ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜି ନୟାଗଡ଼ ଜିଲ୍ଲା ମାନବ ଅଧିକାର ରକ୍ଷକ ତରଫରୁ ଏକ ଜିଲ୍ଲା ଓ ବ୍ଲକ ସ୍ତରୀୟ ଆୟୋଜନ ଜିଲ୍ଲା ମୁଖ୍ୟାଳୟରେ କରାଯାଇଥିଲା। ଏଥିରେ ରାଜ୍ଯ ମୁଖ୍ୟ ନିର୍ଦ୍ଦେଶକ ମୀନକେତନ ପଟ୍ଟନାୟକ ତାଙ୍କ ଅଭିଭାଷଣରେ ଜିଲ୍ଲାର ସରକାରୀ ବେସରକାରୀ ଓ ବିଭିନ୍ନ ସ୍ତରରେ ଅବହେଳିତ ହୋଇଥିବା ଅସହାୟ, ନିରୀହ, ସରଳ, ନିଷ୍ପେସିତ ପୀଡିତ ଲୋକମାନେ ନିଜର ନ୍ୟାୟ ପାଇଁ ଦୀର୍ଘଦିନ ଧରି ଲଢେଇ ଜାରି ରଖି ମଧ୍ଯ କୌଣସି ସୁଫଳ ନପାଇ ବୟସର ଅପରାହ୍ନରେ ଜୀବନ ଅତିବାହିତ କରୁଛନ୍ତି। ସେମାନଙ୍କୁ କିଭଳି ମାନବ ଅଧିକାର ରକ୍ଷକ ଜରିଆରେ ନ୍ୟାୟ ମିଳିପାରିବ ସେ ବିଷୟରେ ଜିଲ୍ଲାର ବିଭିନ୍ନ ପଦବୀରେ ଥିବା କର୍ମଚାରୀଙ୍କୁ ଉଦବୋଧନ ଦେଇ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ। ସଭାରେ ଜିଲ୍ଲା ସଭାପତି ସାରଦା ପ୍ରସନ୍ନ ଦାସ, ଉପସଭାପତି ଭବାନୀ ଶଙ୍କର ଦାସ, ପ୍ରଦୀପ କୁମାର ଜେନା ଓ ପୂର୍ଣ୍ଣ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ନୟାଗଡ଼ ଜିଲ୍ଲା ମାନବ ଅଧିକାର ରକ୍ଷକ ତରଫରୁ ଜିଲ୍ଲାସ୍ତରୀୟ ଆଲୋଚନା
