ଅନ୍ତର୍ଜାତୀୟ କୈଶୋର ସମ୍ମିଳନୀରେ ଯୋଗଦେଲେ ନୟାଗଡ ଜିଲ୍ଲାର କିଶୋର କିଶୋରୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ଦିଲ୍ଲୀରେ ଆୟୋଜିତ ଆନ୍ତର୍ଜାତିକ କୈଶୋର ସମ୍ମିଳନୀ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାର ଗଣିଆ ବ୍ଲକ୍  କିଶ୍ୱରପ୍ରସାଦ ପଞ୍ଚାୟତର ବିଷ୍ଣୁପ୍ରିୟା ବେହେରାଙ୍କ ସହିତ ଦଶପଲ୍ଲା ବ୍ଲକ ନଛିପୁର ପଞ୍ଚାୟତର ସନ୍ଦୀପ ସାହୁ  ଯୋଗଦେଇ ଓଡ଼ିଶାରୁ ପ୍ରତିନିଧିତ୍ୱ କରି ରାଜ୍ୟରେ ପ୍ରଚଳିତ ଲିଙ୍ଗଗତ ବୈଷମ୍ୟ, ପୁଅ-ଝିଅଙ୍କ ମଧ୍ୟରେ ତାରତମ୍ୟ ଏବଂ ବାଲ୍ୟବିବାହ ଭଳି ଗୁରୁତ୍ୱପୂର୍ଣ୍ଣ ସାମାଜିକ ସମସ୍ୟାଗୁଡ଼ିକୁ ଦୃଢ଼ତାର ସହ ଉପସ୍ଥାପନ କରିଛନ୍ତି। ସେଣ୍ଟର ଫର୍ କାଟାଲାଇଜିଙ୍ଗ ଚେଞ୍ଜ ଦ୍ୱାରା ଆୟୋଜିତ ଏହି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ଆମେରିକା, ଆଫ୍ରିକା, କେନିୟା, ଉଗାଣ୍ଡା, ବ୍ରାଜିଲ, ଫ୍ରାନ୍ସ ସମେତ ୧୨ଟି ଦେଶର ସିଭିଲ ସୋସାଇଟି ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଷ୍ଣୁପ୍ରିୟା ଓ ସନ୍ଦିପ ନୟାଗଡ଼ ତଥା ଓଡ଼ିଶାର କିଶୋର-କିଶୋରୀମାନଙ୍କ ସମସ୍ୟା ଓ ସମ୍ଭାବନାକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରି ସାମାଜିକ ପରିବର୍ତ୍ତନ ପାଇଁ ଏକ ସଶକ୍ତ ପଦକ୍ଷେପ ନେଇ ଓଡ଼ିଶାର ଯୁବପିଢ଼ିର ସ୍ୱରକୁ ଆନ୍ତର୍ଜାତୀୟ ମଞ୍ଚରେ ପହଞ୍ଚାଇବାରେ ସଫଳ ହୋଇଥିଲା। ଯାହା ରାଜ୍ୟ ପାଇଁ ଏକ ଗର୍ବର ବିଷୟ। ସି ୩ ନୂଆଗାଁ ବ୍ଲକ୍ ସଂଯୋଯିକା ସୌଜନ୍ୟା ନାୟକ ପିଲାଙ୍କ ସହ ଦିଲ୍ଲୀ ଯାଇଥିବା ବେଳେ ଦଶପଲ୍ଲା ବ୍ଲକ ସଂଯୋଯକ ସୁଭାଶିଷ ମିଶ୍ର ସହଯୋଗ କରିଥିଲେ।

Related posts