଼ ଜିଲ୍ଲା ଦର୍ପନାରାୟଣପୁର ଫାଣ୍ଡିରେ କାର୍ଯ୍ୟରତ ଏସ୍ଆଇ ଧର୍ମେନ୍ଦ୍ର ଶିଆଳ, ଚାନ୍ଦପୁର ଥାନାରେ କାର୍ଯ୍ୟରତ ଏସ୍ଆଇ ସଞ୍ଜୟ କୁମାର ପରିଡ଼ା, ରଣପୁର ଥାନାରେ କାର୍ଯ୍ୟରତ ଏସ୍ଆଇ ସ୍ନେହଲତା ପ୍ରଧାନ, ନୟାଗଡ଼ ଟାଉନ ଥାନାରେ କାର୍ଯ୍ୟରତ ଏସ୍ଆଇ ଶିବାରଞ୍ଜନ ସିଙ୍ଗା, ଏସଆଇ ସନ୍ତୋଷ କୁମାର ଦାଶ, ଚାନ୍ଦପୁର ଥାନାରେ କାର୍ଯ୍ୟରତ ଏସ୍ଆଇ ଶ୍ରଦ୍ଧା ନାୟକ, ଦଶପଲ୍ଲା ଥାନା ଭାରପ୍ରାପ୍ତ ଅଧିକାରୀ ତଥା ଏସ୍ଆଇ ବିନୟ ରଞ୍ଜନ ପରିଡ଼ା, ରଣପୁର ଥାନାରେ କାର୍ଯ୍ୟରତ କୃତିବାସ ହରିଚନ୍ଦନ, ମହିପୁର ଫାଣ୍ଡିରେ କାର୍ଯ୍ୟରତ ଏସ୍ଆଇ ବିରଞ୍ଚି ନାରାୟଣ ଅମାତ, ଖଣ୍ଡପଡ଼ା ଥାନାରେ କାର୍ଯ୍ୟରତ ଏସ୍ଆଇ ଗୋପବନ୍ଧୁ ମଲ୍ଲିକ ପ୍ରମୁଖ ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି ହୋଇଥିବା ସୂଚନା ମିଳିଛି। ପଦନ୍ନୋତି ପାଇଥିବା ନୟାଗଡ଼ ଜିଲ୍ଲାର ସମସ୍ତ ଅଧିକାରୀଙ୍କୁ ନୟାଗଡ଼ ଏସପି ଏସ ସୁଶ୍ରୀ ଶୁଭେଚ୍ଛା ଜଣାଇଛନ୍ତି।
ଏସ୍ଆଇରୁ ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି ପାଇଥିବା ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଲେ ନୟାଗଡ ଏସପି
