‘ଏକ୍ ପେଡ୍ ମା’ କେ ନାମ୍ ୨.୦’ ଅଭିଯାନରେ ଏକ ଦିବସୀୟ ସମୂହ ଚାରା ରୋପଣ କାର୍ଯ୍ୟକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜି ଯସ୍ଵଶୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଦିବସକୁ ସ୍ମରଣୀୟ କରିବା ପାଇଁ ନୟାଗଡ ଜିଲ୍ଲାର ସମସ୍ତ ପଞ୍ଚାୟତସ୍ତରରେ ଆୟୋଜିତ ହେଉଛି ‘ଏକ୍ ପେଡ୍ ମା’ କେ ନାମ୍ ୨.୦’ ଅଭିଯାନ ଅଧିନରେ ଏକ ଦିବସୀୟ ସମୂହ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଜିଲ୍ଲାବ୍ୟାପୀ ୨ ଲକ୍ଷରୁ ଉର୍ଦ୍ଧ ଚାରା ରୋପଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ବଡ଼ପଣ୍ଡୁସର ଠାରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଖଣ୍ଡପଡ଼ା ଦୁଷ୍ମନ୍ତ କୁମାର ସ୍ୱାଇଁ, ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ସଭାପତି ଜିଲ୍ଲାପରିଷଦ ଇଂ ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ରୋଜ଼ିନା ଦାସ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବିଜୟାନନ୍ଦ ନାୟକ, ବନଖଣ୍ଡ ଅଧିକାରୀ (ଟେରିଟୋରିଆଲ) ଦେବାର୍ଚ୍ଚନ ବେହେରା, ବନଖଣ୍ଡ ଅଧିକାରୀ (ମହାନଦୀ ବନ୍ୟପ୍ରାଣୀ) ଅମରନାଥ ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ସଭାପତି ଜିଲ୍ଲା କୃଷକ ମୋର୍ଚ୍ଚା ଶ୍ରୀନିବାସ ପ୍ରଧାନ, ଜିଲ୍ଲା ସ୍ତରୀୟ ଅଧିକାରୀ, ସ୍ୱେଚ୍ଛାସେବୀ, ଛାତ୍ର ଛାତ୍ରୀ ଯୋଗଦେଇଥିଲେ।

Related posts