ଲୋକ ନୋଡ଼ାଲ ବିଦ୍ୟାପୀଠରେ “ଦ୍ୱିତୀୟ ଏକକ ପରୀକ୍ଷା’ ଫଳ ପ୍ରକାଶନ ଉତ୍ସବ ପାଳିତ

ଶରଣକୁଳ, (ନୟାଗଡ଼ ଦର୍ପଣ): ଶରଣକୁଳ ନିକଟବର୍ତ୍ତୀ ପଞ୍ଚିରିଡା ମାନପୁର ଗ୍ରାମରେ ଥିବା ଲୋକ ନୋଡ଼ାଲ ବିଦ୍ୟାପୀଠରେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଅନୁଷ୍ଠିତ ଦ୍ଵିତୀୟ ଏକକ ପରୀକ୍ଷାର ଫଳ ପ୍ରକାଶନ ଉତ୍ସବ ଆୟୋଜିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଦ୍ଵୈତ ନାରାୟଣ ରଣସିଂହଙ୍କ ପୈାରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଶରଣକୁଳ କ୍ଳଷ୍ଟରର ସିଆରସିସି ରାଜକିଶୋର ନାୟକ ଯୋଗ ଦେଇଥିଲାବେଳେ ମୁଖ୍ୟ ବକ୍ତା ରୂପେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବୈକୁଣ୍ଠ ନାଥ ପ୍ରଧାନ ଯୋଗଦେଇଥିଲେ। ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ସଭା ଆରମ୍ଭ ହୋଇଥିଲା। ତପିରେ ଶ୍ରେଣୀ ଅନୁସାରେ ଫଳ ପ୍ରକାଶ କରାଯାଇ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧଧିକାର କରିଥିବା ଛାତ୍ରଛାତୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ଡ.ସୁରେଶ ଚନ୍ଦ୍ର ବରାଡ଼ ସଂଯୋଜନା କରିଥିଲେ। ତାଙ୍କୁ ସହଯୋଗ କରିଥିଲେ ଶିକ୍ଷୟିତ୍ରୀ ଆରଧନା ଗୋୈଡ଼। ପ୍ରଥମ ଶ୍ରେଣୀର ଶ୍ରୁତିମୟୀ ସ୍ବାଇଁ, ତୃପ୍ତି ପ୍ରଧାନ, ବିଘ୍ନେଶ୍ଵର ସେଠୀ ଦ୍ଵିତୀୟ ଶ୍ରେଣୀର ନନ୍ଦିନୀ ସ୍ବାଇଁ, ତୃତୀୟ ଶ୍ରେଣୀର ଅମିତ ଦାସ, ଚତୁର୍ଥ ଶ୍ରେଣୀର ସ୍ନେହା ପାତ୍ର, ପଞ୍ଚମ ଶ୍ରେଣୀର ଶୁଭମ ବିଶ୍ଵାଳ, ଷଷ୍ଠ ଶ୍ରେଣୀର ତୃପ୍ତିମୟୀ ପାତ୍ର, ସପ୍ତମ ଶ୍ରେଣୀର ପ୍ରିୟ ଦଶିର୍ନୀ ସ୍ବାଇଁ, ଅଷ୍ଟମ ଶ୍ରେଣୀର ତେଜସ୍ବିନୀ ମହାପାତ୍ର, ନବମ ଶ୍ରେଣୀର ପ୍ରିତୀ ରାଉତ ଓ ଶୁଭଶ୍ରୀ ପାତ୍ର ଏବଂ ଦଶମ ଶ୍ରେଣୀର ସମେଶ କୁମାର ସାହୁ ନିଜ ନିଜ ଶ୍ରେଣୀରେ ସବାର୍ଧିକ ନମ୍ବର ରଖି ପୁରସ୍କାର ଲାଭ କରିଥିଲେ। ପ୍ରଧାନ ଶିକ୍ଷକ ତାଙ୍କର ବକ୍ତବ୍ୟରେ କହିଥିଲେ ଯେ ଛାତ୍ରଛାତ୍ରୀଙ୍କର ବୋୈଦ୍ଧିକ ବିକାଶ ପାଇଁ ଆମ ବିଦ୍ୟାଳୟରେ ଅର୍ଦ୍ଧ ବାଷିର୍କ ଓ ବାଷିର୍କ ପରୀକ୍ଷା ସହିତ ଚାରୋଟି ଏକକ ପରୀକ୍ଷା ଆୟୋଜିତ ହେଉଛି। ପ୍ରତି ପରୀକ୍ଷାରେ ପ୍ରତିଯୋଗୀତା ବୃଦ୍ଧି କରିବା ପାଇଁ ପୁରସ୍କାରର ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷର ଅର୍ଦ୍ଧବାଷିର୍କ ପରୀକ୍ଷା ଚଳିତ ମାସ ୧୩ ତାରିଖରୁ ୧୮ ତାରିଖ ପଯ୍ୟର୍ନ୍ତ ଚାଲିବ ବୋଲି ଏ ଅବସରରେ ସେ ସୂଚନା ଦେଇଥିଲେ। ମୁଖ୍ୟଅତିଥି ଶ୍ରୀ ନାୟକ କହିଥିଲେ, “ମୋ କ୍ଳଷ୍ଟରରେ ଏପରି ପରୀକ୍ଷା ବ୍ୟବସ୍ଥା ଚାଲୁଥିବାରୁ ମୁଁ ଅତ୍ୟନ୍ତ ଖୁସି।”  ଛାତ୍ରଛାତ୍ରୀମାନେ ବିଦ୍ୟାଳୟର ପ୍ରବୀଣ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ଅନୁଭବରୁ ଫାଇଦା ଉଠେଇବା ପାଇଁ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତଥା ଆଜିର ମୁଖ୍ୟବକ୍ତା ଶ୍ରୀ ପ୍ରଧାନ ଉପଦେଶ ଛଳରେ କହିଥିଲେ। ଶିକ୍ଷକ ସ୍ମୃତି ରଂଜନ ପ୍ରଧାନ, ଶିକ୍ଷୟିତ୍ରୀ ସୋନାଲୀନ ନାୟକ, ମାନସ ରଂଜନ ସାହୁ, ଗଙ୍ଗୋତ୍ରୀ ପ୍ରଧାନ, ଅଶୋକ କୁମାର ମହାପାତ୍ର, କୃପାସିନ୍ଧୁ ମିଶ୍ର, ରମେଶ କୁମାର  ମହାନ୍ତି, ଶୁଭେନ୍ଦୁ କୁମାର ପରିଡ଼ା, ମାଳତୀ ଦେଈ, ମାଳତୀ ବେହେରା, ଭବାନୀ ବାଘ, ଟୁନି ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ବରିଷ୍ଠ ଶିକ୍ଷକ ଡ.ସୁରେଶ ଚନ୍ଦ୍ର ବରାଡ଼ ଧନ୍ୟବାଦ ଅର୍ପଣ କରିଥିଲେ।

Related posts