ୟୁନିଟେକ ପବ୍ଲିକ ସ୍କୁଲରେ ଶୈକ୍ଷିକ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସହର ସ୍ଥିତ ୟୁନିଟେକ ପବ୍ଲିକ ସ୍କୁଲରେ ଆଜି ଶୈକ୍ଷିକ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଦର୍ଶନୀରେ ବିଜ୍ଞାନ, ଗଣିତ, ଇଁରାଜୀ, ସାମାଜିକ ବିଜ୍ଞାନ, ସଂସ୍କୃତ ଏବଂ ହିନ୍ଦୀ ସବୁ ବିଷୟରେରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀର ମୋଟ ୧୫୯ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ନୟାଗଡରେ ପ୍ରଥମ ଥର ପାଇଁ ଏହିଭଳି ପ୍ରଦର୍ଶନୀ ହେଇଅଛି ବୋଲି ବିଦ୍ୟାଳୟ କର୍ତ୍ତୃପକ୍ଷ ଜଣେଇଛନ୍ତି।

ଏଥିରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲାର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ବନଲତା ବେହେରା ପ୍ରଦୀପ ପ୍ରଜ୍ବଳନ କରି ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ।  ଏହି ପ୍ରଦର୍ଶନୀରେ ବିଚାରକ ମଣ୍ଡଳୀରେ ବିଜ୍ଞାନ ପ୍ରକଳ୍ପ ସବୁକୁ ଅଧ୍ୟାପିକା ଗୀତାଞ୍ଜଳି ତ୍ରିପାଠୀ, ଭାରତୀ ମିଶ୍ର, ଡ଼ା. ସନ୍ତୋଷ କୁମାର ବେହେରା, ପୂର୍ଣ୍ଣିମା ତ୍ରିପାଠୀ, ଲଷ୍ମୀଧର ସାହୁ, ଇଂରାଜୀ ଏବଂ ସାମାଜିକ ବିଜ୍ଞାନ ପ୍ରକଳ୍ପ ସବୁକୁ କେଶବଚନ୍ଦ୍ର ରାଉତରାୟ ମୂଲ୍ୟାୟନ କରିଥିକା ବେଳେ ସଂସ୍କୃତ, ହିନ୍ଦୀ ଏବଂ ସାମାଜିକ ବିଜ୍ଞାନ ପ୍ରକଳ୍ପ ସବୁକୁ ବିଜୟ କୁମାର ରଥ ଓ କୃପାସିନ୍ଧୁ ସ୍ୱାଇଁ ପ୍ରମୁଖ ମୂଲ୍ୟାୟନ କରିଥିଲେ।

ସମସ୍ତ ବିଭାଗରେ ଛାତ୍ରଛାତ୍ରୀମାନେ ଭଲ ପ୍ରଦର୍ଶନ କରିଥିବାରୁ ଉଭୟ ମୁଖ୍ୟ ଅତିଥି ଏବଂ ବିଚାରକ ଛାତ୍ରଛାତ୍ରୀ, ଶିକ୍ଷକମାନଙ୍କୁ ଉତ୍ସାହିତ ଏବଂ ମାର୍ଗଦର୍ଶନ କରିଥିଲେ। ୟୁନିଟେକ ପବ୍ଲିକ ସ୍କୁଲର ନିର୍ଦେଶକ ପ୍ରବୀର କୁମାର ପୃଷ୍ଟି, ଅଧକ୍ଷ ରୋଜାଲିନ ପାତ୍ର ସମସ୍ତ ଅତିଥିମାନଙ୍କୁ ଧନ୍ୟବାଦ ଦେବା ସହ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।

Related posts