ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ରେ ପୂଜ୍ୟପୂଜା କମିଟି ଏବଂ ସିଭିଲ ସୋସାଇଟିର ମିଳିତ ଆନୁକୂଲ୍ୟରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୮ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଶିକ୍ଷା କେନ୍ଦ୍ର ପରିସରରେ ଥିବା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଉପସ୍ଥିତ ଶ୍ରଦ୍ଧାଳୁ ପଣ୍ଡିତଙ୍କ ଜୟଗାନ କରିଥିଲେ। ପୂଜ୍ୟପୂଜା କମିଟି ଏବଂ ସିଭିଲ ସୋସାଇଟି ପକ୍ଷରୁ ରୋଟାରୀଆନ ଗୋଦାବରୀ ସାହୁ, ଶିକ୍ଷାବିତ ଶ୍ରୀଧର ସାହୁ, ନିରଞ୍ଜନ ମିଶ୍ର ପ୍ରମୁଖ ଉତ୍କଳମଣିଙ୍କ ସମ୍ପର୍କରେ ବକ୍ତବ୍ୟ ରଖିଥିବା ବେଳେ ଏହି କାର୍ଯ୍ୟକ୍ରମରେ ଶ୍ରୀରାମ ଆଦର୍ଶ ଶିକ୍ଷା କେନ୍ଦ୍ରର ସମସ୍ତ ଛାତ୍ରଛାତ୍ରୀ, ସମସ୍ତ ଗୁରୁମା ମାନେ ଉପସ୍ଥିତ ରହିଥିବାବେଳେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ସେହିପରି ପୂଜ୍ୟପୂଜା କମିଟି ଏବଂ ସିଭିଲ ସୋସାଇଟି ପକ୍ଷରୁ ଧୀରେନ୍ଦ୍ର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥଲେ।

Related posts