ନୟାଗଡ଼ ଜିଲ୍ଲା କେମିଷ୍ଟ୍ ଆଣ୍ଡ ଡ୍ରଗିଷ୍ଟ୍ ଆସୋସିଏସନର ଷଷ୍ଠ ସାଧାରଣ ଅଧିବେଶନ ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା କେମିଷ୍ଟ୍ ଆଣ୍ଡ ଡ୍ରଗିଷ୍ଟ୍ ଆସୋସିଏସନ୍ ର ଷଷ୍ଠ ସାଧାରଣ ଅଧିବେଶନ ନୟାଗଡ଼ ଜିଲ୍ଲାପରିଷଦ ପରିସରରେ ଥିବା ସୃଜନ ହଲରେ ସଭାପତି ପ୍ରହଲ୍ଲାଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।  ଆସୋସିଏସନ୍ ର ନବନିର୍ବାଚିତ ପଦାଧିକାରୀ ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଉପସ୍ଥିତ ସଦସ୍ୟମାନେ କରତାଳି ଦେଇ ସ୍ବାଗତ କରିଥିଲେ । ମୂଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ଼ ଅରୁଣ ସାହୁ ଉପସ୍ଥିତ ଥିବାବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ନୟାଗଡ଼  ଡ୍ରଗ ଇନ୍ସପେକ୍ଟର ଶ୍ରୀ ସନ୍ତୋଷ କୁମାର ପ୍ରଧାନ, ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍ ର ସଭାପତି ଶ୍ରୀ ପି. ସତ୍ୟନାରାୟଣ ଓ ଯୁଗ୍ମ ସଂପାଦକ  ଶ୍ରୀ ଶ୍ରୀକାନ୍ତ କାନୁନଗୋ ଏବଂ ଖୋର୍ଦ୍ଧା ଜିଲ୍ଲା ଆସୋସିଏସନ୍ ସଭାପତି ଗିରିଜା ପ୍ରସାଦ ରଥ ଯୋଗଦେଇଥିଲେ  । ଅତିଥି ମାନେ ସାମ୍ପ୍ରତିକ ପରିସ୍ଥିତି ରେ ଔଷଧ ବ୍ୟବସାୟୀ ମାନେ ସାମ୍ନା କରୁଥିବା ସମସ୍ୟା ବିଷୟରେ ଆଲୋଚନା କରିବା ସହ ସମସ୍ୟାର  ନିରାକରଣ କରିବାକୁ ନେଇ ମାର୍ଗଦର୍ଶନ କରିଥିଲେ।

ଆଜିର ଅଧିବେଶନ ରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ଆସୋସିଏସନ୍ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା।  ଅବସରପ୍ରାପ୍ତ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ତିଳୋତ୍ତମା ଷଡ଼ଙ୍ଗୀ, ଅବସରପ୍ରାପ୍ତ ଫାର୍ମାସିଷ୍ଟ ଶ୍ରୀ ରବିନ୍ଦ୍ର କୁମାର ଭଟ୍ଟବ୍ରହ୍ମା, ଇଟାମାଟି ସରପଞ୍ଚ ଶ୍ରୀମତୀ ସପ୍ନେଶ୍ବରୀ ସେଠି, ଅବସରପ୍ରାପ୍ତ ନର୍ସ ଶ୍ରୀମତୀ ପ୍ରଭାତି ସିଂ, ଶିକ୍ଷାବିତ ଶ୍ରୀ ଶ୍ରୀଧର ସାହୁ, ସମାଜସେବୀ ଶ୍ରୀ ଉମାକାନ୍ତ ମହାପାତ୍ର ଏବଂ ନୟାଗଡ଼ ହସ୍ପିଟାଲ ର ଆଟେଣ୍ଡାଣ୍ଟ ଶ୍ରୀ ପ୍ରଫୁଲ୍ଲ କୁମାର ସାହୁଙ୍କୁ  ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ଔଷଧ ବ୍ୟବସାୟୀ ସଂଘ ର ବ୍ୟଥା ଓ ବେଦନା ର ପରିଭାଷା  “ଜୀବନାୟନ” ର ଦ୍ଵିତୀୟ ସଂସ୍କରଣ ଅତିଥି ମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା। ସଂପାଦକ ଶ୍ରୀ ସନ୍ତୋଷ କୁମାର ନାୟକ  ସଂପାଦକୀୟ ବିବରଣୀ ପାଠ କରିଥିବାବେଳେ  ଆୟ ବ୍ୟୟ ର ହିସାବ ପାଠ କରିଥିଲେ କୋଷାଧ୍ୟକ୍ଷ ଶ୍ରୀ ପରମାନନ୍ଦ ପ୍ରଧାନ । ଆସୋସିଏସନ୍ ର ସମସ୍ତ ସଦସ୍ୟଙ୍କ ସହଯୋଗରେ ଆଜିର  ଅଧିବେଶନ  ପରିଚାଳନା ହୋଇଥିଲା । ଆଜିର ସଭାକୁ ସଂଯୋଜନା କରିଥିଲେ କବି ଶ୍ରୀ ଗୋପିନାଥ ସେଠୀ । ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ପରିଚାଳନା କମିଟି ସଦସ୍ୟ ଶ୍ରୀ ପବିତ୍ର ମୋହନ ଦାସ ।

Related posts